News 18 Odia Digital
ଭୁବନେଶ୍ୱର : ମୃତ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ବିଜେବି କଲେଜ ଛାତ୍ର ସଙ୍ଗଠନ ପକ୍ଷରୁ ରବିବାର ରାତିରେ କ୍ୟାଣ୍ଡେଲ୍ ଶୋଭାଯାତ୍ରା କରାଯାଇଛି । ରୁଚିକାଙ୍କୁ ନ୍ୟାୟ ଦାବିରେ ବିଭିନ୍ନ ଛାତ୍ର ସଂଗଠନ ରାସ୍ତାକୁ ଓହ୍ଲାଇଛି । ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରୁଚିକା ମହାନ୍ତିଙ୍କ ବାପା-ମାଆଙ୍କୁ ସାଥିରେ ଧରି କଲେଜରେ ରାଗିଂ ବିରୋଧରେ ଛାତ୍ରଛାତ୍ରୀମାନେ ନାରା ବାଜି କରିଛନ୍ତି । ସେହିପରି ଆତ୍ମହତ୍ୟା ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ।
ବିଜେବି ସ୍ବୟଂଶାସିତ କଲେଜର ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ରାଜ୍ୟ ମହିଳା କମିସନ୍ ଅବଗତ ହୋଇଛନ୍ତି । ରବିବାର ମହିଳା କମିସନ୍ରଙ୍କ ନେତୃତ୍ବରେ ୩ ଜଣିଆ ଟିମ୍ ଘଟଣାର ତଦନ୍ତ ପାଇଁ ବିଜେବି କଲେଜକୁ ଯାଇ ପଚରାଉଚରା କରିଛନ୍ତି । ମହିଳା ସଶକ୍ତିକରଣ ମିନତୀ ବେହେରାଙ୍କ ସମେତ ସହାୟକ ଅଧିକାରୀ ସସ୍ମିତା ଦାସ ଓ ଦେବାଶିଷ ମହାନ୍ତି କଲେଜକୁ ଯାଇ ହଷ୍ଟେଲର ସବୁ କର୍ମକର୍ତ୍ତା ଓ ଛାତ୍ରୀମାନଙ୍କ ସହିତ ଆଲୋଚନା କରିଛନ୍ତି ।

ବିଳମ୍ୱିତ ରାରିରେ ଉପସ୍ଥିତ ଅଛନ୍ତି ବରିଷ୍ଠ ପୋଲିସ ଅଧିକାରୀ ।
ଶନିବାର ରୁଚିକା ମହାନ୍ତିଙ୍କ ମୃତଦେହ ହଷ୍ଟେଲ ଭିତରୁ ଉଦ୍ଧାର ହୋଇଥିଲା । ଏହା ପରେ ରୁଚିକା ଲେଖିଥିବା ହାତଲେଖା ଚିଠି ମିଳିଥିଲା । ୩ ଜଣ ସିନିୟର ଛାତ୍ରୀ ରାଗିଂ କରୁଥିବା ରୁଚିକା ସ୍ପଷ୍ଟ ଭାବେ ଚିଠିରେ ଉଲ୍ଲେଖ କରିଛନ୍ତି ।ଏନେଇ ରୁଚିକାଙ୍କ ବାପା ବଡ଼ଗଡ଼ ଥାନାରେ କଲେଜ ବିରୋଧରେ ଅଭିଯୋଗ କରିଛନ୍ତି । ଘଟଣାର ୨୪ ଘଣ୍ଟା ପରେବି ପୋଲିସର ହାତ ଖାଲି । ରୁଚିକା କିଭଳି ଉପଯୁକ୍ତ ନ୍ୟାୟ ପାଇବେ ସେଥିପାଇଁ ସେ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।