ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ମମିତା ମେହେର ମୃତ୍ୟୁ ପ୍ରସଙ୍ଗକୁ ନେଇ ଭୁବନେଶ୍ୱରରେ ବିଜେପିର 'ହାଲ୍ଲାବୋଲ’; ପୋଲିସ ସହ କର୍ମୀ ମୁହାଁମୁହିଁ

ମମିତା ମେହେର ମୃତ୍ୟୁ ପ୍ରସଙ୍ଗକୁ ନେଇ ଭୁବନେଶ୍ୱରରେ ବିଜେପିର 'ହାଲ୍ଲାବୋଲ’; ପୋଲିସ ସହ କର୍ମୀ ମୁହାଁମୁହିଁ

ମମିତା ମେହେର ହତ୍ୟା ଘଟଣାରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର, ଗିରଫ ଓ ସିବିଆଇ ତଦନ୍ତ ଦାବିରେ ଭୁବନେଶ୍ୱର ବିଜେପି ପକ୍ଷରୁ ସୋମବାର ନବୀନ ନିବାସ ଘେରାଉ ପାଇଁ ବିଜେପିର ବିଶାଳ ରାଲି ‘ହାଲ୍ଲାବୋଲ’ ତୀବ୍ର ହୋଇଥିଲା ।

ମମିତା ମେହେର ମୃତ୍ୟୁ ପ୍ରସଙ୍ଗକୁ ନେଇ ଭୁବନେଶ୍ୱରରେ ବିଜେପିର 'ହାଲ୍ଲାବୋଲ’; ପୋଲିସ ସହ କର୍ମୀ ମୁହାଁମୁହିଁ
ମମିତା ମେହେର ମୃତ୍ୟୁ ପ୍ରସଙ୍ଗକୁ ନେଇ ଭୁବନେଶ୍ୱରରେ ବିଜେପିର 'ହାଲ୍ଲାବୋଲ
  • News18 Odia
  • Last Updated: November 23, 2021, 4:42 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
New18 Odia Digital

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବିରୋଧରେ ବିଜେପିର ‘ହାଲ୍ଲାବୋଲ’ । ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣା ପଛରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ହାତ ଥିବାରୁ ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର ସହିତ ଗିରଫ କରାଯିବା ଦାବିରେ ପ୍ରତିବାଦ ଓ ବିକ୍ଷୋଭ କରିଛି ବିଜେପି ଭୁବନେଶ୍ୱର ଜିଲ୍ଲା ସଂଗଠନ । ବିଜେପି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ଆୟୋଜିତ ଏହି ‘ହାଲ୍ଲାବୋଲ’ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ବହୁ ସଂଖ୍ୟକ ବିଜେପି ସମର୍ଥକ।

ଭୁବନେଶ୍ୱର ରାଜମହଲ ଛକରୁ ନବୀନ ନିବାସ ଅଭିମୁଖେ ବାହାରିଥିବା ଏହି ‘ହାଲ୍ଲାବୋଲ’ କାର୍ଯ୍ୟକ୍ରମକୁ ପୋଲିସ ଶିଶୁ ଭବନ ଛକରେ ଅଟକାଇଥିଲା । ଯାହା ପରେ ବିଜେପି ସମର୍ଥକ ଓ ପୋଲିସ ମଧ୍ୟରେ କିଛି ସମୟ ପାଇଁ ଧସ୍ତାଧସ୍ତି ହୋଇଥିଲା । ଏହି ଧସ୍ତାଧସ୍ତିରେ ଉଭୟ ପୋଲିସ ଓ ବିଜେପି ସମର୍ଥକମାନେ ସାମାନ୍ୟ ଆହତ ହୋଇଥିଲେ ।

୨୦୦ରୁ ଅଧିକ ବିଜେପି ନେତା ଓ କର୍ମୀଙ୍କୁ ମଧ୍ୟ ଗିରଫ କରିଥିଲା କମିଶନରରେଟ୍ ପୋଲିସ । ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ କେବଳ ହାତ ଗଣତି ଦୋଷୀଙ୍କୁ ଗିରଫ କରି ପୋଲିସ ନିରବ ରହିଯାଇଥିବାରୁ ଏହାକୁ ନେଇ ଗତ କିଛି ଦିନ ହେବ ସାରା ରାଜ୍ୟରେ ଭିନ୍ନ ଭିନ୍ନ ଢ଼ଙ୍ଗରେ ପ୍ରତିବାଦ କରି ଆସୁଛି ରାଜ୍ୟ ବିଜେପି । ବିଜେପିର ମହିଳା ମୋର୍ଚ୍ଚା, ଯୁବ ମୋର୍ଚ୍ଚା, ଛାତ୍ର ମୋର୍ଚ୍ଚା ଭିନ୍ନ ଭିନ୍ନ ଢ଼ଙ୍ଗରେ ପ୍ରତିବାଦ ଆୟୋଜନ କରି ଆସୁଛନ୍ତି ।

ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କଲା BJP


ଏହି ପ୍ରତିବାଦ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ ବିଜେପି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ବାବୁ ସିଂ । ତାଙ୍କ ସହିତ ସାମିଲ ହୋଇଥିଲେ ବରିଷ୍ଠ ବିଜେପି ନେତା ଦିଲୀପ ମହାନ୍ତିଙ୍କ ସମେତ ଯୁବ ମୋର୍ଚ୍ଚା ଓ ମହିଳା ମୋର୍ଚ୍ଚାର ବହୁ ସଂଖ୍ୟକ ସଦସ୍ୟ ।

ସୋମବାର ସକାଳ ୧୧ଟାରେ ଭୁବନେଶ୍ୱର ରାଜମହଲ ଛକରୁ ନବୀନ ନିବାସ ଅଭିମୁଖେ ବାହାରିଥିଲା ଶୋଭାଯାତ୍ରା । ପ୍ଲାଗ୍‌କାର୍ଡ଼ ଧରିବା ସହିତ ପଦଯାତ୍ରାରେ ପ୍ରତିବାଦକାରୀମାନେ ନବୀନ ନିବାସ ଅଭିମୁଖେ ମୁହାଁଇଥିଲେ । ତେବେ ପୂର୍ବ ପ୍ରସ୍ତୁତି ଅନୁସାରେ ଶିଶୁ ଭବନ ଛକରୁ ସମସ୍ତ ରାସ୍ତାକୁ ସିଲ କରି ଦେଇଥିଲା କମିଶନରରେଟ୍ ପୋଲିସ । ଏହା ସହିତ କିଛି ଅଘଟଣର ଆଶଙ୍କା କରି ବ୍ୟାପକ ସଂଖ୍ୟକ ପୋଲିସ ମଧ୍ୟ ମୁତୟନ ହୋଇଥିଲେ।

ଶିଶୁ ଭବନ ଛକରେ ପ୍ରତିବାଦକାରୀ ଓ ପୋଲିସଙ୍କ ମଧ୍ୟରେ ୩୦ ମିନିଟ୍‌ରୁ ଅଧିକ ସମୟ ଧରି ଧସ୍ତାଧସ୍ତି ଲାଗ ରହିଥିଲା । ପ୍ରତିବାଦକାରୀମାନେ ବଳ ପୂର୍ବକ ପୋଲିସ ବ୍ୟାରିକେଡ଼ ଭାଙ୍ଗି ଆଗକୁ ଯିବାକୁ ଉଦ୍ୟମ କରିବାରୁ ପରିସ୍ଥିତି ଗମ୍ଭୀର ହୋଇଥିଲା । କିଛି ସମୟ ପାଇଁ ପୋଲିସ ଓ ପ୍ରତିବାଦୀକାରୀମାନେ ଏକ ପ୍ରକାର ମୁହାଁମୁହିଁ ଅବସ୍ଥାରେ ଥିଲେ । କିଛି ପ୍ରତିବାଦକାରୀ ବ୍ୟାରିକେଡ଼ ପାର କରିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସର ମାତ୍ରାଧିକ ବଳପ୍ରୟୋଗକୁ ବିରୋଧ କରି କିଛି ପ୍ରତିବାଦୀକାରୀମାନେ ଶିଶୁ ଭବନ ଛକ ମୁଖ୍ୟ ରାସ୍ତାରେ ଧାରଣାରେ ବସି ରହିଥିଲେ । ପୋଲିସ ସେମାନଙ୍କୁ ବୁଝାସୁଝା କରି ହଟାଇବାକୁ ଉଦ୍ୟମ କରିବା ବେଳେ ଏହାକୁ ମାନି ନ ଥିଲେ ବିଜେପି ସମର୍ଥକ । ଯାହା ଦ୍ବାରା କିଛି ନେତା ଓ ସମର୍ଥକଙ୍କୁ ଜୋରଜବରଦସ୍ତ ଉଠାଇ ନେବାକୁ ବାଧ୍ୟ ହୋଇଥିଲା ପୋଲିସ।

ମମିତା ମେହେର ମୃତ୍ୟୁ ପ୍ରସଙ୍ଗକୁ ନେଇ ଭୁବନେଶ୍ୱରରେ ବିଜେପିର 'ହାଲ୍ଲାବୋଲ’


ବିଜେପି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ସଭାପତି ବାବୁ ସିଂ କହିଥିଲେ ଯେ କେବଳ ଭୁବନେଶ୍ୱରରେ ନୁହେଁ, ସାରା ରାଜ୍ୟରେ ଆଗକୁ ଏହି ପ୍ରସଙ୍ଗକୁ ନେଇ ଜୋରଦାର ପ୍ରତିବାଦ କରିବ ବିଜେପି । ଯେ ପର୍ଯ୍ୟନ୍ତ ମମିତା ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ କ୍ୟାପେଟନ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ କରା ଯାଇ ନାହିଁ କିମ୍ବା ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କୃତ କରାଯାଇନାହିଁ ସେ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ।

ବରିଷ୍ଠ ବିଜେପି ନେତା ଦିଲୀପ ମହାନ୍ତି କହିଥିଲେ, ‘‘ରାଜ୍ୟ ସରକାର ଗଭୀର ନିଦ୍ରାରେ ଶୋଇଛନ୍ତି । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ । ଏଭଳି ସମୟରେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ରାଜ୍ୟ ସରକାରଙ୍କୁ ବାସ୍ତବତା କ’ଣ ତାହା ଚେତାଇ ଦେବା ପାଇଁ ରାଜ୍ୟ ବିଜେପି ଉଦ୍ୟମ କରୁଛି । ଜାଣି ଜାଣି ରାଜ୍ୟ ସରକାର ଗୃହ ରାଷ୍ଟ୍ରମନ୍ତୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ଘଣ୍ଟ ଘୋଡ଼ାଉଥିବାରୁ ଆଗକୁ ପ୍ରତିବାଦ ଜୋରଦାର ହେବ।’’
Published by: Lipina Das
First published: November 23, 2021, 4:42 PM IST