Bypoll: ବାଲେଶ୍ୱର BJDରେ ପ୍ରାର୍ଥୀଙ୍କୁ ନେଇ ଅସନ୍ତୋଷ ବ୍ୟାପୁଛି; ଡ୍ୟାମେଜ୍ କଣ୍ଟ୍ରୋଲ ଉଦ୍ୟମ ଜାରି

ସ୍ୱରୂପ ଦାସଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରୁଥିବା BJD ସମର୍ଥକମାନଙ୍କ ଦାବି ହେଉଛି ଯଦି ପୂର୍ବ MP ରବୀନ୍ଦ୍ର ଜେନାଙ୍କୁ ପ୍ରାର୍ଥୀ କରା ନ ଗଲା ତେବେ ତାଙ୍କ ପତ୍ନୀ ସୁବସିନୀଙ୍କୁ ପ୍ରାର୍ଥୀ କରାଯାଉ । ଦଳର ସୁପ୍ରିମୋ ଟିକେଟ ନେଇ ପୁନର୍ବିଚାର କରନ୍ତୁ ବୋଲି ସେମାନଙ୍କର ଦାବି ।

Bypoll: ବାଲେଶ୍ୱର BJDରେ ପ୍ରାର୍ଥୀଙ୍କୁ ନେଇ ଅସନ୍ତୋଷ ବ୍ୟାପୁଛି; ଡ୍ୟାମେଜ୍ କଣ୍ଟ୍ରୋଲ ଉଦ୍ୟମ ଜାରି
ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ; (ଡାହାଣ) ସମର୍ଥକଙ୍କ ସହ ରବୀନ୍ଦ୍ର ଜେନା
  • News18 Odia
  • Last Updated: October 14, 2020, 6:09 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ବିଧାନସଭା ଉପନିର୍ବାଚନ ପାଇଁ ବାଲେଶ୍ୱର ସଦରରୁ ବିଜେଡି ସ୍ୱରୂପ ଦାସଙ୍କୁ ଟିକେଟ ଦେବା ପରେ ଦଳରେ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି । ହୋହାଲ୍ଲା କରୁଥିବା ଲୋକେ ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ଏମ୍‌.ପି. ରବୀନ୍ଦ୍ର ଜେନାଙ୍କ ସମର୍ଥକ ବୋଲି କୁହାଯାଉଛି । ଏହି ଅସନ୍ତୋଷ ଯୋଗୁଁ ସ୍ୱରୂପ ଦାସ ଆରମ୍ଭ କରି ନାହାନ୍ତି କ୍ୟାମ୍ପେନ ।

ଟିକେଟ ବଣ୍ଟନ ପରେ ବାଲେଶ୍ୱର ବିଜେଡିରେ ଅସନ୍ତୋଷ ଏତେ ବଢ଼ିଯାଇଛି ଯେ ସମାଧାନ କରିବା ପାଇଁ ମଙ୍ଗଳବାର ଦିନ ଭୁବନେଶ୍ବରରୁ ବାଲେଶ୍ୱର ପହଞ୍ଚିଥିଲେ ବରିଷ୍ଠ ନେତା ପ୍ରତାପ ଦେବ । ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରୁ କିଏ ଦଳ ରୁ ଇସ୍ତଫା ଦେବା କଥା କହୁଛି ତ ଆଉ କିଏ ଟପ୍‌ ଲିଡରଙ୍କୁ ପୁନଃବିଚାର ପାଇଁ ସମୟସୀମା ଦେଉଛି । ରବୀନ୍ଦ୍ର ଜେନାଙ୍କ ଅଫିସରେ ସୋମବାର ଠାରୁ ହୋହାଲ୍ଲା ଓ ସ୍ଲୋଗାନ ଲାଗି ରହିଛି ।

ସ୍ୱରୂପ ଦାସଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରୁଥିବା ସମର୍ଥକମାନଙ୍କ ଦାବି ହେଉଛି ରବୀନ୍ଦ୍ର ଯଦି ପ୍ରାର୍ଥୀ ନ ହେଲେ ତେବେ ତାଙ୍କ ପତ୍ନୀ ସୁବସିନୀ ପ୍ରାର୍ଥୀ ହୁଅନ୍ତୁ । ସୋମବାର ରାତିରେ ରବୀନ୍ଦ୍ର ଭୁବନେଶ୍ୱରରୁ ବାଲେଶ୍ୱର ପହଞ୍ଚିବା ପରେ ଏଭଳି ସ୍ଥିତି ଲାଗି ରହିଛି । ଶତାଧିକ ସମର୍ଥକ ସୋମବାର ମଧ୍ୟ ରାତ୍ରି ପର୍ଯ୍ୟନ୍ତ ହୋହଲ୍ଲା କରିବା ପରେ ପୁଣି ମଙ୍ଗଳବାର ସକାଳେ ରବୀନ୍ଦ୍ର ଜେନାଙ୍କ ସପକ୍ଷରେ ଆରମ୍ଭ କରିଦେଇଥିଲେ ସ୍ଲୋଗାନ । ସେମାନଙ୍କର ଗୋଟିଏ ଦାବି: ଟିକେଟ ନେଇ ପୁନର୍ବିଚାର କରନ୍ତୁ ଦଳର ସୁପ୍ରିମୋ ।

ବିଜେଡି ନେତା ତଥା ପୂର୍ବତନ ଏମ୍.ପି. ରବୀନ୍ଦ୍ର ଜେନାଙ୍କ ସହ ସ୍ୱରୂପ ଦାସ


ବରିଷ୍ଠ ନେତା ପ୍ରତାପ ଦେବ ବାଲେଶ୍ୱର ପହଞ୍ଚିବା ପରେ ଚାଲିଥିଲା ଦୁଦ୍ଧ ଦ୍ୱାର ବୈଠକ । ବାହାରେ ହୋହାଲ୍ଲା ଭିତରେ ରବୀନ୍ଦ୍ରଙ୍କୁ ମାନଇବା ପାଇଁ ବିଜେଡି ପ୍ରୟାସ କରିଥିଲା । ପ୍ରାୟ ଦୁଇ ଘଣ୍ଟାର ଆଲୋଚନା ପରେ ଗଣମାଧ୍ୟମ ସାମନାରେ ପ୍ରତିକ୍ରିୟା ରଖିଥିଲେ ଉଭୟ ନେତା ।

‘‘ବିଜେଡି ଏକ ଶୃଙ୍ଖଳିତ ଦଳ । କର୍ମୀଙ୍କ ଭାବାବେଗର ସମ୍ମାନ ରଖିବେ ନବୀନ ପଟ୍ଟନାୟକ । ଧୈର୍ଯ୍ୟର ସହ ଅପେକ୍ଷା କରିବା । ଭୁବନେଶ୍ୱରରେ ଆଲୋଚନା ଚାଲିଛି, ଭଲ ଖବର ଆସିବ । ବିଜେଡି ପ୍ରାର୍ଥୀଙ୍କ ବିଜୟ ପାଇଁ ସମସ୍ତେ କାମ କରନ୍ତୁ। ଏ ବିଷୟରେ ମନ୍ତ୍ରୀ ପ୍ରତାପ ଜେନା ଓ ପ୍ରତାପ ଦେବ ଉଭୟ ଆଲୋଚନା କରିଛନ୍ତି,’’ କହିଥିଲେ ରବିନ୍ଦ୍ର ଜେନା ।

ଏହା ବି ପଢ଼ନ୍ତୁ | ଏହି ଯୁବକ UPSC ପରୀକ୍ଷାରେ ୫ ଥର ଫେଲ୍ ହେଲେଷଷ୍ଠ ଥରରେ ପାସ୍ କରି IAS ହେଲେ

ପ୍ରତାପ ଦେବ କହିଥିଲେ ଯେ ଦଳର ସଭାପତି ନବୀନ ପଟ୍ଟନାୟକ ଟିକେଟ ବିଷୟରେ ନିଷ୍ପତ୍ତି ନେଇ ସାରିଛନ୍ତି। ‘‘କିଛି କର୍ମୀ ସେମାନଙ୍କର ଅଭିଯୋଗ ମୋ ପାଖରେ ରଖିଛନ୍ତି। ମୁଁ ତାହା ରାଜ୍ୟ ନେତୃତ୍ବ ଆଗରେ ରଖିବି। ଶୃଙ୍ଖଳିତ ଭାବେ ସମସ୍ତେ ଦଳ ପାଇଁ କାମ କରିବା ଉଚିତ,’’ କହିଥିଲେ ପ୍ରତାପ ଦେବ ।

ଏହା ବି ପଢ଼ନ୍ତୁ | ଦୁଇ ଯୁବତୀଙ୍କ ମଧ୍ୟରେ ପ୍ରେମ ହେଲାକୋର୍ଟରେ ଗୁପ୍ତ ଭାବରେ ଦୁହେଁ ବିବାହ କଲେ

ବାଲେଶ୍ୱର ସଦରରେ ଉପନିର୍ବାଚନ ପାଇଁ କଂଗ୍ରେସ ଓ ବିଜେଡି ପ୍ରାର୍ଥୀ ଘଓଷଣା କରିବା ପରେ ତିନି ପ୍ରମୁଖ ଦଳ ଏବେ ପ୍ରଚାର ଉପରେ ଗୁରୁତ୍ୱ ଦେଉଛନ୍ତି । ବୁଧବାର ଦିନ ବିଜେପି ପ୍ରାର୍ଥୀ ମାନସ ଦତ୍ତ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀଙ୍କ ସହ ଆସି ନାମାଙ୍କନ କରିଛନ୍ତି । ବିଜେପି ଦୁଇ ଦିନ ହେବ ଗ୍ରାଉଣ୍ଡରେ କ୍ୟାମ୍ପେନ ଆରମ୍ଭ କରିଦେଇଛି । ବିଜେପି ପ୍ରାର୍ଥୀ ମାନସ ଦତ୍ତ ବାଲେଶ୍ୱର ସହରର ବିଭିନ୍ନ ୱାର୍ଡ଼ ବୁଲିବା ସହିତ ନିଜ ପାଇଁ ଭୋଟ ଭିକ୍ଷା କରିଛନ୍ତି ।



‘‘ମୁଁ ମୋ’ ବାପାଙ୍କ (ଦିବଙ୍ଗତ ବିଜେପି ବାଧାୟକ ମଦନ ମୋହନ ଦତ୍ତ) ସ୍ୱପ୍ନ ନେଇ ନିର୍ବାଚନକୁ ଓହ୍ଲାଇଛି । ବାଲେଶ୍ୱର ରେ ଯେଉଁ ବିକାଶ ଅଟକି ଯାଇଛି ତାକୁ ତ୍ୱରାନ୍ୱିତ କରିବି,’’ କହିଛନ୍ତି ବିଜେପି ପ୍ରାର୍ଥୀ ମାନସ ଦତ୍ତ ।
Published by: Anand Shankar Thankur Das
First published: October 14, 2020, 6:09 PM IST
corona virus btn
corona virus btn
Loading