ପଦଯାତ୍ରାରେ ଲୋକଙ୍କୁ ସରକାରଙ୍କ ସଫଳତାର କଥା କହିବେ ବିଜେଡି କର୍ମୀ; ଗୁରୁମନ୍ତ୍ର ଦେଲେ ସୁପ୍ରିମୋ

ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ବିଜେଡ଼ିର ଆରମ୍ଭ ହେବ ଜନସଂପର୍କ ପଦଯାତ୍ରା । ପଦଯାତ୍ରା ସମୟରେ କଣ ବାର୍ତ୍ତା ନେଇ ଲୋକଙ୍କ ପାଖକୁ ଯିବେ କର୍ମୀ ସେ ନେଇ ବିସ୍ତୃତ ଆଲୋଚନା ହୋଇଛି ।

ପଦଯାତ୍ରାରେ ଲୋକଙ୍କୁ ସରକାରଙ୍କ ସଫଳତାର କଥା କହିବେ ବିଜେଡି କର୍ମୀ; ଗୁରୁମନ୍ତ୍ର ଦେଲେ ସୁପ୍ରିମୋ

ପଦଯାତ୍ରାରେ ଲୋକଙ୍କୁ ସରକାରଙ୍କ ସଫଳତାର କଥା କହିବେ ବିଜେଡି କର୍ମୀ; ଗୁରୁମନ୍ତ୍ର ଦେଲେ ସୁପ୍ରିମୋ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ବିଜେଡ଼ିର ଆରମ୍ଭ ହେବ ଜନସଂପର୍କ ପଦଯାତ୍ରା । ପଦଯାତ୍ରା ସମୟରେ କଣ ବାର୍ତ୍ତା ନେଇ ଲୋକଙ୍କ ପାଖକୁ ଯିବେ କର୍ମୀ ସେ ନେଇ ବିସ୍ତୃତ ଆଲୋଚନା ହୋଇଛି । ବିଜେଡିର ଏକ ସାମୁହିକ ଆନ୍ଦୋଳନ ଶୀର୍ଷକ କର୍ମଶାଳାରେ ଯୁବ, ଛାତ୍ର, ମହିଳା ଓ କ୍ୟାମ୍ପସ କମିଟି କର୍ମକର୍ତ୍ତାଙ୍କୁ ଟିପ୍ସ ଦେଲେ ବରିଷ୍ଠ ନେତୃତ୍ବ ।

ଜନସଂପର୍କ ପଦଯାତ୍ରା ସମୟରେ ସରକାରଙ୍କ ସଫଳତା ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଆହ୍ୱାନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳ ଗଠନଠୁ ଆରମ୍ଭ କରି କିପରି ଏବେ ଏକ ଆନ୍ଦୋଳନରେ ପରିଣତ ହୋଇଛି ସେ ନେଇ ବାଖାଣିଥିଲେ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।  ନବୀନ ସବୁ କ୍ଷେତ୍ରରେ ମହିଳାଙ୍କୁ ପ୍ରାଥମିକତା ଦେଇଥିବା ବେଳେ ମହିଳା ବି ନବୀନଙ୍କ ପ୍ରତି ଆଶୀର୍ବାଦ ଦେଇଛନ୍ତି । ଦଳ ଏବେ ଏକ ସାମୁହିକ ଆନ୍ଦୋଳନରେ ପରିଣତ ହୋଇଥିବା ବେଳେ ଆଗକୁ କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଥିଲେ ସଙ୍ଗଠନ ସମ୍ପାଦକ । ପରେ ଜଣଙ୍କ ପରେ ଜଣେ ନେତା ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସଫଳତା ବାବଦରେ କହିବା ସହ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଆହ୍ବାନ କରିଥିଲେ ।ପ୍ରଥମେ ମୁଖ୍ୟମନ୍ତ୍ରୀ କହିଥିଲେ " ସବୁ ବର୍ଷ ପରି ଚଳିତ ବର୍ଷ  ଗାନ୍ଧି ଜୟନ୍ତୀରୁ ପଦଯାତ୍ରା ଆରମ୍ଭ ହେଉଛି । ପଦଯାତ୍ରାକୁ ସଫଳ କରିବାକୁ ପ୍ରସ୍ତୁତି ବୈଠକ ସମସ୍ତ ନେତା ଓ କର୍ମକର୍ତ୍ତାଙ୍କୁ ଆହ୍ବାନ କରିଛନ୍ତି ନବୀନ। ବିଜେଡି ଲୋକଙ୍କ ସହ ଅଛି ଲୋକଙ୍କ ପାଇଁ କାମ କରୁଛି । ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ କାମ କରିବକୁ ମୁଖ୍ୟମନ୍ତ୍ରୀ କର୍ମକର୍ତ୍ତାଙ୍କୁ ଆହ୍ବାନ କରିଚନ୍ତି । ଚଳିତ ବର୍ଷ ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ପାଳନ କରୁଛି ଦେଶ । ସ୍ବାଧୀନତାରେ  ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ପଦଯାତ୍ରା ସମୟରେ ଏ ପ୍ରତି ଉପଯୁକ୍ତ ଫୋକସ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ବିଜେଡି ଉପସଭାପତି ଦେବୀ ମିଶ୍ର କହଛନ୍ତି" ବିଜୁ ଜନତା ଦଳ ତିଆରି ସମୟରେ ଶୂନ୍ୟତା ଥିଲା। ନବୀନଙ୍କ ନେତୃତ୍ବରେ ଦଳ ଆଗକୁ ବଢ଼ିଛି ପଛକୁ ଫେରିନି । ଆର୍ଥିକ ସମସ୍ୟା, ସାଧନ ଭିତରେ  ଦଳ ଆଗକୁ ବଢ଼ିଛି । ମିଶନଶକ୍ତି  ଆନ୍ଦୋଳନର ପରି କଳ୍ପନା କରାଯାଇଛି । ବିଭିନ୍ନ ସମୟରେ  ସ୍ଵତନ୍ତ୍ର ଫୋକାସ ପାଇଁ ଦାବି ଉଠିଛି । ସଂଘୀୟ ବ୍ୟବସ୍ଥାରେ ଆବଶ୍ୟକତା ଠିକ୍ ସମୟରେ ଉପଲବ୍ଧ ହେବା ଆବଶ୍ୟକ । ସବୁ ବର୍ଗର ବିକାଶ ପାଇଁ ରାଜ୍ୟ ସରକାର କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଅନ୍ୟ ମାନେ କଥା କୁହନ୍ତି ନବୀନ କାମ ଅଧିକ କଥା କମ କୁହନ୍ତି । ଏଥିସହ ଚାଷୀର ଆୟ ୩ ଗୁଣା ବଢିବା ପାଇଁ ଆହ୍ବାନ କରିଛନ୍ତି । 5T  ଷ୍ଟାର୍ଟ ଆପ, ସ୍ବାସ୍ଥ୍ୟ ଯୋଜନା, ପ୍ରାକୃତିକ ବିପର୍ଯ୍ୟୟ, ଶିଳ୍ପ ପ୍ରତିଷ୍ଠା  ଆଦି କ୍ଷେତ୍ରରେ ସରକାର ସଫଳ ହୋଇଛନ୍ତି ।  ବିଭିନ୍ନ କେନ୍ଦ୍ରୀୟ ଯୋଜନା ବନ୍ଦ ହେବା ଯୋଗୁଁ ରାଜ୍ୟ କ୍ଷତି ସହୁଛି । କେନ୍ଦ୍ରୀୟ ଅନୁଦାନ କମିଛି । ରାଜ୍ୟ ସରକାର ବିକାଶ ପାଇଁ ଆଗକୁ ବଢୁଥିବା ବେଳେ ସଠିକ୍ ସମୟରେ କେନ୍ଦ୍ରୀୟ ସହଯୋଗ ମିଳୁନି ।  ୪୨ପ୍ରତିଶତ ଭୋଟରୁ ବର୍ତ୍ତମାନ ୫୨ ପ୍ରତିଶତ ଭୋଟରେ  ପହଞ୍ଚିଛି ।ଏହାକୁ  କାୟମ ରଖିବାକୁ ଆହ୍ବାନ କଲେ ଦେବୀ ମିଶ୍ର । ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ସବୁ କ୍ଷେତ୍ରରେ ମହିଳାଙ୍କୁ ପ୍ରାଥମିକତା ଦେଇଛନ୍ତି ସରକାର । ରାଜନୀତି କ୍ଷେତ୍ରରେ ମହିଳା ମାନେ ଆଗକୁ ଆସିବାକୁ ପ୍ରତିଯୋଗିତା କରୁଛନ୍ତି । ପଞ୍ଚାୟତ କି ଅର୍ବାନ ସ୍ତରରେ ନୁହେଁ ବିଧାନସଭା ଓ ଲୋକସଭାରେ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ଲଢ଼ୁଛନ୍ତି । ଉଭୟ କଂଗ୍ରେସ ଓ ବିଜେପି  ସରକାର ମହିଳାଙ୍କୁ ଅବହେଳା କରିଛନ୍ତି  । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଟିମକୁ ବିଭିନ୍ନ ରାଜ୍ୟକୁ ପଠାଇ ସଂରକ୍ଷଣ ପାଇଁ ଲଢ଼ିଛନ୍ତି । ଗତ ନିର୍ବାଚନର ଲୋକସଭାରେ ୩୩ ପ୍ରତିଶତ ସଂରକ୍ଷଣ ଦେବା ସହ ବିଧାନସଭାରେ ବି ଅଧିକ ମହିଳାଙ୍କୁ ଟିକେଟ ଦେଇଛନ୍ତି ।
Published by:Soubhagya Mishra
First published: