ବର୍ଷା-ଅନୁଭବ ଦାମ୍ପତ୍ୟ କଳହକୁ ନେଇ BJD ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ, BJP

କଂଗ୍ରେସ କହିଛି ଏହି ପ୍ରସଙ୍ଗକୁ ନେଇ ଆଗାମୀ ବିଧାନ ସଭା ବୈଠକରେ ପ୍ରଶ୍ନ ଉଠାଇବ । ନୈତିକତା ଦୃଷ୍ଟିରୁ ଅନୁଭବ ମହାନ୍ତି ସାଂସଦ ରୂପେ ନିଜ ପଦବୀରୁ ଇସ୍ତଫା ଦିଅନ୍ତୁ ବୋଲି କହିଛି ବିଜେପି ।

ବର୍ଷା-ଅନୁଭବ ଦାମ୍ପତ୍ୟ କଳହକୁ ନେଇ BJD ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ, BJP
ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି (ଫାଇଲ୍ ଫଟୋ)
  • News18 Odia
  • Last Updated: September 7, 2020, 7:44 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: ବିଜେଡି ସାଂସଦ ତଥା ପୂର୍ବତନ ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବୈବାହିକ ସମ୍ପର୍କରେ ତିକ୍ତତା ସାର୍ବଜନୀନ ହେବା ପରେ ଏହି ନିତାନ୍ତ ପାରିବାରିକ ମାମଲାକୁ ନେଇ ବର୍ତ୍ତମାନ ରାଜନୈତିକ ବିବାଦ ମଧ୍ୟ ତେଜିଛି । ଘଟଣାକୁ ନେଇ କଂଗ୍ରେସ ସିଧାସଳଖ ସାଂସଦଙ୍କୁ ଟାର୍ଗେଟ କରିବା ସହ ତାଙ୍କୁ ବିଜେଡି ଦଳରୁ ବହିଷ୍କାର କରୁ ବୋଲି ଦାବି କରିଛି ।

ଏପରିକି ଏହି ପ୍ରସଙ୍ଗକୁ ନେଇ ଆଗାମୀ ବିଧାନ ସଭା ବୈଠକରେ ପ୍ରଶ୍ନ ଉଠାଇବ ବୋଲି କହିଛି କଂଗ୍ରେସ । ନୈତିକତା ଦୃଷ୍ଟିରୁ ଅନୁଭବ ମହାନ୍ତି ସାଂସଦ ରୂପେ ନିଜ ପଦବୀରୁ ଇସ୍ତଫା ଦିଅନ୍ତୁ ବୋଲି କହିଛି ବିଜେପି । ନହେଲେ ବିଜେପି ମହିଳା ମୋର୍ଚ୍ଚା ଆନ୍ଦୋଳନ କରିବାର ଚେତାବନୀ ଦେଇଛି ।

‘‘ସାଂସଦଙ୍କ ନାଁରେ ତାଙ୍କ ଧର୍ମପତ୍ନୀ ନିର୍ଯ୍ୟାତନା ଅଭିଯୋଗ ଆଣିବା ପ୍ରମାଣିତ କରୁଛି ଯେ ସେ ନାରୀର ସମ୍ମାନ କରିନାହାନ୍ତି । ମୁଖ୍ୟ ମନ୍ତ୍ରୀ ମା’କୁ ସମ୍ମାନ କଥା କହୁଛନ୍ତି। କିନ୍ତୁ ନିଜ ଦଳର ସାଂସଦଙ୍କ ନାଁରେ ତାଙ୍କ ଧର୍ମପତ୍ନୀ ନିର୍ଯ୍ୟାତନା ଅଭିଯୋଗ ଆଣିଛନ୍ତି । ପ୍ରତି ଦିନ ନାରୀଙ୍କୁ ନିର୍ଯାତନା କଥା ସାମ୍ନାକୁ ଆସୁଛି । ବିଧାନ ସଭାରେ ଏହି ପ୍ରସଙ୍ଗ ଉଠିବ । ମୁଖ୍ୟମନ୍ତ୍ରୀ ଦଳରୁ ସାଂସଦଙ୍କୁ ବହିଷ୍କାର କରିବା ଉଚିତ । ନହେଲେ କଂଗ୍ରେସ ଏହି ମାମଲାକୁ ନେଇ ଆନ୍ଦୋଳନ କରିବ,’’ କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।

ଅନୁଭବଙ୍କ ଛାଡ଼ପତ୍ର ପିଟିସନର ଏକ ଅଂଶ


ଅନୁଭବ ଓ ବର୍ଷାଙ୍କ ପ୍ରସଙ୍ଗରେ ବିରୋଧୀ ଏମିତି ଅଭିଯୋଗ ଆଣିବା ପରେ ପ୍ରତିକ୍ରିୟା ରଖିଛି ଶାସକ ଦଳ ବିଜେଡି । ବିଜେଡି ବିଧାୟକ ଅରବିନ୍ଦ ଢାଲି କହିଛନ୍ତି, ‘‘ଏହି ମାମଲା ସାଂସଦଙ୍କର ବ୍ୟକ୍ତିଗତ ସମସ୍ୟା । ସେ ତାକୁ ସମାଧାନ କରିବେ। ଦଳ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ।’’

ଅନୁଭବ ଓ ବର୍ଷାଙ୍କ କନ୍ଦଳ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା କହିଛନ୍ତି, ‘‘ଏହା ଅତ୍ୟନ୍ତ ଦୁଃଖର କଥା। ଅନୁଭବ ଲୋକସଭା ସାଂସଦ ଥିବାରୁ ଲୋକେ ତାଙ୍କୁ ଆଦର୍ଶ ଭାବେ ଗ୍ରହଣ କରିବା କଥା । ଉପର କୋର୍ଟରେ କେଶ ଥିବାରୁ କ୍ୱାସି-ଜୁଡିସିଆଲ ବଡି ମହିଳା କମିଶନ କିଛି କରିପାରିବନି । ନାରୀ ସମାଜରେ ସ୍ୱାଭିମାନ ଓ ସମ୍ମାନର ସହ ବଞ୍ଚିବା ଦରକାର। ଉଭୟ ପରସ୍ପରକୁ ସହଯୋଗ କରିବା ଦରକାର। ଆପୋଷ ସମାଧାନ ଆମ ଦାୟିତ୍ୱ । ଯଦି କୋର୍ଟରୁ କେଶ ପ୍ରତ୍ୟାହାର କରି ଆମ ପାଖକୁ ମାମଲା ଆସେ  ଆମେ ସମାଧାନ ପାଇଁ ଉଦ୍ୟମ କରିବୁ ।’’

ଏହା ବି ପଢ଼ନ୍ତୁ | Viral: ଏହି ବ୍ୟକ୍ତି ମାଛିକୁ ମାରିବାକୁ ଯାଇ ନିଜ ଘରକୁ ବି ପୋଡ଼ି ଦେଲେ

ଏହା ବି ପଢ଼ନ୍ତୁ | ଭାରତକୁ ମିଳିଲା ଆମେରିକା ସମେତ ୪ଟି ବଡ଼ ଦେଶର ସମର୍ଥନ; ଚୀନରୁ ଭାରତ ଆସିଲା Apple ର ୮ଟି କାରଖାନା

ଏହି ବିବାଦକୁ ନେଇ ନିଜେ ଅନୁଭବ ମହାନ୍ତି ଏକ ପ୍ରେସ ରିଲିଜ ଜାରି କରିଛନ୍ତି । ସେ କହିଛନ୍ତି ଯେ କିଛି ମାସ ହେବ ନିଜ ବୈବାହିକ ଜୀବନକୁ ନେଇ ସେ ଚୁପ ଥିଲେ ଓ ବ୍ୟକ୍ତିଗତ ଜୀବନକୁ ସାମ୍ନାକୁ ଆଣିବାକୁ ଚେଷ୍ଟା କରୁ ନ ଥିଲେ ।



‘‘କିଛି ଗଣମାଧ୍ୟମରେ ଖବର ପ୍ରକାଶିତ ହେବାରୁ କହିବାକୁ ବାଧ୍ୟ ହେଉଛି । ସ୍ୱାଭିମାନ ସମସ୍ତଙ୍କ ଅଧିକାର, କିନ୍ତୁ ସବୁ କାହାଣୀର ଦୁଇଟି ପକ୍ଷ ରହିଛି। ବିବାହ ବିଫଳତା କେବଳ ମୋ ପକ୍ଷରେ ଘଟିନାହିଁ । ଜଣେ ସଫଳ ନାରୀ ଭାବେ ବର୍ଷାଙ୍କୁ ମୁଁ ସମ୍ମାନ କରେ । ବର୍ଷା ଓ ମୋ’ ଭିତରେ ଘଟିଥିବା ଏହି ଘଟଣା ମୋ’ ପରିବାର ପାଇଁ ଦୁଖଦାୟକ। ବହୁତ ଦିନରୁ ମୋ’ ଜୀବନରେ ବୈବାହିକ ବିଭ୍ରାଟ ଦେଖାଦେଇଛି। ସମାଧାନ ପାଇଁ ବହୁତ ଚେଷ୍ଟା କରି ବିଫଳ ହୋଇଛି । ଜୁଲାଇ ମାସରେ ଛାଡ଼ପତ୍ର ପାଇଁ ଆବେଦନ କରିଛି । ମାମଲା ବିଚାରାଧୀନ ଅଛି । ଅଧିକ ମନ୍ତବ୍ୟ ଦେବାକୁ ଚାହେଁନି,’’ କହିଛନ୍ତି ଅନୁଭବ ।
Published by: Anand Shankar Thankur Das
First published: September 7, 2020, 7:44 PM IST
corona virus btn
corona virus btn
Loading