ଧାମନଗରରେ ଉଦୟ ହେଲେ ସୂର୍ଯ୍ୟ; ୮୦ ହଜାର ୩୫୧ ଭୋଟରେ ବିଜେପିର ବାଜିମାତ

ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀର ଫଳାଫଳ ଶେଷରେ ସାମ୍ନାକୁ ଆସିଛି। ୮୦ ହଜାର ୩୫୧ ଭୋଟରେ ଜିତିଲେ ସୂର୍ଯ୍ୟବଂଶୀ।

ଧାମନଗରରେ ଉଦୟ ହେଲେ ସୂର୍ଯ୍ୟ; ୮୦ ହଜାର ୩୫୧ ଭୋଟରେ ବିଜେପିର ବାଜିମାତ

ଧାମନଗରରେ ଉଦୟ ହେଲେ ସୂର୍ଯ୍ୟ; ୮୦ ହଜାର ୩୫୧ ଭୋଟରେ ବିଜେପିର ବାଜିମାତ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ଧାମନଗର; ଶେଷ ହେଲା ସମସ୍ତଙ୍କ ଅପେକ୍ଷା। ସାମ୍ନାକୁ ଆସିଲା ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀର ଫଳାଫଳ। ୧୯ ରାଉଣ୍ଡରେ ୯୮୮୧ ଖଣ୍ଡ ଭୋଟରେ ଜିତିଲେ ସୂର୍ଯ୍ୟବଂଶୀ। ଆଠଟି ରାଉଣ୍ଡରେ ୧୪ଟି ଟେବୁଲ୍ ଉପରେ ଗଣନା କରାଯାଇଥିଲା। ପ୍ରଥମ ରାଉଣ୍ଡରେ ଡାକ ବାଲାଟ୍ ଗଣାଯାଇଥିଲା ଏବଂ ଇଭିଏମ୍ ପୋଲ୍ ହୋଇଥିବା ଭୋଟ୍ ସକାଳ ୮:୩୦ ରୁ ଗଣା ଆରମ୍ଭ ହୋଇଥିଲା।

ଗଣନା ପ୍ରକ୍ରିୟାକୁ ତଦାରଖ କରିବା ପାଇଁ ନିର୍ବାଚନ ଆୟୋଗ ଜଣେ ପର୍ଯ୍ୟବେକ୍ଷକଙ୍କୁ ନିୟୋଜିତ କରାଯାଇଥିଲା ଏବଂ ପ୍ରତ୍ୟେକ ଟେବୁଲରେ ଜଣେ ଗଣନାକାରୀ ସୁପରଭାଇଜର ଏବଂ ଜଣେ ଆସିଷ୍ଟାଣ୍ଟ ରହିଥିଲେ। ଏଥିସହ କେନ୍ଦ୍ର ସରକାରଙ୍କ ଜଣେ ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କୁ ନିୟୋଜିତ କରାଯାଇଥିଲା ଏବଂ ସେହି ବ୍ୟକ୍ତି ପର୍ଯ୍ୟବେକ୍ଷକଙ୍କୁ ରିପୋର୍ଟ କରିଥିଲେ ।

ଫଳାଫଳକୁ ଉତ୍କଣ୍ଠାର ସହ ଅପେକ୍ଷା କରାଯାଇଥିଲା କାରଣ ଶାସକ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ଏବଂ ପୂର୍ବତନ ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ପୁଅ ବିଜେପି ପ୍ରାର୍ଥୀ ସୁର୍ଯ୍ୟବଂଶୀ ସୁରଜଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ଥିଲା।

ଭଦ୍ରକ ଜିଲ୍ଲାପାଳଙ୍କ ଅଫିସ ନିକଟରେ ଥିବା ସଂସ୍କୃତି ଭବନ ଠାରେ ଭୋଟ ଗଣତି ଆରମ୍ଭ ହୋଇଥିଲା।

ଧାମନଗର ବିଧାୟକ ପ୍ରାର୍ଥୀ:-

ବିଜେଡି: ଅବନ୍ତୀ ଦାସ
ବିଜେପି: ସୂର୍ଯ୍ୟବଂଶୀ ସୁରଜ
କଂଗ୍ରେସ: ବାବା ହରେକୃଷ୍ଣ ସେଠୀ
ସ୍ୱାଧିନ: ରାଜେନ୍ଦ୍ର ଦାସ
ସ୍ୱାଧିନ: ପବିତ୍ର ମୋହନ ଦାସ
ମୋଟ ଭୋଟର- ଦୁଇ ଲକ୍ଷ ୩୮ ହଜାର ୩୫୦
ଭୋଟ ଦେଇଥିଲେ- ଲକ୍ଷେ ୬୪ ହଜାର ୪୬୫ (୬୬.୬୩%)

ଧାମନଗର ପ୍ରଥମ ରାଉଣ୍ଡର ଗଣନା ଅନୁଯାୟୀ ବିଜେପି ପ୍ରାର୍ଥୀ ଆଗୁଆ ରହିଥିଲେ। ପ୍ରଥମ ରାଉଣ୍ଡରେ ସୁରଜ ସୂର୍ଯ୍ୟବଂଶୀଙ୍କୁ ୪ହଜାର ୭୪୯ ଭୋଟରେ ଆଗୁଆ ରହିଥିଲେ । ସେହିପରି ବିଜେଡିର ଅବନ୍ତୀ ଦାସଙ୍କୁ ୩ହଜାର ୯୮୦ ଭୋଟରେ ଆଗୁଆ ରହିଥିଲେ । ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସ ୪୦୦ ଭୋଟରେ ଆଗୁଆ ରହିଥିଲେ ।
ଦ୍ୱିତୀୟ ରାଉଣ୍ଡ ଟ୍ରେଣ୍ଡରେ ମଧ୍ୟ ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ ଆଗୁଆ ଥିଲେ। ଦ୍ୱିତୀୟ ରାଉଣ୍ଡରେ ସୁରଜ ସୂର୍ଯ୍ୟବଂଶୀ ୩୯୮୮ ଭୋଟରେ ଆଗୁଆ ଥିଲେ ସେହିପରି ବିଜେଡ଼ି ଅବନ୍ତି ଦାସ ୩୩୭୮ ଭୋଟରେ ଆଗୁଆ ଥିଲେ।

ତୃତୀୟ ରାଉଣ୍ଡ ସୁଦ୍ଧା ୨୦୩୩ ଖଣ୍ଡ ଭୋଟରେ ବିଜେପି ଆଗୁଆ ଥିଲା।

ଚତୁର୍ଥ ରାଉଣ୍ଡ ସୁଦ୍ଧା ସୂର୍ଯ୍ୟବଂଶୀ ସୁରଜ ୩୨୬୧ ଖଣ୍ଡ ଭୋଟରେ ଆଗୁଆ ଥିଲେ

ସପ୍ତମ ରାଉଣ୍ଡ ସୁଦ୍ଧା ୫୨୦୦ ଭୋଟରେ ବିଜେପି ଆଗୁଆ ଥିଲା

ଅଷ୍ଟମ ରାଉଣ୍ଡ ସୁଦ୍ଧା ୫୯୯୧ ଭୋଟରେ ଆଗୁଆ ଥିଲେ ବିଜେପି ପାର୍ଥି

ନବମ ରାଉଣ୍ଡ ସୁଦ୍ଧା ୫୨୬୫ ଭୋଟରେ ଆଗୁଆ ଥିଲେ ସୂର୍ଯ୍ୟବଂଶୀ ସୁରଜ

ଦଶମ ରାଉଣ୍ଡରେ ବି ଲିଡ଼ କରିଥିଲା ବିଜେଡି। ଦଶମ ରାଉଣ୍ଡ ସୁଦ୍ଧା ୪୮୪୫ ଭୋଟ ରେ ଆଗୁଆ

୧୧ ରାଉଣ୍ଡରେ ମଧ୍ୟ ଲିଡ କରିଥିଲା ବିଜେପି । ୧୧ ରାଉଣ୍ଡ ସୁଦ୍ଧା ୫୩୧୦ ଭୋଟରେ ଆଗୁଆ ଥିଲେ ବିଜେପି ସୂର୍ଯ୍ୟବଂଶୀ ସୁରଜ।

୧୨ ର ରାଉଣ୍ଡରେ ବିଜେପି ଲିଡ । ୧୨ ରାଉଣ୍ଡ ସୁଦ୍ଧା ୬୨୧୪ ଭୋଟ ରେ ଆଗୁଆ ବିଜେପି

୧୩ ରାଉଣ୍ଡରେ ବିଜେପି ଲିଡ। ୧୩ ରାଉଣ୍ଡ ସୁଦ୍ଧା ବିଜେପି ପାର୍ଥି ୬୭୫୫ ଭୋଟରେ ଆଗୁଆ

୧୪ ରାଉଣ୍ଡ ସୁଦ୍ଧା ବିଜେପି ୭୬୬୧ ଭୋଟରେ ଆଗୁଆ

୧୫ ରାଉଣ୍ଡରେ ୨ ଖଣ୍ଡ ଭୋଟରେ ବିଜେପି ଲିଡ। ୧୫ ରାଉଣ୍ଡ ସୁଦ୍ଧା ମୋଟ ୭୬୬୩ ଖଣ୍ଡ ଭୋଟରେ ବିଜେପି ଆଗୁଆ।

୧୬ ରାଉଣ୍ଡରେ ବିଜେପି ଲିଡ। ୧୬ ରାଉଣ୍ଡ ସୁଦ୍ଧା ବିଜେପି ମୋଟ ୭୯୭୨ ଭୋଟରେ ଆଗୁଆ।

୧୭ ରାଉଣ୍ଡରେ ମଧ୍ୟ ବିଜେପିର ଲିଡ ଥିଲା, ୧୭ ରାଉଣ୍ଡ ସୁଦ୍ଧା ବିଜେପିର ମୋଟ ୮୮୨୫ ଭୋଟ

୧୮ରାଉଣ୍ଡରେ ମଧ୍ୟ ବିଜେପି ଆଗୁଆ ଥିଲା, ମୋଟ ୯୭୪୨ ଭୋଟରେ ସୂର୍ଯ୍ୟବଂଶୀ

୧୯ ରାଉଣ୍ଡରେ ୯୮୮୧ ଖଣ୍ଡ ଭୋଟରେ ସୂର୍ଯ୍ୟବଂଶୀ ବିଜୟୀ ।
Published by:Soumyashree Mishra
First published: