ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ରାଜ୍ୟରେ ଉତ୍କଟ ମରୁଡ଼ି ସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା BJP; ଫସଲ ବୀମା ଯୋଜନା ଉପରେ BJDର ପ୍ରଶ୍ନବାଚୀ

ରାଜ୍ୟରେ ଉତ୍କଟ ମରୁଡ଼ି ସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା BJP; ଫସଲ ବୀମା ଯୋଜନା ଉପରେ BJDର ପ୍ରଶ୍ନବାଚୀ

ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ ଆଣିଲା ବିଜେଡି । ଦଳ ଟାର୍ଗେଟରେ କେନ୍ଦ୍ର ସରକାର।

ରାଜ୍ୟରେ ଉତ୍କଟ ମରୁଡ଼ି ସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା BJP; ଫସଲ ବୀମା ଯୋଜନା ଉପରେ BJDର ପ୍ରଶ୍ନବାଚୀ
ରାଜ୍ୟରେ ଉତ୍କଟ ମରୁଡ଼ି ସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା BJP
  • News18 Odia
  • Last Updated: August 24, 2021, 12:48 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜ୍ୟରେ ସମ୍ଭାଵ୍ୟ ଉତ୍କଟ ମରୁଡ଼ି ସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପି ଟାର୍ଗେଟ କରିଥିବା ବେଳେ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି।

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଥିଲେ, "ଓଡ଼ିଶା ବର୍ତ୍ତମାନ ମରୁଡ଼ି ମୁହାଁ । ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ସମଗ୍ର ରାଜ୍ୟରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଚାଷୀ କୂଳ ହତାଶ ହୋଇ ବସିଛନ୍ତି । ବିଶେଷ କରି ପାଞ୍ଚଟି ଜିଲ୍ଲା ଭଦ୍ରକ, ଯାଜପୁର, କେନ୍ଦୁଝର, ଅନୁଗୁଳ ଓ ବୌଦରେ ଉତ୍କଟ ସ୍ଥିତି ଦେଖାଦେଇଛି । ଆଉ ୨୦ଟି ଜିଲ୍ଲାରେ ମଧ୍ୟ ପରିସ୍ଥିତି ସଙ୍ଗୀନ । ମୁଖ୍ୟ ମନ୍ତ୍ରୀଙ୍କ ପାଖରେ ଏହି ଖବର ଅଛି ତ ? ରାଜ୍ୟରେ ଜଳସେଚନ କେଵଳ ପ୍ରଚାରରେ ସୀମିତ ରହିଛି । ଜଳ ସମ୍ପଦ ମନ୍ତ୍ରୀ ବିଧାନ ସଭାରେ ଉତ୍ତର ଦେଇ କହିଥିଲେ ଯେ, ୩୧୪ ବ୍ଲକରୁ ୨୫୧ଟି ବ୍ଲକରେ ୩୫ ପ୍ରତିଶତ ଜଳ ସେଚନ ହୋଇଛି।’’

ମହାନ୍ତି ଆହୁରି କହିଥିଲେ ଯେ ୨୦୧୮ରେ କନକ ବର୍ଦ୍ଧନ ସିଂହଦେଓଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ ୮ଟି ବୃହତ ଓ ୯ଟି ମଧ୍ୟମ ଓ ସେହି ପରି କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ମଧ୍ୟ ବିଭିନ୍ନ କାରଣରୁ ଅସମ୍ପୂର୍ଣ୍ଣ ରହିଛି। ସମୁଦାୟ ୧୫୪ଟି ମେଗା ଲିଫ୍ଟ ପଏଣ୍ଟ ପ୍ରକଳ୍ପ କରିବେ ବୋଲି ମନ୍ତ୍ରୀ ଉତ୍ତର ଦେଇଥିଲେ । ଚାରି ବର୍ଷ ପରେ ମାତ୍ର ୩୨ଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି । ୧୨୨ଟି ପ୍ରକଳ୍ପ ଅସମ୍ପୂର୍ଣ୍ଣ ଅଛି । ଅନେକ ସ୍ଥାନରେ କେନାଲର ଟେଲ ଏଣ୍ଡକୁ ପାଣି ଯାଉନାହିଁ । ୨୦୧୪ ନିର୍ବାଚନୀ ଇସ୍ତହାରରେ ୧୦ ଲକ୍ଷ ହେକ୍ଟର ଜମିକୁ ଜଳ ସେଚନ କରିବେ ବୋଲି ଘୋଷଣା କରିଥିଲେ । ୨୦୧୯ରେ ମଧ୍ୟ ଆଉ ୧୦ ଲକ୍ଷ ହେକ୍ଟର ଜମିକୁ ଜଳସେଚନ କରିବେ ବୋଲି କହିଲେ । ହେଲେ ଏହାର ହିସାବ ଦେଖିଲେ ମନ୍ତ୍ରୀଙ୍କ ଉତ୍ତର ଅନୁସାରେ, ୫୯,୪୫୫ ହେକ୍ଟର ଜମିକୁ ପାଣି ଦେବାର ଯୋଜନା ହୋଇଛି । ହେଲେ ସେଥିରୁ ମାତ୍ର ୧୮, ୩୫୦ ହେକ୍ଟର ଜମିକୁ ପାଣି ପହଞ୍ଚିଛି । ବର୍ତ୍ତମାନ ୪୧,୧୦୫ ହେକ୍ଟର ଜମି ପାଇଁ ପ୍ରକଳ୍ପ କାର୍ଯ୍ୟ ଚାଲୁଛି । ଯାହାକି ଅସମ୍ପୂର୍ଣ୍ଣ ଅଛି । ଅର୍ଥାତ ୧୦ ଲକ୍ଷ ହେକ୍ଟର ଜମିକୁ ପାଣି ଦେବାର ଯେଉଁ ଘୋଷଣା ହୋଇଥିଲା । ସେ ଥିରୁ ମାତ୍ର ୧୮, ୩୫୦ ହେକ୍ଟର ଜମିକୁ ପାଣି ଯାଇଛି । ବହୁ ପ୍ରଚାରିତ ପାର୍ବତୀଗିରି ପ୍ରକଳ୍ପ ମଧ୍ୟ ହୋଇନାହିଁ ।

ରାଜ୍ୟରେ ଉତ୍କଟ ମରୁଡ଼ି ସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା BJP


ଚାଷୀଙ୍କ ପ୍ରତି ଏ ସମ୍ବେଦନହୀନତା କାହିଁକି ? ସେ ଦୃଷ୍ଟିରୁ ସରକାରଙ୍କ ଏହି ବିଳମ୍ବତା ଅକ୍ଷମଣୀୟ । ତେଣୁ ରାଜ୍ୟ ସରକାର ତୁରନ୍ତ ଏକ ଟାସ୍କ ଫୋର୍ସ ଗଠନ କରନ୍ତୁ । ଜିଲ୍ଲାୱାରୀ ଯୁଦ୍ଧକାଳୀନ ଭିତ୍ତିରେ ଯେଉଁ ଜମିକୁ ପାଣି ଯାଇ ପାରିବ, ଜଳାଶୟ ମାନଙ୍କରୁ ଚାଷୀଙ୍କୁ ପମ୍ପ ମାଧ୍ୟମରେ ପାଣି ଯୋଗାଇ ଦିଅନ୍ତୁ ରାଜ୍ୟ ସରକାର । ଏଥି ପାଇଁ ଏକ ବ୍ଲୁ ପ୍ରିଣ୍ଟ ଶୀଘ୍ର ପ୍ରକାଶ କରନ୍ତୁ । ଟାସ୍କ ଫୋର୍ସକୁ କାର୍ଯ୍ୟରେ ଲଗାଇ ବିଭାଗୀୟ ସଚିବ ମାନଙ୍କୁ ସେ ଅଞ୍ଚଳକୁ ପଠାନ୍ତୁ ବୋଲି କହିଥିଲେ ମହାନ୍ତି ।

ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ ଆଣିଲା ବିଜେଡି । ଦଳ ଟାର୍ଗେଟରେ କେନ୍ଦ୍ର ସରକାର। ଦଳ ପକ୍ଷରୁ କୁହାଯାଇଛି ଯେ ବରଗଡ଼, ସମ୍ବଲପୁର, ସୋନପୁର, ଦେବଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡିର ଲକ୍ଷାଧିକ ଚାଷୀ ଫସଲ ବୀମା ଯୋଜନା ଦ୍ବାରା ପ୍ରଭାବିତ ହୋଇଛନ୍ତି।

ରାଜ୍ୟ ସରକାର ୩,୨୫୦ କୋଟି ଟଙ୍କା ବୀମା କମ୍ପାନୀକୁ ଦେଇଛନ୍ତି। ଏଥି ସହିତ ଓଡ଼ିଶାର ଚାଷୀ ହଜାରେ କୋଟି ଟଙ୍କା ଦେଇଛନ୍ତି ବୀମା କମ୍ପାନୀକୁ । ୨୦୨୦ ସୁଦ୍ଧା ବୀମା କମ୍ପାନୀକୁ ସମୁଦାୟ ୬,୧୬୩ କୋଟି ଟଙ୍କା ଦିଆଯାଇଥିବା ବେଳେ ଚାଷୀଙ୍କୁ ବୀମା କମ୍ପାନୀ ଦେଇଛି ୫.୦୯୮ କୋଟି ଟଙ୍କା। ଫଳରେ ବୀମା କମ୍ପାନୀ ହଜାରେ କୋଟି ଟଙ୍କାରୁ ଅଧିକ ଲାଭ କରିଛି।

ଫସଲ ବୀମା ଯୋଜନା ଉପରେ BJDର ପ୍ରଶ୍ନବାଚୀ


‘‘୨୦୧୮ ରୂ ୨୦୨୦ ଭିତରେ ଓଡ଼ିଶାର ଚାଷୀ ମାନେ ୨,୦୯୦ କୋଟି ଟଙ୍କାର ବୀମା ଦାବି କରିଥିଲେ। ହେଲେ ବୀମା କମ୍ପାନୀ ଏହାର ୫୦ ପ୍ରତିଶତ ଲୋକଙ୍କୁ ୨,୦୨୬ କୋଟି ଟଙ୍କାର ବୀମା ଦେଇଛି। ଓଡ଼ିଶାର ଚାଷୀ ମାନେ ବୀମା ଆକଳନକୁ ନେଇ ବାରମ୍ବାର ହତାସ ହେଉଛନ୍ତି। ଆନ୍ଧ୍ର, ବିହାର, ଗୁଜରାଟ, ଝାଡ଼ଖଣ୍ଡ, ତେଲେଙ୍ଗାନା, ବିହାର ଭଳି ୬ଟି ରାଜ୍ୟ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନାରୁ ଓହରିଗଲେଣି । ଏବେ ସମୟ ଆସିଛି କେନ୍ଦ୍ର ସରକାର ଏସବୁ ଦିଗ ଉପରେ ଦୄଷ୍ଟି ଦେଇ ଚାଷୀଙ୍କ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାର । ଚାଷୀଙ୍କ ହକ ପାଇଁ ଆମେ ଆମର ଲଢେ଼ଇ ଜାରି ରଖିବୁ,’’ କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର।
Published by: Lipina Das
First published: August 24, 2021, 12:48 PM IST