BMC mayor poll: ଡ଼ଃ ସୁନୀତି ମୁଣ୍ଡ ବିଜେପିର ଭୁବନେଶ୍ୱର ମେୟର ପ୍ରାର୍ଥୀ

ଭୁବନେଶ୍ୱର ମହାନଗର ନିଗମ ମେୟର ପଦବୀ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା ହୋଇଛି। ଡ଼. ସୁନୀତି ମୁଣ୍ଡ୍ଙ୍କୁ ଦଳୀୟ ମେୟର ପ୍ରାର୍ଥୀ କରାଯାଇଥିବା ଘୋଷଣା କରିଛନ୍ତି ଭୁବନେଶ୍ୱର ସାଂସଦ ମୁଖପାତ୍ର ଅପରାଜିତା ଷଡଙ୍ଗୀ ।

ବିଏମ୍ସି ନିର୍ବାଚନ ପାଇଁ ବିଜେପି ମେୟର ପ୍ରାର୍ଥୀ ହେଲେ ସୁନୀତି ମୁଣ୍ଡ (ପ୍ରତୀକାତ୍ମକ ଛବି)

ବିଏମ୍ସି ନିର୍ବାଚନ ପାଇଁ ବିଜେପି ମେୟର ପ୍ରାର୍ଥୀ ହେଲେ ସୁନୀତି ମୁଣ୍ଡ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ସବୁ କଳ୍ପନା ଜଳ୍ପନାର ଶେଷ ହୋଇଛି। ଭୁବନେଶ୍ୱର ମହାନଗର ନିଗମ ମେୟର ପଦବୀ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା ହୋଇଛି। ୨୫ଟି ଆବେଦନ ଭିତରୁ ବିଭିନ୍ନ ଦୃଷ୍ଟିକୋଣରୁ ଉଚିତ୍ ମନେ ହେଉଥିବା ପ୍ରାର୍ଥୀ ଡ଼. ସୁନୀତି ମୁଣ୍ଡ୍‌ଙ୍କୁ ଦଳୀୟ ମେୟର ପ୍ରାର୍ଥୀ କରାଯାଇଥିବା ଘୋଷଣା କରିଛନ୍ତି ଭୁବନେଶ୍ୱର ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡଙ୍ଗୀ । ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ ଆନୁଷ୍ଠାନିକ ଘୋଷଣା କରାଯାଇଛି ।

ସାମ୍ବାଦିକ ସମ୍ମିଳନୀରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସୂଚନା ଅନୁସାରେ, ମେୟର ପଦବୀ ପାଇଁ ଦଳ ପକ୍ଷରୁ ଜଣେ ଯୋଗ୍ୟ ଓ ନୂଆ ମୁହଁକୁ ଗୁରୁତ୍ୱ ଦିଆଯାଇଛି । ବିଶେଷ କରି ଉଚ୍ଚଶିକ୍ଷିତା ଲୋକଙ୍କ ଭିତରେ ପରିଚିତି ଥିବା ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦେଇଥିଲା ଦଳ ।  ଏଥିପାଇଁ ଦଳ ପକ୍ଷରୁ ବିଭିନ୍ନ ଆଶାୟୀ ପ୍ରାର୍ଥୀଙ୍କଠାରୁ ଆବେଦନ ଆହ୍ୱାନ କରାଯାଇଥିଲା, ଯେଉଁଥିରେ ଆଗରେ ଥିଲେ ସୁନିତ୍ । ରାଜନୀତିରେ ନୂଆ ହେଲେ ବି ଏକାଧାରରେ ସୁନୀତି ମୁଣ୍ଡ୍ ଜଣେ ସାହିତ୍ୟିକ ଓ ସାମ୍ବାଦିକ । ୨୦ ବର୍ଷରୁ ଅଧିକ ସମୟ ଧରି ଭୁବନେଶ୍ୱରରେ ରହି ଆସୁଥିବା ସୁନୀତିଙ୍କର ଭିନ୍ନ ଭିନ୍ନ ବର୍ଗର ଲୋକଙ୍କ ଭିତରେ ପରିଚୟ ରହିଛି । ସେ ଦୃଷ୍ଟିରୁ ଦଳ ତାଙ୍କୁ ଉଚିତ୍ ପ୍ରାର୍ଥୀ ମନେ କରି ମେୟର ପଦବୀ ପାଇଁ ନିର୍ବାଚନ ଲଢ଼ିବାକୁ ଆଗ୍ରହ ଦେଖାଇଛି ।

ପ୍ରଥମ କରି ରାଜନୀତିରେ ପ୍ରବେଶ କରିଥିବା ସୁନୀତି କହିଛନ୍ତି,"ରାଜନୀତିକୁ କେବେ ଆସିବି ବୋଲି ସ୍ୱପ୍ନରେ କେବେ ଭାବି ନ ଥିଲେ । ଆରମ୍ଭରୁ ସାହିତ୍ୟ ପ୍ରତି ତାଙ୍କର ଆଗ୍ରହ ଥିଲା। ସାହିତ୍ୟ ସହିତ ସାମ୍ବାଦିକତା କ୍ଷେତ୍ରରେ କିଛି ବର୍ଷ କାମ ମଧ୍ୟ କରିବି"।

ସେ ଆହୁରି ମଧ୍ୟ କହିଛନ୍ତି,"ଅପରାଜିତା ଷଡଙ୍ଗୀଙ୍କର କାର୍ଯ୍ୟ ଶୈଳୀ ତାଙ୍କୁ ଆରମ୍ଭରୁ ଅନୁପ୍ରାଣିତ କରିଥିଲା । ଭୁବନେଶ୍ୱରର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ସମୟରେ ମାଡ଼ାମ ଅପରାଜିତା ଯାହା ସବୁ ପଦକ୍ଷେପ ହାତକୁ ନେଉଥିଲେ ତାହା ତାଙ୍କୁ ଉତ୍ସାହିତ କରିଥିଲା । ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ଶୋଭା ବର୍ଦ୍ଧନ ପାଇଁ ବିଭିନ୍ନ ପାଚେରିରେ ଚିତ୍ର ମାଧ୍ୟମରେ ବାର୍ତ୍ତା ପ୍ରଦାନ କରିବା ତାଙ୍କୁ ସବୁଠାରୁ ଅଧିକ ଉତ୍ସାହିତ କରିଥିଲା"।

ନିକଟରେ ସମାପ୍ତ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେପିର ପ୍ରଦର୍ଶନ ହତାଶ ଜନକ ଥିବା ବେଳେ ବିଜେପିରୁ ମେୟର ପ୍ରାର୍ଥୀ ହେବା ପ୍ରସଙ୍ଗରେ ସେ କହିଛନ୍ତି,"କିଛି ଲୋକଙ୍କ ପାଖରେ ଜଣେ ସାମ୍ବାଦିକ ଓ ସାହିତ୍ୟିକ ଭାବେ ମୋର ପରିଚୟ ରହିଛି । ଯେତେବେଳେ ମେୟର ପଦବୀ କଥା ଚର୍ଚ୍ଚାକୁ ଆସିଲା ଏହି ପଦବୀ ପାଇଁ ନିଜ ଆଡ଼କୁ ମୋର ଆଗ୍ରହ ବଢ଼ିଲା । କାରଣ ଲୋକଙ୍କ ପାଖରେ ଅଳ୍ପ ବହୁତ ପରିଚିତି ଥିଲେ ମଧ୍ୟ ଲୋକଙ୍କ ସେବା କରିବା ପାଇଁ ମୋ ପାଖରେ ସୁଯୋଗ ନ ଥିଲା । ମୁଁ ଭାବୁଛି ରାଜନୀତିକୁ ଆସିବା ଫଳରେ ମୁଁ ଲୋକଙ୍କ ନିକଟତର ହୋଇପାରିବି ଓ ସେମାନଙ୍କ ସେବା କରିବା ପାଇଁ ଅଧିକ ସୁଯୋଗ ପାଇବି"।

ଲୋକଙ୍କ ପାଖକୁ କ’ଣ ପ୍ରସଙ୍ଗ ନେଇ ଯିବେ ପ୍ରଶ୍ନରେ ସୁନୀତି କହିଛନ୍ତି,"ପ୍ରସଙ୍ଗ ତ ଅନେକ ରହିଛି । ଭୁବନେଶ୍ୱରକୁ ଦେଶର ଅନ୍ୟତମ ସୁନ୍ଦର ଓ ପ୍ରଗତିଶୀଳ ସହରରେ ପରିଣତ କରିବା ପାଇଁ ଲୋକଙ୍କ ସହଯୋଗ ଲଢ଼ିବି । ଆଶା କରୁଛି ଲୋକଙ୍କର ମୋ ପ୍ରତି ସହଯୋଗ ମିଳିବ"।
Published by:Soumya Das
First published: