ପ୍ରଶାନ୍ତ ଜଗଦଦେବ ଗାଡ଼ି ମଡ଼େଇଦେବା ଘଟଣାକୁ ନେଇ କଡ଼ା ନିନ୍ଦା କଲେ ୩ ପ୍ରମୁଖ ଦଳ

ବିଧାୟକ ଜଗଦେଵଙ୍କ ସ୍ଥାନ ବାହାରେ ନୁହେଁ ଜେଲରେ ବୋଲି ବିଜେପି କହିଥିବା ବେଳେ ବିଜେଡି କହିଲା ଲୋମ ହର୍ଷଣକାରୀ ଘଟଣାକୁ ଯେତେ ନିନ୍ଦା କଲେ କମ ହେବ

ଶାନ୍ତ ଜଗଦଦେବ ଗାଡ଼ି ମଡ଼େଇଦେବା ଘଟଣାକୁ ନେଇ କଡ଼ା ନିନ୍ଦା କଲେ ୩ ପ୍ରମୁଖ ଦଳ

ଶାନ୍ତ ଜଗଦଦେବ ଗାଡ଼ି ମଡ଼େଇଦେବା ଘଟଣାକୁ ନେଇ କଡ଼ା ନିନ୍ଦା କଲେ ୩ ପ୍ରମୁଖ ଦଳ

  • Share this:
News18 Odia Digital

ଭୁବନେଶ୍ବର: ବାଣପୁର ବ୍ଲକ ସମ୍ମୁଖରେ ବିଧାୟକ ପ୍ରଶାନ୍ତ ଜଗଦେବ ଗାଡ଼ି ମଡ଼େଇଦେବା ଘଟଣାକୁ ନେଇ ତେଜୁଛି ଅସନ୍ତୋଷ। ବିଧାୟକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଉଠୁଛି। ବ୍ଲକ ଚେୟାରମ୍ୟନ ନିର୍ବାଚନ ସମୟରେ ବିଧାୟକ ସେଠାରେ ପହଁଚିବା ସହ ଗହଳି ଭିତରେ ଗାଡ଼ି ଆଗକୁ ମଡ଼ାଇଦେବାରୁ ପ୍ରାୟ ୧୮ ଜଣ ଆହତ ହୋଇଛନ୍ତି। ସେଥିରେ ପ୍ରାୟ ୧୦ ଜଣ ପୋଲିସ କର୍ମଚାରୀ ବି ରହିଛନ୍ତି।

ଏହି ଘଟଣା ପରେ ଉତ୍ୟକ୍ତ ଲୋକଙ୍କ ଦାଉରୁ ଖସି ପାରିନଥିଲେ ବିଧାୟକ। ଲୋକେ ବି ନିର୍ଧୁମ ପିଟିଥିଲେ। ବର୍ତ୍ତମାନ ଘଟଣାର ପୋଲିସ ତଦନ୍ତ କରୁଥିଲେ ବି ରାଜନୈତିକ ପ୍ରତିକ୍ରିୟା ପ୍ରକାଶ ପାଇଛି। ଘଟଣାକୁ ସମସ୍ତେ କଡ଼ା ଭାଷାରେ ନିନ୍ଦା କରିଛନ୍ତି।

ପ୍ରଶାନ୍ତ ଜଗଦଦେବ ଗାଡ଼ି ମଡ଼େଇଦେବା ଘଟଣାକୁ ନେଇ ନିନ୍ଦା


ପୂର୍ବରୁ ବିଧାୟକଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଥିବା ବେଳେ ଶନିବାର ବିଜେଡି ବି ତାଙ୍କ ଉପରେ ବର୍ଷିଛି। ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଥିଲେ,"ଚିଲିକା ବିଧାୟକ ଯେଉଁ ପ୍ରକାର ବର୍ବାରୋଚିତ କାଣ୍ଡ ଘଟାଇଛନ୍ତି ବିଜେଡି ତାକୁ ନିନ୍ଦା କରୁଛି। ଗଣତାନ୍ତ୍ରିକରେ ହିଂସାର ସ୍ଥାନ ନାହିଁ। ଏପରି ବର୍ବାରୋଚିତ କାଣ୍ଡ ଘଟାଇବା ଦୁର୍ଭାଗ୍ୟଜନକ। ପୋଲିସ ଓ ପ୍ରଶାସନ ଦୃଢ଼ତାର ସହ କାର୍ଯ୍ୟ କରିବା ସହ ଆଇନ ଗତ ଭାବେ ଦୃଢ଼ତାର ସହ କାର୍ଯ୍ୟ କରିବ। ପୂର୍ବରୁ ଏପରି ବ୍ୟବହାର ପାଇଁ ବିଜେଡିରୁ ନିଲମ୍ବିତ ହୋଇଛନ୍ତି। ଘଟଣାରେ ଯେଉଁମାନେ ଆହତ ହୋଇଛନ୍ତି ଆଶୁ ଆରୋଗ୍ୟ କାମନା କରୁଛୁ। ପୋଲିସ ଦୃଢ଼ତାର ସହ କାର୍ଯ୍ୟ କରୁ କାର୍ଯ୍ୟାନୁଷ୍ଠାନ ହେଉ। ଏହା ଏକ ଲୋମହର୍ଷଣ କରି ଘଟଣା, ଯେତେ ନିନ୍ଦା କଲେ ବି କମ ହେବ।’’

ସେପଟେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି,"ଚିଲିକା ବିଧାୟକ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେଲେ। ଓଡ଼ିଶା ଜଗନ୍ନାଥ ରାଜ୍ୟ,ଶାନ୍ତିପୂର୍ଣ୍ଣ ରାଜ୍ୟ। ଓଡ଼ିଶା ଇତିହାସରେ ଏଭଳି ଘଟଣା କେବେ ଘଟିନି। ତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି, କିନ୍ତୁ ନିଲମ୍ବନ ଏକ ଦଣ୍ଡ ନୁହେଁ। ନିଲମ୍ବନ ସତ୍ତ୍ବେ ବି ତାଙ୍କୁ ବିଜେଡିରେ ବିଭିନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି। ଶନିବାର ବି ସୁପରଭିଜନ କରିବାକୁ ସେଠାରେ ପହଞ୍ଚିଥିଲେ। ତେଣୁ ୪୮ ଘଣ୍ଟା ଭିତରେ ତାଙ୍କୁ ଗିରଫ କରାଯାଉ। ତାଙ୍କ ସ୍ଥାନ ବାହାରେ ନୁହେଁ ଜେଲରେ।’’

କଂଗ୍ରେସ ବି କଡ଼ା ଭାଷାରେ ନିନ୍ଦା କରିଛି। କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ କହିଛନ୍ତି, ‘‘ଚିଲିକା ବିଧାୟକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଧାୟକଙ୍କ ଗାଡ଼ିକୁ ଅଟକାଇବାକୁ ପୋଲିସ ଚେଷ୍ଟା କରିଥିଲା। ବିଧାୟକ ପୋଲିସ ଓ ଲୋକଙ୍କ ଉପରେ ଗାଡ଼ି ମଡ଼ାଦେଇଥିଲେ।। ଏବେ ପରିସ୍ଥିତି ଶାନ୍ତ ଅଛି, ଆହତଙ୍କ ଚିକିତ୍ସା ଚାଲିଛି।’’

ପ୍ରକାଶ ଥାଉକି ଏପରି ଘଟଣା ପରେ ଆକ୍ରୋଶର ଶିକାର ହୋଇଥିଲେ ବିଧାୟକ। ଉତ୍ୟକ୍ତ ଲୋକ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗାଡ଼ିରୁ ଟାଣି ଆଣି ଆକ୍ରମଣ କରିଥିଲେ। ଏପରିକି ତାଙ୍କ ଗାଡ଼ିକୁ ମଧ୍ୟ ଉତ୍ୟକ୍ତ ଲୋକ ଓଲଟାଇ ଦେଇଥିଲେ। ଲୋକଙ୍କ ଆକ୍ରମଣରେ ବିଧାୟକ ଲହୁଲୁହାଣ ହୋଇଥିଲେ। ସମର୍ଥକମାନେ ବିଧାୟକଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ବାଣପୁର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରୁ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି। ଖୋର୍ଦ୍ଧା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Published by:Lipina Das
First published: