ପଦ୍ମପୁରରେ ଫୁଟିବ କି ପଦ୍ମ? ଆଜି ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ

ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ। ପ୍ରାର୍ଥୀ ପତ୍ର ଦାଖଲ ସମୟରେ ଶ୍ରୀ ପୁରୋହିତଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବେ ।

ପ୍ରଦୀପ ପୁରୋହିତ

ପ୍ରଦୀପ ପୁରୋହିତ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Padmapur By Election: ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ଦଳରୁ ପ୍ରାର୍ଥୀ ହୋଇଥିବା ପ୍ରଦୀପ ପୁରୋହିତ ଆଜି ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଦଳ ପକ୍ଷରୁ ସ୍ଥିର କରାଯାଇଛି। ଏହି ପ୍ରାର୍ଥୀ ପତ୍ର ଦାଖଲ ସମୟରେ ଶ୍ରୀ ପୁରୋହିତଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବେ ।

କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନିକିଆ ପଦ୍ମପୁର ଗସ୍ତ କରିଛନ୍ତି। ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ବରଗଡରୁ ପଦ୍ମପୁର ଯିବା ରାସ୍ତାରେ ଘେଂସ ରାଜମାତା ସ୍ୱର୍ଗୀୟା ମମତା ସିଂ ବରିହାଙ୍କ ପରିବାର ବର୍ଗଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ଦିନ ୧୨ଟା ରୁ ଗୋଟାଏ ଭିତରେ ନାମାଙ୍କନ ପତ୍ର ଦାଖଲ କରିବେ ପ୍ରଦୀପ ପୁରୋହିତ। ଆଜି ଦିନ ୧୧ ଟାରେ ଏକ ବିଶାଳ ରାଲି ହେବ ଓ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟକୁ ପହଞ୍ଚିବ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶେଶ୍ୱର ଟୁଡୁ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖ ଦଳୀୟ ନେତା ଉପସ୍ଥିତ ରହିବେ। ପ୍ରଥମେ ବିଜେପି ପ୍ରାର୍ଥୀ ଘୋଷଣା କରିଵା ସହ ଆଜି ନାମାଙ୍କନ ପତ୍ର ଦାଖଲ କରିବ।

ଗତ କିଛି ଦିନ ତଳେ ସହିଦ ମାଧୋ ସିଂ ଦାୟଦ ତଥା ଘେଁସ ରାଜମାତା ମମତା ସିଂ ବରିହାଙ୍କ ନିଧନ ହୋଇଥିଲା। ପରବର୍ତ୍ତୀ ସମୟରେ ପଦ୍ମପୁରର ମା’ ବନ ଦୁର୍ଗା ମନ୍ଦିରରେ ଦର୍ଶନ କରିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଦୀପ ପୁରୋହିତଙ୍କ ପ୍ରାର୍ଥୀ ପତ୍ର ଦାଖଲ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି।
Published by:Soumya Das
First published: