ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ସ୍ଵଳ୍ପକାଳୀନ ମୌସୁମୀ ଅଧିବେଶନକୁ ନେଇ BJPର ଲମ୍ବା ଯୋଜନା; ସରକାରଙ୍କୁ ଘେରିବାକୁ ଆପଣାଇଛି ରଣନୀତି

ସ୍ଵଳ୍ପକାଳୀନ ମୌସୁମୀ ଅଧିବେଶନକୁ ନେଇ BJPର ଲମ୍ବା ଯୋଜନା; ସରକାରଙ୍କୁ ଘେରିବାକୁ ଆପଣାଇଛି ରଣନୀତି

ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝିଙ୍କ ସୂଚନା ଅନୁସାରେ, ‘‘ବିଧାନସଭାର ଏହି ସ୍ଵଳ୍ପକାଳୀନ ମୌସୁମୀ ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି, ଯାହା ଲୋକଙ୍କ ସ୍ବାର୍ଥ ସହିତ ଜଡ଼ିତ।’’

ସ୍ଵଳ୍ପକାଳୀନ ମୌସୁମୀ ଅଧିବେଶନକୁ ନେଇ BJPର ଲମ୍ବା ଯୋଜନା; ସରକାରଙ୍କୁ ଘେରିବାକୁ ଆପଣାଇଛି ରଣନୀତି
ସରକାରଙ୍କୁ ଘେରିବାକୁ BJP ଆପଣାଇଛି ରଣନୀତି
  • News18 Odia
  • Last Updated: September 1, 2021, 2:09 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ବୁଧବାର ଠାରୁ ଆରମ୍ଭ ହେଉଥିବା ସ୍ଵଳ୍ପକାଳୀନ ବିଧାନସଭାର ମୌସୁମୀ ଅଧିବେଶନରେ ଶାସକ ଦଳକୁ ଘେରିବାକୁ ରଣନୀତି ତିଆରି କଲା ରାଜ୍ୟ ବିଜେପି । ଏହି ଅଧିବେଶନରେ ମରୁଡ଼ି ପ୍ରସଙ୍ଗ ସହିତ ସାରର ଅଭାବ ଓ ଆଇନଶୃଙ୍ଖଳା ପରିସ୍ଥିତି, ଦୁର୍ନୀତି, ସୀମା ବିବାଦ ତଥା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଚଞ୍ଚକତାକୁ ମଧ୍ୟ ଗୃହରେ ପ୍ରସଙ୍ଗ କରିବ ବିଜେପି । ଏହା ବ୍ୟତୀତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରସଙ୍ଗ, ଜିଲ୍ଲା ଖଣିଜ ପାଣ୍ଠି ପ୍ରସଙ୍ଗ ମଧ୍ୟ ସ୍ଥାନୀତ ହେବ ବୋଲି ଦଳ ସ୍ପଷ୍ଟ କରିଛି ।

ବୁଧବାର ଠାରୁ ଆରମ୍ଭ ହୋଇଥିବା ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ ପାଇଁ ମଙ୍ଗଳବାର ମଧ୍ୟାହ୍ନରେ ବସିଥିଲା ରାଜ୍ୟ ବିଜେପି ବିଧାୟକ ଦଳର ବୈଠକ । ବୈଠକ ପରେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝିଙ୍କ ସୂଚନା ଅନୁସାରେ, ‘‘ବିଧାନସଭାର ଏହି ସ୍ଵଳ୍ପକାଳୀନ ମୌସୁମୀ ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି, ଯାହା ଲୋକଙ୍କ ସ୍ବାର୍ଥ ସହିତ ଜଡ଼ିତ। ଏଥି ପାଇଁ ଆୟୋଜିତ ବିଜେପି ବିଧାୟକ ଦଳ ବୈଠକରେ ଅନେକ କଥା ବିସ୍ତୃତ ଭାବେ ଆଲୋଚିତ ହୋଇଛି । ବିଶେଷ କରି ମରୁଡ଼ି ସହିତ ସାରର ଅଭାବ ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ଗୃହରେ ମୁଖ୍ୟ ପ୍ରସଙ୍ଗ କରିବ ଦଳ।’’

ସେ ଆହୁରି କହିଛନ୍ତି ଯେ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଏବେ ବିଗିଡ଼ିବାରେ ଲାଗିଛି । ଅତୀତରେ ମଧ୍ୟ ଏଭଳି ସ୍ଥିତି ଥିଲା ଯାହାକୁ ଦଳ ଗୃହରେ ପ୍ରସଙ୍ଗ କରିଥିଲା । ତେବେ ଏଥର ଶାସକ ଦଳ ସବୁ ସୀମା, ସରହଦ ଅତିକ୍ରମ କରିଛି । ତେଣୁ ଏହାକୁ ଆୟୁଧ କରି ଗୃହରେ ଶାସକ ଦଳକୁ ଘେରିବାକୁ ଦଳ ଉଦ୍ୟମ କରିବ । ଏହା ଛଡ଼ା ବିଭିନ୍ନ କ୍ଷେତ୍ରରେ ଦୁର୍ନୀତି, ଉତ୍କଟ ସୀମା ବିବାଦ ତଥା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତିକୁ ମଧ୍ୟ ଦଳ ଗୃହରେ ପ୍ରସଙ୍ଗ କରିବ।

ମୌସୁମୀ ଅଧିବେଶନରେ ଶାସକ ଦଳକୁ ଘେରିବାକୁ ରଣନୀତି ତିଆରି କଲା ରାଜ୍ୟ ବିଜେପି


ବିଜେପି ବିଧାୟକ ନାଉରୀ ନାୟକଙ୍କ ସୂଚନା ଅନୁସାରେ, ‘‘ଏହିସବୁ ଏକାଧିକ ପ୍ରସଙ୍ଗ ସହିତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ବ୍ୟତିକ୍ରମ ପ୍ରସଙ୍ଗ, ଜିଲ୍ଲା ଖଣିଜ ପାଣ୍ଠି ପରିଚାଳନା ପ୍ରସଙ୍ଗ ମଧ୍ୟ ଏଥର ଗୃହରେ ସ୍ଥାନୀତ ହେବ । ଏହା ସହିତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଦ୍ୟୁତ ଶୁଳ୍କ ଵୃଦ୍ଧି ପ୍ରସଙ୍ଗ ଓ ଓ.ବି.ସି. ପ୍ରସଙ୍ଗକୁ ମଧ୍ୟ ଗୃହରେ ପ୍ରସଙ୍ଗ କରିବ ଦଳ । କାରଣ ଏହି ଦୁଇ ପ୍ରସଙ୍ଗ ସହିତ ଲୋକଙ୍କ ଭାବନା ଓ ଭବିଷ୍ୟତ ଜଡ଼ିତ ରହିଛି । ଶକ୍ତି ବିଭାଗରେ ଘରୋଇ କରଣ କରି ଲୋକଙ୍କୁ ହଇରାଣ କରୁଛନ୍ତି ସରକାର । ଘରୋଇ କମ୍ପାନୀର ମନମାନି ଚାଲିଛି । ଏହାକୁ ବିରୋଧ କରିବ ଦଳ।’’

ଦଳ ପକ୍ଷରୁ କୁହାଯାଇଛି ଯେ କେଵଳ ବିରୋଧୀ ଦଳ ଭାବେ ବିରୋଧ ନୁହେଁ, ଗୃହରେ ମଧ୍ୟ ଗଠନ ମୂଳକ ଉଦ୍ୟମରେ ସହଯୋଗ କରିବ ବିଜେପି । ବିରୋଧୀ ଦଳର ନେତା ଲମ୍ବା ସମୟ ଧରି ଅସୁସ୍ଥ ଥିବାରୁ ତାଙ୍କୁ ଭିଡିଓ କନଫରେନ୍ସରେ ରହିବାକୁ ପ୍ରସ୍ତାବ ଦିଆଯାଇଛି । ହେଲେ ଏ ପର୍ଯ୍ୟନ୍ତ ତାହାକୁ ବାଚସ୍ପତି ଅନୁମୋଦନ କରିନାହାନ୍ତିଁ । ତେବେ ତାଙ୍କ ଅନୁପସ୍ଥିତିରେ ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ ଗୃହରେ ନେତୁତ୍ୱ ନେବେ।

ବସିଥିଲା ରାଜ୍ୟ ବିଜେପି ବିଧାୟକ ଦଳର ବୈଠକ


ବିରୋଧୀ ଦଳର ଉପନେତା ତଥା ବରିଷ୍ଠ ବିଜେପି ନେତା ବିଷ୍ଣୁ ସେଠୀ କହିଛନ୍ତି, ‘‘ବୁଧବାର ଠାରୁ ଆରମ୍ଭ ହେଉଥିବା ଏହି ବୈଠକରେ ମୋଟ ୮ଟି ସରକାରୀ କାର୍ଯ୍ୟ ଦିବସ ରହିଛି । କମ ସମୟ ଥିଲେ ବି ଗୃହରେ ଲୋକଙ୍କ ସ୍ୱାର୍ଥ ହାସଲ କରିବାକୁ ଉଦ୍ୟମ କରିବ ବିଜେପି ।’’

ବିଜେପିର ଏହି ବିଧାୟକ ଦଳର ବୈଠକରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ବହୁ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।
Published by: Lipina Das
First published: September 1, 2021, 2:08 PM IST