ବିଧାନସଭା ଭିତରେ ଓ ବାହାରେ ମୁହାଁମୁହିଁ ଶାସକ ଓ ବିରୋଧୀ ଦଳ; CMଙ୍କୁ ଚିଠି ଲେଖିଛି BJP

ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ନେଇ ବିଜେଡି ସଦସ୍ୟମାନେ ଗାନ୍ଧିମୂର୍ତ୍ତି ତଳେ ବିଜେଡିର ପ୍ରତିବାଦ କରିଥିଲେ। ମୁଖ୍ୟ ମନ୍ତ୍ରୀଙ୍କୁ ସମୂହ ଚିଠି ଲେଖିବା ସହ ଏହାର ନକଲ କପି ଧରି ପ୍ରତିବାଦ କରିଥିଲେ ବିଜେପି।

ବିଧାନସଭା ଭିତରେ ଓ ବାହାରେ ମୁହାଁମୁହିଁ ଶାସକ ଓ ବିରୋଧୀ ଦଳ

ବିଧାନସଭା ଭିତରେ ଓ ବାହାରେ ମୁହାଁମୁହିଁ ଶାସକ ଓ ବିରୋଧୀ ଦଳ

  • Share this:
News18 Odia Digital

ଭୁବନେଶ୍ୱର: ଚାଲି ପାରୁନାହିଁ ଗୃହ। ଷଷ୍ଠ ଦିନରେ ବି ଗୃହରେ ଅଚଳାବସ୍ଥା ଜାରି ରହିଥିଲା। ଗୃହରେ ଶାସକ ଦଳ ଓ ବିରୋଧୀ ମୁହାଁମୁହିଁ ହୋଇଥିଲେ। ମମିତା ମେହେର ପ୍ରସଙ୍ଗରେ ଉଭୟ ବିଜେପି ଓ କଂଗ୍ରେସ ହୋ ହାଲ୍ଲା ନାରାବାଜି କରିଥିବା ବେଳେ ପାଇକ ବିଦ୍ରୋହ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମନ୍ୟତା ଦାବିରେ ପ୍ରତିବାଦ କରିଥିଲା ବିଜେଡି। ପ୍ରଶ୍ନକାଳ ଆରମ୍ଭରୁ ଏକା ସାଙ୍ଗରେ ବିଜେଡି, ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ପ୍ରତିବାଦ ଦେଖିବାକୁ ମିଳିଥିଲା। ମମିତା ମେହେର ପ୍ରସଙ୍ଗରେ ମନ୍ତ୍ରୀଙ୍କ ବହିଷ୍କାର ଓ ଏସଆଇଟି ତଦନ୍ତ ଦାବିରେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଯାଇ ପ୍ରତିବାଦ କରିଥିଲେ କଂଗ୍ରେସ ସଦସ୍ୟ।

ମନ୍ତ୍ରୀଙ୍କୁ ବହିଷ୍କାର ଦାବି ସହ ସିବିଆଇ ତଦନ୍ତ ଦାବିରେ ପ୍ରତିବାଦ କରିଥିଲା ବିଜେପି। ବିଜେଡି ସଦସ୍ୟ ନିଜ ନିକ ସିଟରେ ବସି ଜୟାରାଜ ଗୁରୁ ମୁଖା ପିନ୍ଧି ପ୍ରତିବାଦ କରିଥିଲେ। ବାଚସ୍ପତି ଗୃହ ମୁଲତବୀ ଘୋଷଣା କରିବା ପରେ ବାହାରେ ସାମ୍ନାସାମ୍ନି ହୋଇଥିଲେ ଶାସକ ଓ ବିରୋଧୀ।

ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ନେଇ ବିଜେଡି ସଦସ୍ୟମାନେ ଗାନ୍ଧିମୂର୍ତ୍ତି ତଳେ ବିଜେଡିର ପ୍ରତିବାଦ କରିଥିଲେ। ମୁଖ୍ୟ ମନ୍ତ୍ରୀଙ୍କୁ ସମୂହ ଚିଠି ଲେଖିବା ସହ ଏହାର ନକଲ କପି ଧରି ପ୍ରତିବାଦ କରିଥିଲେ ବିଜେପି। ମୁଖ୍ୟ ମନ୍ତ୍ରୀ ଗୃହରେ ଅନୁପସ୍ଥିତ ରହୁଥିବାରୁ ଏଭଳି ଚିଠି ଲେଖିବା ସହ ଫ୍ଲା କାର୍ଡ଼ ସହ ଚିଠି ଧରି ବିଧାନସଭାରୁ ପିଏମଜି ଯାଇ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠି ପୋଷ୍ଟ ଅଫିସରେ ପକାଇଥିଲେ ଦଳ।

ପାଇକ ବିଦ୍ରୋହ ନେଇ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା କହିଥିଲେ, "୧୮୧୭ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ପାଇଁ ପ୍ରତିଶୃତି ଦେଇଥିଲେ ପୂର୍ବତନ ମନ୍ତ୍ରୀ ପ୍ରକାଶ ଜାଭେଦକର। ପାଠ୍ୟକ୍ରମରେ ସନ୍ନିବେଶିତ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ସେଭଳି କିଛି ପ୍ରସ୍ତାବ ନଥିବା କହିଛନ୍ତ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ। ଏହା ଓଡ଼ିଶାର ଅସ୍ମିତା ଐତିହ୍ୟ ପରମ୍ପରା, ଅସ୍ମିତା ଓ ଗୌରବ ପ୍ରତି ଚରମ କୁଠାରଘାତ। ୧୯୯୦ ମସିହାରେ ତତ୍କାଳୀନ ମୁଖ୍ୟ ମନ୍ତ୍ରୀ ବିଜୁ ପଟ୍ଟନାୟକ ଏହି ଦାବି କରିଥିଲେ। ପରବର୍ତ୍ତୀ ସମୟରେ ଏହି ଦାବିକୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଦୋହରାଇଥିଲେ। ମୁଖ୍ୟ ମନ୍ତ୍ରୀଙ୍କ ଅଧକ୍ଷତାରେ ଏକ ସର୍ବଦଳୀୟ ପ୍ରତିନିଧି ସମ୍ମିଳନୀ ହୋଇଥିଲା। ଯେଉଁଥିରେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଯୋଗ ଦେଇଥିଲେ। ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ପାଇଁ କେନ୍ଦ୍ର ନିକଟରେ ଦାବିକୁ ଜୋରଦାର କରାଯିବ ବୋଲି ସର୍ବ ସମ୍ମତି କ୍ରମେ ସହମତି ପ୍ରକାଶ ପାଇଥିଲା। ଏଥି ସହିତ ଗଡ଼ ଖୋର୍ଦ୍ଧା ଠାରେ ଐତିହାସିକ ଦୁର୍ଗର ମରାମତି ସହିଦ ସ୍ମାରକୀ ସ୍ତମ୍ଭର ସ୍ଥାପନ ପାଇଁ ନିଷ୍ପତ୍ତି ହୋଇଥାଲା। ସେହିଭଳି ସମରକଳା ପ୍ରତିଷ୍ଠାନ ନିର୍ମାଣ ପାଇଁ ଡିପିଆର ପ୍ରସ୍ତୁତ କରାଯିବ ସହ ଏନେଇ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଛି। ହେଲେ କେନ୍ଦ୍ର ସରକାର ଦୁଇ ବର୍ଷ ଧରି ଏହାକୁ ପକାଇ ରଖିଛନ୍ତି। ପାଇକମାନଙ୍କୁ କଳାକାର ଭତ୍ତାରେ ସାମିଲ, ରାଜ୍ୟ ସଂଗ୍ରହାଳୟରେ ପାଇକ ଗ୍ୟାଲେରୀ ଭଳି ପ୍ରତିଷ୍ଠା ଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ୧୮୦୪ ମସିହାରେ ଜୟୀ ରାଜଗୁରୁ ପ୍ରଥମ ଥର ଲାଗି ବ୍ରିଟିଶ ସରକାର ବିରୋଧରେ ସ୍ୱର ଉତ୍ତୋଳନ କରିଥିବାରୁ ତାଙ୍କ ଗାଁରେ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏ ନେଇ ୨୦୧୭ ଜୁଲାଇ ୧୯ରେ ପାଇକ ବିଦ୍ରୋହକୁ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ମୁଖ୍ୟ ମନ୍ତ୍ରୀ ରାଜନାଥ ସିଂଙ୍କୁ ଚିଠି ଲେଖିଥିଲେ। ଏସବି ସତ୍ତ୍ୱେ କେନ୍ଦ୍ର ସରକାର ପଛ ଘୁଞ୍ଚା ଦେଇଛନ୍ତି। ଏହା ଓଡ଼ିଆ ସ୍ୱାଭିମାନ, ଅସ୍ମିତା, ପରମ୍ପରା ଓ ଐତିହ୍ୟ ପ୍ରତି କୁଠାର ଘାତ। ଏହି ପ୍ରସଙ୍ଗରେ ଏକ ଏକ୍ସପର୍ଟ କମିଟି ଗଠନ କରାଯାଉ ଓ ପାଇକ ବିଦ୍ରୋହକୁ ପ୍ରଥମ ସ୍ଵାଧୀନତା ସଂଗ୍ରାମ ମାନ୍ୟତା ଦିଆଯାଉ ।’’

ବୀରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ, "ବର୍ତ୍ତମାନ ମୁଖ୍ୟ ମନ୍ତ୍ରୀ ସମ୍ପୂର୍ଣ ଚୁପ୍ ଅଛନ୍ତି। ଗୃହକୁ ଆସୁନାହାଁନ୍ତି। ଗୃହକୁ ଆସନ୍ତୁ ଗୃହ କାର୍ଯ୍ୟ ଚାଲୁ। ବିଜେପି ବିଧାୟକ ଦଳ ପକ୍ଷରୁ ଚିଠି ଦିଆଯାଇଛି। ଆଶା କରୁଛୁ ମୁଖ୍ୟ ମନ୍ତ୍ରୀ ଚିଠିର ଉତ୍ତର ଦେବେ। ବିରୋଧୀଙ୍କ ଚାପରେ ମୁଖ୍ୟ ମନ୍ତ୍ରୀ ବିବୃତି ଦେବା ଆରମ୍ଭ କରିଛନ୍ତି। ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ମନ୍ତ୍ରୀ ଦୋମୁହାଁ ନୀତି ଆମ୍ବଲମ୍ବନ କରିଛନ୍ତି। ଅଞ୍ଜନା ଗଣ ଦୁଷ୍କର୍ମ ଘଟଣାରେ ମୁଖ୍ୟ ମନ୍ତ୍ରୀ ନୀତି ଓ ନୈତିକତା କଥା କହିଥିଲେ। ସେତେବେଳ ତତ୍କାଳୀନ ମୁଖ୍ୟ ମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କୁ ଦାୟୀ କରିଥିଲେ। କିନ୍ତୁ ଏବେ ମମିତା ମେହେର ମାମଲାରେ ମୁଖ୍ୟ ମନ୍ତ୍ରୀ କାହିଁକି ପଛଘୁଞ୍ଚା ଦେଉଛନ୍ତି ।

ସେହିପରି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି ଯେ ସାଧରଣ ଲୋକ ନିକଟରେ ବାର୍ତ୍ତା ଦେବା ପାଇଁ ବିଜେପିର ଏହି ପ୍ରତିବାଦ ଏକ ଟ୍ରେଲର ମାତ୍ର ଆଗକୁ ପୂରା ଫିଲ୍ମ ଆସିବ ।

ଗୃହ ଅଚଳ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, "ଏହା ଏକ ନିନ୍ଦନୀୟ ଘଟଣା । ମୁଖ୍ୟ ମନ୍ତ୍ରୀ ଗୃହକୁ ଆସି ହସ୍ତକ୍ଷେପ କରନ୍ତୁ । ବଚସ୍ପତି ସର୍ବଦଳୀୟ ବୈଠକ ଡ଼ାକନ୍ତୁ। ଗୃହ ଚାଲିବ ପାଇଁ ଆଜି ସୁଦ୍ଧା ବାଚସ୍ପତି ସର୍ବଦଳୀୟ ବୈଠକ ଡକାଇ ନାହାଁନ୍ତି। ବାଚସ୍ପତି ଶାସକ ଦଳର ହାତ ବରିସ ସାଜିଛନ୍ତି। ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରାଯାଉ, କଂଗ୍ରେସ ସବୁବେଳେ ଗଠନ ମୂଳକ ଚିନ୍ତା ଧାରାରେ ବିଶ୍ୱାସ କରେ। ଗୃହ ଚଲେଇବା ପାଇଁ ସବୁବେଳେ ଉଦ୍ୟମ କରାଯାଉଛି। ତେବେ ବଜେଡି ପକ୍ଷରୁ ଗୃହକୁ ଯେଉଁଭଳି ଭାବେ ମୁଖା ପିନ୍ଧି ଅଭିନବ ଢ଼ଙ୍ଗରେ ବନ୍ଦ କରାଗଲା । ଏହା ନିନ୍ଦନୀୟ ଲଜ୍ଜାଜନକ ।’’
Published by:Lipina Das
First published:
)}