News18 Odia Digital
ଭୁବନେଶ୍ବର: ବିଜେପି ଫୋକସରେ ୨୦୨୪। ବିଜେପିର ମିଶନ ୧୨୦ କିଭଳି ସଫଳ ହେବ। ଭାରତୀୟ ଜନତା ପାର୍ଟି କିଭଳି ଓଡ଼ିଶା ଦଖଲ କରିବ ତାକୁ ନେଇ ରାଜ୍ୟ କାର୍ଯ୍ୟକାରିଣୀରେ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ।
ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ ଏବଂ ରାଜ୍ୟ ପଦାଧିକାରୀଙ୍କୁ ଆଜି ଦଳର ତୁଙ୍ଗ ନେତା ପ୍ରସ୍ତୁତ କରିଛନ୍ତି ରଣନୀତି। ଏହା ସହ ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଦଳୀୟ ନେତାଙ୍କୁ ଯେଉଁ ଟାସ୍କ ଦେଇଥିଲେ ତାକୁ ଜିଲ୍ଲା ସ୍ତରୀୟ ଗ୍ରାଉଣ୍ଡ କେତେ କାର୍ଯ୍ୟକାରୀ କରିଛନ୍ତି। ତା'ର ଫିଡ଼ବ୍ୟାକ ମଧ୍ୟ ନେଇଛନ୍ତି। ଆଉ ତାକୁ ନେଇ ପ୍ରସ୍ତୁତ କରିଛନ୍ତି ୨୦୨୪ ପାଇଁ ଖସଡ଼ା।
ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକ ଉପରେ ବିଜେପି ସାଂସଦ ଅପରାଜିତ ଷଡ଼ଙ୍ଗୀ ପ୍ରତିକ୍ରିୟା ରଖିଛନ୍ତି। ବିଜେପିର ଜାତୀୟ କର୍ଯ୍ୟକରିଣୀର ନିଷ୍ପତ୍ତି ଏବଂ କେନ୍ଦ୍ରୀୟ ନେତାଙ୍କ ନିର୍ଦ୍ଦେଶ ଅଧାରରେ ରାଜ୍ୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହେଉଛି। ଆଜି ପଦାଧିକାରୀ ବୈଠକରେ ଦୁଇ ପ୍ରସ୍ତାବ ପାରିତ ହୋଇଛି। ପ୍ରସ୍ତାବ ଏବଂ ରାଜନୈତିକ ଚିଠା ପ୍ରସ୍ତାବ ପାରିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ବିକାଶ ପାଇଁ ଯେଭଳି ବ୍ୟାପକ ଭାବେ ଅନୁଦାନ ଦେଉଛନ୍ତି। ତାକୁ ନେଇ ପଦାଧିକାରୀ ବୈଠକରେ ପ୍ରସ୍ତାବ ପାରିତ ହୋଇଛି। ସେହିପରି କେଉଁ କେଉଁ ପ୍ରସଙ୍ଗକୁ ଅସ୍ତ୍ର କରି ବିଜେପି ୨୦୨୪ରେ ନିର୍ବାଚନୀ ମଇଦାନକୁ ଓହ୍ଲାଇବ। ତାକୁ ନେଇ ଆଜି ରାଜନୈତିକ ଚିଠା ପ୍ରସ୍ତାବ ପାରିତ ହୋଇଛି ବୋଲି କହିଛନ୍ତି ଅପରାଜିତ ଷଡ଼ଙ୍ଗୀ।
ସେପଟେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀକୁ ନେଇ ବିଜେଡିର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ବିଜେପି ଲୋକଙ୍କ ପାଖାକୁ ଯିବାର ସାହାସ ନାହିଁ। ସେମାନେ ରୁଟିନ ୱାର୍କ କରୁଛନ୍ତି। ଅଫିସରେ ବସି ସାମ୍ବାଦିକ ସମ୍ମିଳନୀ କରିବା ବିଜେପିର କାମ। ନବୀନ ପଟ୍ଟନାୟକ ସବୁବେଳେ ଲୋକଙ୍କ ପାଖରେ ଅଛନ୍ତି। ପ୍ରସଙ୍ଗକୁ କେବଳ ଗଣ ମାଧ୍ୟମରେ ଉଠାଇବା ବିଜେପିର କାମ। ଆବାସ ଯୋଜନାକୁ କାର୍ଯ୍ୟକାରୀ କରିବାରେ ଓଡ଼ିଶା ପ୍ରଥମ। ବିରୋଧୀ ଦଳ କାମ ବିରୋଧ କରିବା ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି।
ସେହିପରି କଂଗ୍ରେସ ମୁଖପାତ୍ର ନିଷିକାନ୍ତ ମିଶ୍ରଙ୍କ ପ୍ରତିକ୍ରିୟା ରଖି କହିଛନ୍ତି ଯେ ବିଜେପିକୁ ଓଡ଼ିଶାବାସୀ ୨୦୧୯ରେ ବିରୋଧୀ ଦଳର ଦାୟିତ୍ୱ ଦେଇଥିଲେ। ହେଲେ ବିଧାନସଭାକୁ ଦେଖିଲେ କଂଗ୍ରେସ ମୁଖ୍ୟ ବିରୋଧୀ ଦଳର କାମ କରୁଛି ଆପଣ ଜାଣିପାରିବେ। ବିଜେପି ଓ ବିଜେଡି ଗୋଟିଏ ମୁଦ୍ରର ଦୁଇଟି ପାର୍ଶ୍ଵ। ତେଣୁ ଯୁବକ ଓ ଚାଷୀ ଉଭୟ ଦଳଠାରୁ ମୁହଁ ଫେରାଇଲେଣି। ନିର୍ବାଚନ ଆସିଲେ ଉଭୟ ଉଭୟକୁ ବିରୋଧ କରନ୍ତି। ନିର୍ବାଚନ ସରିଗଲେ କଳାକୋଳି ହୋଇ ଏକାଠି ବ୍ୟବସାୟ କରନ୍ତି। ଲୋକଙ୍କୁ ଭ୍ରମିତ କରିବା ପାଇଁ ବିଜେପି କାର୍ଯ୍ୟକାରିଣୀ କରୁଛି। ପ୍ରଥମେ ୨୦୧୯ରେ ଲୋକ ଦେଇଥିବା ଦାୟିତ୍ୱ କେତେ ତୁଲେଇଛନ୍ତି ତା'ର ଉତ୍ତର ଦେଉ ବିଜେପି ବୋଲି ନିଷିକାନ୍ତ ମିଶ୍ର ଦାବି କରିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।