ଆଟାକିଙ୍ଗ ମୁଡରେ ବିଜେପି; ଟାର୍ଗେଟ କେବଳ ଓଡ଼ିଶା ଦଖଲ

ବିଜେପିର କେନ୍ଦ୍ରୀୟ ନେତୃତ୍ୱ ମଧ୍ୟ ରାଜ୍ୟ ନେତାଙ୍କୁ ଶୁଣାଇ ଦେଇଛନ୍ତି ଚରମବାଣୀ । ଯାହାକୁ ନେଇ ବିରୋଧୀ ଦଳ ନେତା ଜୟ ନାରାୟଣ ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି ।

ଆଟାକିଙ୍ଗ ମୁଡରେ ବିଜେପି; ଟାର୍ଗେଟ କେବଳ ଓଡ଼ିଶା ଦଖଲ

ଆଟାକିଙ୍ଗ ମୁଡରେ ବିଜେପି; ଟାର୍ଗେଟ କେବଳ ଓଡ଼ିଶା ଦଖଲ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର : ୨୦୨୪ ପାଇଁ ବିଜେପିର ଆଗ୍ରେସିଭ ଷ୍ଟାଟେଜି । ଟାର୍ଗେଟ କେବଳ ଓଡ଼ିଶା ଦଖଲ । ବିଜେପିର କେନ୍ଦ୍ରୀୟ ନେତୃତ୍ୱ ମଧ୍ୟ ରାଜ୍ୟ ନେତାଙ୍କୁ ଶୁଣାଇ ଦେଇଛନ୍ତି ଚରମବାଣୀ । ଯାହାକୁ ନେଇ ବିରୋଧୀ ଦଳ ନେତା ଜୟ ନାରାୟଣ ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି ।  ଅନ୍ୟପଟେ ୨୦୨୪ ନିର୍ବାଚନ । ତାକୁ ନେଇ ଏବେଠୁ ଅଙ୍କ କସିଲେଣି ତିନି ଦଳ। ବିଜେପି, ବିଜେଡି ଏବଂ କଂଗ୍ରେସ ଏବେଠୁ ଆରମ୍ଭ କରି ଦେଇଛନ୍ତି ରଣନୀତି ।

'ଏଥର ଓଡ଼ିଶାରେ ସରକାର ଗଢ଼' ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦିଲ୍ଲୀରେ ଭେଟିବା ପରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ପରୋକ୍ଷରେ କହିଛନ୍ତି । ୨୦୨୪ରେ ଆମେ ଓଡ଼ିଶାରେ ଫସଲ ଅମଳ କରିବୁ ।  ଅର୍ଥାତ ଓଡ଼ିଶାରେ ସରକାରକୁ କରିବୁ ବୋଲି ଟିକେ ବୁଲେଇ ବଙ୍କେଇ କହିଛନ୍ତି । ଏନେଇ ଜୟନାରାୟଣ ଚାଷ ଉପାଖ୍ୟାନ କହିଛନ୍ତି । ଫସଲ ଅମଳ ପାଇଁ ଯେମିତି ଚାଷ କାର୍ଯ୍ୟର ବିଭିନ୍ନ ପର୍ଯ୍ୟାୟ ରହିଛି । ଆମେ ମଧ୍ୟ ସେମିତି ସରକାର ଆଣିବା ପାଇଁ ବିଭିନ୍ନ ପର୍ଯ୍ୟାୟ ଦେଇ ଯାଉଛୁ । ଏକା ଦିନରେ ତ ସବୁ କିଛି ହୁଏ ନାହିଁ । ସେଥିପାଇଁ ପ୍ରକ୍ରିୟା ଜାରି ରହିଛି । ତେବେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି ଜୟନାରାୟଣ । ଓଡ଼ିଶାରେ ଦୁର୍ନୀତି ଚରମ ସୀମାରେ ରହିଛି । ସିବିଆଇ , ଇଡ଼ି ଆମର ରାଜନୈତିକ ଅସ୍ତ୍ର ନୁହେଁ । କିନ୍ତୁ ଓଡ଼ିଶାକୁ ସିବିଆଇ ଓ ଇଡ଼ି ଆସିବାର ନିଶ୍ଚିତ ଆବଶ୍ୟକତା ରହିଛି ବୋଲି ଜୟନାରାୟଣ କହିଛନ୍ତି ।

ବିଜେପିର ଆଟାକ ପରେ ବିଜେଡି କରିଛି କାଉଣ୍ଟର ଆଟାକ । ବିରୋଧୀ ଦଳ ନେତାଙ୍କ ବୟାନ ଉପରେ ବିଜେଡି କରିଛି କଟାକ୍ଷ । ବିଜେପି ଦିବା ସ୍ଵପ୍ନ ଦେଖୁଛି । ବିଜେପିର ୨୦୧୯ରେ ମିଶନ ୧୨୦ ଥିଲା । ସେମାନେ କେତେ ଜିତି ଥିଲେ । ୨୦୨୪ ଫଳାଫଳ ଲାଗି ଯାହା କହୁଛନ୍ତି ତାହା ବାହାସ୍ପଟ ଛଡା ଆଉ କିଛି ନୁହଁ । ବିଜେଡି ଉପ ନିର୍ବାଚନ, ମୁନିସିପାଲିଟି ଏବଂ ପଂଚାୟତ ନିର୍ବାଚନରେ ଫଳାଫଳ ତାର ପ୍ରତିଫଳନ ଦେଖାଯାଉଛି । ରାଜ୍ୟବାସୀଙ୍କ ନବୀନ ପଟନାୟକଙ୍କ ଉପରେ ଆସ୍ଥା ଓ ବିଶ୍ୱାସ ରହିଛି ବୋଲି ବିଜେଡି କହିଛି ।

ଅନ୍ୟପଟେ ୨୦୨୪ ନିର୍ବାଚନ । ତାକୁ ନେଇ ଏବେଠୁ ଅଙ୍କ କସିଲେଣି ତିନି ଦଳ । ବିଜେପି, ବିଜେଡି ଏବଂ କଂଗ୍ରେସ ଏବେଠୁ ଆରମ୍ଭ କରି ଦେଇଛନ୍ତି ରଣନୀତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ସୁନୀଲ ବଂଶଲ ଦଳୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ । ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏନେଇ ରାଜ୍ୟ  ପ୍ରଭାରୀ ଡି. ପୁରନ୍ଦେସ୍ୱରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ସେପଟେ ବିଜେଡିର ବୁଧବାରଠାରୁ ଆରମ୍ଭ ହେଉଛି କର୍ମୀ ପ୍ରଶିକ୍ଷଣ ଶିବିର । ଏଥର ବିଧାୟକ ନୁହେଁ ଦଳର ମଙ୍ଗ ଧରିବେ ବୁଥ ସ୍ତରର କର୍ମୀ । ଏହାରି ଭିତରେ କଂଗ୍ରେସ ମଧ୍ୟ ଆରମ୍ଭ କରି ଦେଇଛି କାର୍ଯ୍ୟକ୍ରମ । ୨୦୨୪ର ନିର୍ବାଚନୀ ବିଗୁଲ ଏବେଠୁ ଶୁଭିଲାଣି । ବିଗ ବ୍ୟାଟେଲ, ବିଗ ଫଇଟ ।  ବିଜେଡି, ବିଜେପି କଂଗ୍ରେସ ଫୁଲ ଦମରେ ତୟାର । କିଏ ବାଜି ମାରିବ ତାକୁ ନେଇ ଆରମ୍ଭ ହୋଇଛି ତିନି ଦଳର ଗୋଟି ଚାଳନା ।
Published by:Soubhagya Mishra
First published: