ରାଜ୍ୟ ସରକାରକୁ ପ୍ରକୃତରେ କିଏ ଚଳାଉଛି; ବିଜେପି

ରାଜ୍ୟ ସରକାରଙ୍କ ପଛରେ କିଏ ଅଛି ? ମୁଖ୍ୟମନ୍ତ୍ରୀ ଏ ନେଇ ସମ୍ପୂର୍ଣ୍ଣ ଭାବେ ଅବଗତ ଅଛନ୍ତି ତ ? ଯଦି ଅବଗତ ନାହାନ୍ତି ତେବେ ଏ ସରକାରକୁ କିଏ ଚଳାଉଛି ? ଏ ପ୍ରସଙ୍ଗ ରାଜ୍ୟ କାର୍ଯ୍ୟକାରିଣୀରେ ଉଠିଛି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ।

ରାଜ୍ୟ ସରକାରକୁ ପ୍ରକୃତରେ କିଏ ଚଳାଉଛି; ବିଜେପି

ରାଜ୍ୟ ସରକାରକୁ ପ୍ରକୃତରେ କିଏ ଚଳାଉଛି; ବିଜେପି

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଥିଲେ ରାଜ୍ୟ ସରକାର (State Govt) କୁ ପ୍ରକୃତରେ କିଏ ଚଳାଉଛି ? ରାଜ୍ୟ ସରକାରଙ୍କ ପଛରେ କିଏ ଅଛି ? ମୁଖ୍ୟମନ୍ତ୍ରୀ ଏ ନେଇ ସମ୍ପୂର୍ଣ୍ଣ ଭାବେ ଅବଗତ ଅଛନ୍ତି ତ ? ଯଦି ଅବଗତ ନାହାନ୍ତି ତେବେ ଏ ସରକାରକୁ କିଏ ଚଳାଉଛି ? ଏ ପ୍ରସଙ୍ଗ ରାଜ୍ୟ କାର୍ଯ୍ୟକାରିଣୀରେ ଉଠିଛି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ (Mohan Majhi)  କହିଛନ୍ତି । ଯଦି ଏଠି ଗଣତନ୍ତ୍ର ଅଛି ବୋଲି ପ୍ରଶ୍ନ ଆସେ ତାହାହେଲେ ଏହା ଦୁର୍ଭାଗ୍ୟଜନକ । ଗଣତନ୍ତ୍ର ଓଡ଼ିଶାରେ ନାହିଁ । ଅମଲାତନ୍ତ୍ର ଶାସନ ଯଦି ଓଡ଼ିଶାରେ ଚାଲିବ, ଓଡ଼ିଶାବାସୀଙ୍କ ଭାଗ୍ୟ ଏବଂ ବିକାଶର ଚିତ୍ର ବହୁ ପଛରେ ରହିବ । ରାଜ୍ୟ କାର୍ଯ୍ୟକାରିଣୀରେ ଉଦବେଗ ପ୍ରକାଶ ହୋଇଛି। ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ଏହି ଶାସନ ବ୍ୟବସ୍ଥାକୁ ନେଇ ଲୋକଙ୍କ ପାଖକୁ ଯିବ ବିଜେପି । ରାଜ୍ୟବାସୀଙ୍କ ପାଇଁ ଲଢେଇ କରିବ।

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି କାରଣରୁ ରାଜ୍ୟବାସୀ ଅସୁରକ୍ଷିତ। ଲୋକଙ୍କ ଶାନ୍ତି ସୁରକ୍ଷା ଓ ଧନ ଜୀବନକୁ ସୁରକ୍ଷା ଦେବାରେ ଏ ସରକାର ବିଫଳ । ଦିନକୁ ୯ ଟି ଦୁଷ୍କର୍ମ ଓ ୮ ଟି ହତ୍ୟାକାଣ୍ଡ ହେଉଛି। ମନ୍ତ୍ରୀ ବିଧାୟକମାନେ ମଧ୍ୟ ହତ୍ୟାକାଣ୍ଡରେ ସାମିଲ ରହୁଛନ୍ତି। ରକ୍ଷକ ଏଠି ଭକ୍ଷକ ସାଜିଛି । ଏ ପ୍ରସଙ୍ଗକୁ ବିଜେପି ଆଜି ରାଜନୈତିକ ଚିଠା ପ୍ରସ୍ତାବରେ ପାରିତ କରି ନିନ୍ଦା କରିଛି।

ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ପ୍ରାୟ ୨୮ ଲକ୍ଷରୁ ଉର୍ଦ୍ଧ ଘର କେନ୍ଦ୍ର ସରକାର ଓଡ଼ିଶାକୁ ଯୋଗାଇ ଦେଲେଣି । କିଛି ଦିନ ତଳେ ସାଢ଼େ ୯ ଲକ୍ଷ ଘର ଦେଇଛନ୍ତି । କିନ୍ତୁ ହିତାଧିକାରୀ ଚୟନକୁ ଦଳୀୟ ଆଧାରରେ କରାଯାଇଛି । ୧୬ ତାରିଖରେ ହିତାଧିକାରୀଙ୍କ ତାଲିକା ଲାଗିବାରେ ଗାଁ ଗାଁ ରେ ଅସନ୍ତୋଷ ଦେଖାଦେଇଛି । ୨୦୧୮-୧୯ ରେ ପରମାନେଟ ୱେଟିଂ ଲିଷ୍ଟକୁ ଆଧାର କରି ତାଲିକା ପ୍ରସ୍ତୁତ ହେଉ । ଯୋଗ୍ୟ ଲୋକ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି । ଏହାକୁ ଆଜି ରାଜନୈତିକ ଚିଠା ପ୍ରସ୍ତାବରେ ପାରିତ କରାଯାଇ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ହୋଇଛି ।

ଧାନ ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗ ଆଜି ଚାଷୀ ମୁଣ୍ଡରେ ଚଡକ ପକାଇଛି । କଟନି ଛଟନି ବଢିଛି । ମଣ୍ଡିରେ ଦଲାଲି ଚାଲିଛି । ଏହାକୁ ଆଜି ରାଜନୈତିକ ଚିଠା ପ୍ରସ୍ତାବରେ ପାରିତ କରାଯାଇ ଦଳ ପକ୍ଷରୁ ମଣ୍ଡି ଚାଲ ଅଭିଯାନ ଆରମ୍ଭ କରାଯିବାକୁ ନିଷ୍ପତ୍ତି ହୋଇଛି ।

ବେକାରୀ ସମସ୍ୟା ଉପରେ ମଧ୍ୟ ପ୍ରଶ୍ନ କରିଛି ବିଜେପି । ଦୁଇଟି ମେକ ଇନ ଓଡ଼ିଶାରେ ସେଭଳି ନିଯୁକ୍ତି କିମ୍ବା ପୁଞ୍ଜି ନିବେଶ ହୋଇପାରିନି । କେବଳ ଏକ ପ୍ରତିଶତ ପୁଞ୍ଜି ନିବେଶ ହୋଇଛି । ନିଯୁକ୍ତି ମାତ୍ର ୫୮୭୮ ହୋଇଛି ଯାହାକି ୦.୭୬ ପ୍ରତିଶତ । କୋଭିଡ ସମୟରେ ୨୦ ଲକ୍ଷ ଲୋକଙ୍କୁ ପଞ୍ଜିକୃତ କରି କି ନିଯୁକ୍ତି ଦେବା ବଦଳରେ ପ୍ରତାରଣା କରିବାରୁ ଲୋକେ ପୁଣି ଥରେ ଦାଦନ ଖଟିବାକୁ ବାହାରକୁ ଚାଲିଗଲେ । ଏହାକୁ ଆଜି ରାଜନୈତିକ ଚିଠା ପ୍ରସ୍ତାବରେ ପାରିତ କରାଯାଇଛି ।

ମହିଳା ହିଂସା ଓ ନିର୍ଯ୍ୟାତନା ଉପରେ ବିଜେପି କହିଛି ଯେ, ନାରୀ ସୁରକ୍ଷା ଦେଇ ପାରୁନାହାନ୍ତି ସରକାର । ପୋଲିସ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ ମାରିଛି । ହକି ବିଶ୍ୱକପ ସମୟରେ ରାଜ୍ୟର ରାଜଧାନୀରେ ଗଣ ଦୁଷ୍କର୍ମ ହେଲା । ଏହା ଦୁର୍ଭାଗ୍ୟ ଜନକ କଥା । ରାଜନୈତିକ ଚିଠା ପ୍ରସ୍ତାବରେ ରାଜ୍ୟ କାର୍ଯ୍ୟ କାରିଣୀ ବୈଠକରେ ଏହାକୁ ନିନ୍ଦା କରିଛି ବିଜେପି ।

ଅଧିକ ଖବର ପଢ଼ନ୍ତୁ- http://ଶ୍ରୀକ୍ଷେତ୍ରରେ ବଲିଉଡର ଅଭିନେତା ଅନୁପମ ଖେର; ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ
Published by:Soubhagya Mishra
First published: