କଂଗ୍ରେସ ବିଜେପି ଏକାଠି ! ବିଧାୟକ ସୁର ରାଉତରାୟ ଓ ସାଂସଦ ଅପରାଜିତା ଷଡଙ୍ଗୀ ପରସ୍ପରଙ୍କୁ କେକ୍ ଖୁଆଇଲେ ।
- News18 Odia
- Last Updated :
- Bhubaneswar, India
News 18 Odia Digital
ଭୁବନେଶ୍ୱର; ରାଜ୍ୟ ରାଜନୀତିରେ ଦୁଇଟି ଭିନ୍ନ ଭିନ୍ନ ଦଳରେ ସକ୍ରୀୟ ଥିବା ଦୁଇଜଣ ବିଶିଷ୍ଟ ବ୍ୟକ୍ତି ଏବେ ଏକାଠି ହୋଇଛନ୍ତି। କେବଳ ଏକାଠି ହୋଇ ନାହାଁନ୍ତି, ପରସ୍ପରକୁ କେକ ଖୁଆଇ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି। ଓଡ଼ିଶାର ରାଜନୀତି ଇତିହାସରେ ପ୍ରଥମ ଥର ପାଇଁ ଏପରି ଏକ ଘଟଣା ଘଟିଛି।
ଗତ ୩୦ ଦିନ ଧରି ପୂର୍ଣ୍ଣ ପ୍ରେକ୍ଷାଳୟରେ ଚାଲିଥିବା ଓଡ଼ିଆ ଚଳଚ୍ଚିତ୍ର 'ପ୍ରତୀକ୍ଷା'ର ସଫଳତା ପାଇଁ ପ୍ରତୀକ୍ଷା ଟିମ ପକ୍ଷରୁ ଏକ ଉତ୍ସବର ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ଜଟଣୀ ବିଧାୟକ ତଥା କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ଏବଂ ଭୁବନେଶ୍ଵର ସାଂସଦ ତଥା ବିଜେପିର ବରିଷ୍ଠ ନେତ୍ରୀ ଅପରାଜିତା ଷଡ଼ଙ୍ଗୀ ସାମିଲ ହୋଇ ପରସ୍ପରକୁ କେକ ଖୁଆଇ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ସୁରେଶ ରାଉତରାୟ ଏବଂ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ ଏହି ସଫଳତା କେବଳ ପ୍ରତୀକ୍ଷା ଟିମର ନୁହେଁ ବରଂ ଓଡ଼ିଆ ଚଳଚ୍ଚିତ୍ରକୁ ଭଲ ପାଉଥିବା ପ୍ରତିଟି ଓଡ଼ିଆର ସଫଳତା।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ବିଶିଷ୍ଟ ଲେଖକ ଗୌରହରି ଦାସଙ୍କ କ୍ଷୁଦ୍ରଗଳ୍ପ ଉପରେ ଆଧାରିତ ଏକ ମଧ୍ୟବିତ୍ତ ଓଡ଼ିଆ ପରିବାରର ଆଶା, ଆକାଂକ୍ଷା, ସ୍ଵପ୍ନ ଓ ନୈରାଶ୍ୟର କାହାଣୀ ଉପରେ ପର୍ଯ୍ୟବେସିତ ହୋଇଛି। ପ୍ରଯୋଜନା ସଂସ୍ଥା ଅମୀୟ ପଟ୍ଟନାୟକ ପ୍ରଡକ୍ଟସନ ପକ୍ଷରୁ ନିର୍ମିତ ଏହି ଚଳଚ୍ଚିତ୍ରରେ ରୋ଼ଶନ୍ ବିଶୋଇ ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ସଂଳାପ ଲେଖିଥିବା ବେଳେ ଅଙ୍କେଶ ଆନନ୍ଦ ଓ ଆଶିଷ ପ୍ରଧାନ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ବର୍ଷା ପଟ୍ଟନାୟକ ଏହାର କାର୍ଯ୍ୟନିର୍ବାହୀ ପ୍ରଯୋଜିକା ଦାୟିତ୍ଵ ନିର୍ବାହ କରିଛନ୍ତି। ଏହି ଚଳଚ୍ଚିତ୍ରରେ ଦ୍ଵୀପନ୍ୱିତ ଦାସ, ବର୍ଷା ପଟ୍ଟନାୟକ, ସିଦ୍ଧାନ୍ତ ମହାପାତ୍ର, ଚୌଧୁରୀ ଜୟ ପ୍ରକାଶ ଦାସ, ରୋ଼ଶନ୍ ବିଶୋଇ, ଦୀପକ ଉପାଧ୍ୟାୟ, ଶୀଲା ତ୍ରିପାଠୀ, ଅବକାଶ ମିଶ୍ର, ରୂପମ୍ବିକା ନାୟକ ପ୍ରମୁଖ ଅଭିନୟ କରିଛନ୍ତି । ଦୀର୍ଘ ଦିନର ବ୍ୟବଧାନ ପରେ ଏକ ଓଡ଼ିଆ ଚଳଚ୍ଚିତ୍ର ଦର୍ଶକଙ୍କୁ ପ୍ରେକ୍ଷାଳୟ ମୁହାଁ କରାଇବା ସହ ବଲିଉଡରେ ସଫଳତାର ଫର୍ଦ୍ଦ ଯୋଡ଼ିବାରେ ସମର୍ଥ ହୋଇଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।