ନୀତି ଆୟୋଗ ରିପୋର୍ଟକୁ ନେଇ ଜୋର ଧରିଲା ରାଜନୀତି; ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ

ନିକଟରେ ବାହାରିଥିବା ନୀତି ଆୟୋଗ ରିପୋର୍ଟକୁ ନେଇ ସବୁ ମହଲରେ ଚର୍ଚ୍ଚା । ଗରିବ ତାଲିକାରେ ଓଡ଼ିଶା ନବମ ସ୍ଥାନରେ ଅଛି । ଯାହାକୁ ଆଧାର କରି ଶାସକ ଦଳକୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ।

ନୀତି ଆୟୋଗ ରିପୋର୍ଟକୁ ନେଇ ଜୋର ଧରିଲା ରାଜନୀତି

ନୀତି ଆୟୋଗ ରିପୋର୍ଟକୁ ନେଇ ଜୋର ଧରିଲା ରାଜନୀତି

  • Share this:
News18 Odia Digital

ଭୁବନେଶ୍ବର: ନୀତି ଆୟୋଗ ରିପୋର୍ଟକୁ ନେଇ ଜୋର୍ ଧରିଲା ପଲିଟିକ୍ସ। ଗରିବ କାର୍ଡ଼କୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ। ଶାସକ ଦଳ ବି କଲା କାଉଣ୍ଟର ଆଟାକ୍ । ନୀତି ଆୟୋଗ ରିପୋର୍ଟ ଉପରେ ପିସିସି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖି କହିଛନ୍ତି ଯେ ରିପୋର୍ଟ ପ୍ରକାଶ ପାଉଛି ଓଡ଼ିଶା ସବୁଥିରେ ପଛରେ। କିନ୍ତୁ ଆମ ମୁଖ୍ୟ ମନ୍ତ୍ରୀ ଆଗରେ ଅଛନ୍ତି। ଆମ ମୁଖ୍ୟ ମନ୍ତ୍ରୀ ଏକ ନମ୍ବର। ଆମେ ୨୧ ବର୍ଷ ଧରି ଗୋଟିଏ ଶାସନକୁ ବାଛିଚେ। ଲୋକଙ୍କ ରୋଜଗାର ନାହିଁ, କର୍ମ ନିଯୁକ୍ତି ନାହିଁ। ଦେଶ ଓ ରାଜ୍ୟର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କୁ ଠକିବାରେ ବ୍ୟସ୍ତ।

ଯୁବକମାନଙ୍କୁ କର୍ମ ନିଯୁକ୍ତି ପାଇଛନ୍ତି କି ? ଶିଳ୍ପାୟନ ନାହିଁ। ଚାଷ ଆଗେଇନି? ଗରିବ କମିନି। ତେଣୁ କିଭଳି ଲୋକଙ୍କର ଅଥିକ ଉନ୍ନତି କିଭଳି ହେବ ବୋଲି ପ୍ରଶ୍ନ କରିଛନ୍ତି ନିରଞ୍ଜନ।

ସେପଟେ ବିଜେପି ମୁଖପାତ୍ର କହିଛନ୍ତି ଯେ ରାଜ୍ୟରେ ପ୍ରତି ତିନି ଜଣରେ ଜଣେ ଗରିବ ବୋଲି ନୀତି ଆୟୋଗ ଯେଉଁ ରିପୋର୍ଟ ଦେଇଛନ୍ତି ତାହା ପ୍ରାମାଣିକ କରୁଛି ଯେ, ଏହା ହେଉଛି ରାଜ୍ୟର ବାସ୍ତବ ଚିତ୍ର। କିନ୍ତୁ ଅନ୍ୟପକ୍ଷରେ ରାଜ୍ୟର ବିକାଶକୁ ନେଇ ମିଛ ପ୍ରଚାର କରି ଆସୁଛନ୍ତି ରାଜ୍ୟ ସରକାର। ଏହା ପ୍ରଚାର ସର୍ବସ୍ୱ ସରକାରରେ ପରିଣତ ହୋଇଛି। ସେହିପରି ନ୍ୟାସନାଲ କ୍ରାଇମ ରେକର୍ଡ଼ ବ୍ୟୁର ମହିଳା ଓ ଶିଶୁ ନିର୍ଯ୍ୟାତନା ଉପରେ ଯାହା ରିପୋର୍ଟ ରଖିଛନ୍ତି ତାହା ମଧ୍ୟ ଚିନ୍ତାଜନକ। ରାଜ୍ୟ ସରକାର ଯୋଜନା ନେଇ ଘୋଷଣା କରିଛନ୍ତି। ହେଲେ ତାହାର କାର୍ଯ୍ୟକାରିତା ଶୂନ।

ବିଜେଡିର କହିବା କଥା ହେଉଛି, ‘‘ଓଡ଼ିଶାରେ ଦାରିଦ୍ର୍ୟ ହ୍ରାସ ପାଇଁ ଅନେକ ଉଦ୍ୟମ ହୋଇଛି। ତୁଳନାତ୍ମକ ଭାବରେ ବିକାଶ କାର୍ଯ୍ୟକ୍ରମ ଠିକରେ ଚାଲିଛି। ନୀତି ଆୟୋଗ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ରିପୋର୍ଟ ପ୍ରକାଶ କରେ।’’

ନୀତି ଆୟୋଗ ରିପୋର୍ଟ ଅନୁସାରେ ଓଡ଼ିଶାରେ ପ୍ରତି ତିନି ଜଣରେ ଜଣେ ଗରିବ। ଓଡ଼ିଶାର ଦକ୍ଷୀଣ ଓ ପଶ୍ଚିମ ଜିଲ୍ଲା ଗୁଡ଼ିକ ଜାତୀୟ ହାର ଠାରୁ ଦାରିଦ୍ର୍ୟ ରେଖାରେ ଖରାପ ସ୍ଥିତିରେ ଅଛି। କେବଳ କୋଷ୍ଟାଲ ଜିଲ୍ଲା ଗୁଡ଼ିକ ଜାତୀୟ ହାରଠାରୁ ଭଲ ସ୍ଥିତିରେ ଅଛନ୍ତି। ଦକ୍ଷିଣ ଓଡ଼ିଶାର ନବରଙ୍ଗପୁର ଜିଲ୍ଲା ଓଡ଼ିଶାର ସବୁଠୁ ଦାରିଦ୍ର୍ୟ ଜିଲ୍ଲା। ପୁରୀ ସବୁଠାରୁ ଭଲ ସ୍ଥିତିରେ ଅଛି। ଏହାଠୁ ବେଶୀ ଚିନ୍ତାଜନକ କଥା ହେଉଛି ଯେଉଁ ଜିଲ୍ଲାରେ ଅଧିକ ଖଣିଜ ପଦାର୍ଥ ରହିଛି ସେମାନେ ସଠିକରେ ବଣ୍ଟନ କରିପାରୁନାହାଁନ୍ତି। ସ୍କିମ ଗୁଡିକ ଠିକରେ ପହଞ୍ଚି ପାରୁନାହିଁ। ଲୋକେ ସେଠି ଅଧିକ ଦରିଦ୍ର ଅଛନ୍ତି। ବର୍ତ୍ତମାନ ଯେଉଁ ରିପୋର୍ଟ ଆସିଛି ତାହା କେବଳ କ୍ଷୁଧା ନିବାରଣ ନୁହେଁ ସେଟା ହେଉଛି ଶିକ୍ଷା ,ସ୍ବାସ୍ଥ୍ୟ ଉପରେ ବି ରହିଛି । ତା' ସହିତ ଉଜ୍ଜ୍ୱଳ ରନ୍ଧନ ଗ୍ୟାସ ଏସବୁ ଯୋଜନା ଠିକରେ ପହଞ୍ଚୁଛି କି ନାହିଁ ଦେଖିବା କଥା। ଆମକୁ ଦେଖିବା କୁ ପଡ଼ିବ ଯେଉଁ ଯୋଜନା ଗୁଡ଼ିକ ଲାଗୁ ହେଉଛି କିଭଳି ଭାବରେ ଲୋକଙ୍କ ପାଖରେ ପହଞ୍ଚିବ ଓ ଲୋକେ ଆବଶ୍ୟକତା ଅନୁସାରେ ସ୍ଥିତିରେ ଉନ୍ନତି ଆସିବ ଦେଖିବାକୁ ପଡ଼ିବ। ଅନ୍ୟାନ୍ୟ ସୁବିଧାରୁ ବଞ୍ଚିତ ନହେବେ, ଜୀବନର ମାନଦଣ୍ଡରେ ଉନ୍ନତି ଆସିବ ତା ଉପରେ ଅଧିକ ଫୋକସ ରହିବା ଦରକାର। ଖଣିରେ ଭରପୂର ଜିଲ୍ଲା ବି ଗରିବ ରେଖା ଆଗରେ ।

ରାଜ୍ୟର ବିକାଶ ପାଇଁ ସରକାର ମାଳମାଳ ଯୋଜନା କରୁଛନ୍ତି। ହେଲେ ତାହା ଲୋକଙ୍କ କାମରେ ଲାଗୁନି। ଏହା ପ୍ରମାଣିତ କରିଛି ନିତି ଆୟୋଗ ଦ୍ବାରା ପ୍ରକାଶିତ ରିପୋର୍ଟ। ଗରିବ ତାଲିକାରେ ଓଡ଼ିଶା ୯ ନମ୍ବରରେ ରହିଛି। ବିହାର, ୟୁପି ଭଳି ରାଜ୍ୟ ଓଡ଼ିଶା ଉପରେ ଥିବା ବେଳେ କେରଳ, ତାମିଲନାଡୁ ଭଳି ରାଜ୍ୟ ତାଲିକା ତଳେ ରହିଛି। ଏହାକୁ ନେଇ ରାଜନୈତିକ ଛକାପଞ୍ଝା ଲାଗିଥିବା ବେଳେ ବିଶେଷଜ୍ଞ କହିଛନ୍ତି ବିକାଶର ସୁଶମ ବଣ୍ଟନର ଆବଶ୍ୟକତା ରହିଛି।
Published by:Lipina Das
First published:
)}