ପଞ୍ଚାୟତ ନିର୍ବାଚନ ପାଇଁ ଇସ୍ତାହାର ଜାରି କରିଛି ବିଜେପି; ବିଜେଡି ଓ କଂଗ୍ରେସ ରଖିଲେ ଏମିତି ମତ

କୃଷକ ଓ ମହିଳା ଶସକ୍ତିକରଣକୁ ଗୁରୁତ୍ୱ ଦେବ ବିଜେପି। ପଞ୍ଚାୟତ ନିର୍ବାଚନ ପରିପେକ୍ଷିରେ ସ୍ଥାନୀୟ ସମସ୍ୟା ସହ ରାଜ୍ୟର ସାମଗ୍ରିକ ବିକାଶ ପାଇଁ ପ୍ରତିଶ୍ରୁତି ଦେଇଛି ରାଜ୍ୟ ବିଜେପି। ଯାହାକୁ ନେଇ ଟାର୍ଗେଟ କରିଛନ୍ତି ଶାସକ ଦଳ ବିଜେଡି ଓ କଂଗ୍ରେସ।

ପଞ୍ଚାୟତ ନିର୍ବାଚନ ପାଇଁ ଇସ୍ତାହାର ଜାରି କରିଛି ବିଜେପି

ପଞ୍ଚାୟତ ନିର୍ବାଚନ ପାଇଁ ଇସ୍ତାହାର ଜାରି କରିଛି ବିଜେପି

  • Share this:
News18 Odia Digital

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ ଇସ୍ତାହାର ଜାରି କଲା ବିଜେପି। କୃଷକ ଓ ମହିଳା ଶସକ୍ତିକରଣକୁ ଦଳ ପ୍ରାଧାନ୍ୟ ଦେଇଥିବା ବେଳେ ପଞ୍ଚାୟତରେ ଗ୍ରାମସଭା, ପଲ୍ଲୀସଭା ସହ କେନ୍ଦ୍ରୀୟ ଅର୍ଥର ଜଗୁଆଳି ହେବାକୁ ବିଜେପି ଘୋଷଣା କରିଛି। ସ୍ଥାନୀୟ ସମସ୍ୟା ଆଧାରରେ କଂଗ୍ରେସ ଇସ୍ତାହାର ପ୍ରସ୍ତୁତ କରୁଥିବା ବେଳେ ଦୁଇ ତିନି ଦିନ ମଧ୍ୟରେ ଘୋଷଣା କରିବ।
ସେପଟେ ବିଜେଡି କହିଛି ବିରୋଧୀଙ୍କ ପ୍ରତିଶୃତି ପାଣିର ଗାର। ଲୋକଙ୍କ ବିକାଶ ଓ ପ୍ରଗତି ସହ ଅଛି ଦଳ। ପଞ୍ଚାୟତରେ ଗ୍ରାମସଭା ହେବ ପଲ୍ଲୀସଭା ବି ହେବ । କେନ୍ଦ୍ରରୁ ଆସୁଥିବା ଅର୍ଥର ବିଜେପି ଜଗୁଆଳି ହେବ।

କୃଷକ ଓ ମହିଳା ଶସକ୍ତିକରଣକୁ ଗୁରୁତ୍ୱ ଦେବ ବିଜେପି। ପଞ୍ଚାୟତ ନିର୍ବାଚନ ପରିପେକ୍ଷିରେ ସ୍ଥାନୀୟ ସମସ୍ୟା ସହ ରାଜ୍ୟର ସାମଗ୍ରିକ ବିକାଶ ପାଇଁ ପ୍ରତିଶ୍ରୁତି ଦେଇଛି ରାଜ୍ୟ ବିଜେପି। ରାଜ୍ୟ କାର୍ଯ୍ୟାଳୟରେ ଇସ୍ତାହାର ଓ ଅଭିଯୋଗ ପତ୍ର ଉନ୍ମୋଚନ କରାଯାଇଛି। ବରିଷ୍ଠ ନେତାଙ୍କ ଉପସ୍ଥିତିରେ ରାଜ୍ୟ ସଭାପତି ସମୀର ମହାନ୍ତି ଇସ୍ତାହାର ପତ୍ର ଉନ୍ମୋଚନ କରିଛନ୍ତି। ବିଜେପି ତାର ଇସ୍ତାହାରରେ କହିଛି ମୋଦି ଅର୍ଥ ଦେଉଥିଲେ ବି ପଞ୍ଚାୟତ ସ୍ତରରେ ଵ୍ୟାପକ ହେରଫେର ହେଉଛି। ବିଜେପି ଏହାର ଜଗୁଆଳି ସାଜିବ। ମଣ୍ଡି ବ୍ୟବସ୍ଥାକୁ ସୁଦୁଢ଼ କରାଯିବ।

ମହିଳାଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ବଜାର ବିକ୍ରି ସହ ମହିଳା ସଶକ୍ତିକରଣକୁ ଗୁରୁତ୍ୱ ଦେଇଛି ଦଳ। ଷ୍ଟ୍ରିଟ ଲାଇଟ, ବର୍ଜ୍ୟ ବସ୍ତୁ ପରିଚାଳନା ଭଳି ସ୍ଥାନୀୟ ସମସ୍ୟା ଆଧାରରେ ୨୨ଟି ପ୍ରତିଶ୍ରୁତି ଦେଇଛି ବିଜେପି।

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି,"ପ୍ରତି ପଞ୍ଚୟତରେ ଗ୍ରାମସଭା, ପଲ୍ଲୀସଭା ହେବ। ମୋଦି ପଠାଉଥିବା ଟଙ୍କାର ଜଗୁଆଳି ହେବ ବିଜେପିରେ ପଞ୍ଚାୟତ ସ୍ତରରେ ଵ୍ୟାପକ ଅର୍ଥ ଲୁଟ ହେଉଛି। ବିଜେଡି ନେତା ଲୁଟ କରୁଛନ୍ତି। ବିକାଶ ନାମରେ ଯେଉଁ ଠିକାଦାର ସାଜି ଅର୍ଥ ଲୁଟ କରୁଛନ୍ତି ତେଣୁ ତାକୁ ବିଜେପି ଆଉ ହେବାକୁ ଦେବନି।

ମଣ୍ଡି ବ୍ୟବସ୍ଥାକୁ ସୁଦୁଢ଼ କରାଯିବ, ମହିଳା ଶସକ୍ତିକରଣ କରାଯିବ, ପ୍ରତେକ ପଞ୍ଚାୟତରେ ମହିଳାଙ୍କ ଦ୍ୱାରା ଉତ୍ପାଦିତ ହେଉଥିବା ଜିନିଷକୁ ବଜାରରେ ବିକ୍ରି କରାଯିବ ବୋଲି ସେ କହିଛନ୍ତି। ତିନି-ଚାରି ଦିନ ମଧ୍ୟରେ ଇସ୍ତାହାର ଘୋଷଣା କରିବ କଂଗ୍ରେସ। ସ୍ଥାନୀୟ ସମସ୍ୟା ଭିତ୍ତିରେ ଦଳ ଇସ୍ତାହାର ପ୍ରସ୍ତୁତ କରୁଥିବା ବେଳେ ଫୋକସରେ ରହିବ କୃଷକଙ୍କ ସମସ୍ୟା ଓ ଆଇନ ଶୃଙ୍ଖଳା।

ପ୍ରଭାରୀଙ୍କ ପରାମର୍ଶ କ୍ରମେ ହାଇ ପାୱାର କମିଟିରେ ସ୍ଥିର ହୋଇଛି ପ୍ରସଙ୍ଗ। ବିଜେପିକୁ ଟାର୍ଗେଟ କରି କଂଗ୍ରେସ କହିଛି ଯେ ଦଳ କେବଳ ଇସ୍ତାହାର କରେ କାର୍ଯ୍ୟକାରୀ କରେନି। ବିଜେଡି କହିଛି ନିର୍ବାଚନ ଇସ୍ତାହାର କେବଳ ମିଥ୍ୟା ପ୍ରତିଶ୍ରୁତି ବୋଲି । ପୂର୍ବ ପ୍ରତିଶ୍ରୁତି ପାଳନ ନ କରିବାରୁ ୨୦୧୯ରେ ପ୍ରତ୍ୟାଖ୍ୟାନ କରିଥିଲେ ରାଜ୍ୟବାସୀ। ଚଳିତ ନିର୍ବାଚନରେ ବି ଜବାବ ଦେଇ ଲୋକେ ବିଜେଡିକୁ ଆଶୀର୍ବାଦ କରିବେ। କାରଣ ଲୋକଙ୍କ ବିକାଶ ଓ ପ୍ରଗତି ସହ ଅଛି ବିଜୁ ଜନତା ଦଳ।

କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ଆମ ଇସ୍ତାହାରରେ ରହିବ ପ୍ରଥମେ ରାଜ୍ୟ ଓ ଦେଶରେ ଅପାରଗ ସରକାରକୁ ସଜାଡ଼ିବା। ଲୋକ ଆମକୁ ନିର୍ବାଚିତ କଲେ ଦରଦାମ ବୃଦ୍ଧି ରୋକିବୁ, ଆଇନ ଶୃଙ୍ଖଳା ପରିସ୍ଥିତି ସୁଧାରିବୁ, ଶାସନରେ ବିଫଳତାକୁ ସଜାଡ଼ିବୁ, ବେକାର ସମସ୍ୟା ଦୂର କରିବୁ, ଧାନ ମଣ୍ଡି ସଜାଡ଼ିବୁ, ଚାଷୀମାନଙ୍କ ପାଇଁ କୋଲଡ ଷ୍ଟୋର, ଗୋଦାମ ଘର କରିବୁ। ନିର୍ବାଚନ ଇସ୍ତାହାର ବିଜେପି କେବଳ ପ୍ରକାଶ କରେ କିନ୍ତୁ କେବେ କାର୍ଯ୍ୟକାରୀ କରେ ନାହିଁ ।’’

ଆଗରୁ ଏମିତି ପ୍ରତିଶ୍ରୁତି ଦେଇଥିଲେ ଏବେ ବି ମିଛ ପ୍ରତିଶ୍ରୁତି ଦେଉଛି ବିଜେପି। ୨୦୧୭ରେ କିଛି ଜିଲ୍ଳା ପରିଷଦ ଜିତିଥିଲା ବିଜେପି ହେଲେ କାମ କଲେନି। ୨୦୧୯ରେ ପ୍ରତ୍ୟାଖାନ କଲେ ଲୋକ। ଏଥର ନିର୍ବାଚନରେ ବି ଉଚିତ୍ ଜବାବ ଦେବେ ଲୋକ। ସାଢ଼େ ଚାରି କୋଟି ଓଡ଼ିଶାବାସୀ ଜାଣିଛନ୍ତି ବିକାଶ ଓ ପ୍ରଗତି ସହ ଅଛି ବିଜେଡ଼ି। ପୁଣି ବିଜେଡିକୁ ଆର୍ଶୀବାଦ କରିବେ। ବହୁ ମାର୍ଜିନ ସହ ସବୁ ଯାଗାରେ ବିଜେଡି ଜିତିବ ଓ ମାଟି କାମୁଡି ପଡ଼ିବ ବିଜେପି ବୋଲି କହିଛନ୍ତି ବିଜେଡି।
Published by:Lipina Das
First published: