ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି BJD; ଘରକୁ ଘର ବୁଲିବେ ଦଳର ମହିଳା ନେତ୍ରୀ ଓ କର୍ମୀମାନେ

BJD’s women leaders and workers to visit people’s homes for municipal polls | ଛାତ୍ର ଓ ଯୁବକଙ୍କୁ ନିର୍ବାଚନୀ ମନ୍ତ୍ର ଦେବା ପରେ ଏବେ ମହିଳାମାନଙ୍କୁ ଗୁରୁ ମନ୍ତ୍ର ଦେଇଛନ୍ତି ବିଜେଡିର ଆଗ ଧାଡ଼ିର ନେତାମାନେ । ଆଗାମୀ ନିର୍ବାଚନ ପାଇଁ ଦଳ ମହିଳାମାନଙ୍କୁ ଫୋକସରେ ରଖିଛି ।

ବିରୋଧୀ ଦଳମାନଙ୍କ ଅପପ୍ରଚାରକୁ ବି ରୋକିବେ ବିଜେଡିର ମହିଳା ନେତ୍ରୀ ଓ କର୍ମୀମାନେ। (ପ୍ରତୀକାତ୍ମକ ଛବି)

ବିରୋଧୀ ଦଳମାନଙ୍କ ଅପପ୍ରଚାରକୁ ବି ରୋକିବେ ବିଜେଡିର ମହିଳା ନେତ୍ରୀ ଓ କର୍ମୀମାନେ। (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ପଞ୍ଚାୟତ ଓ ପୌର ନିର୍ବାଚନ ବିଗଲ୍‌ ବାଜିବା ପୂର୍ବରୁ ସମର ସଜ୍ଜା ଆରମ୍ଭ କରିଦେଇଛି ଶାସକ ଦଳ ବିଜେଡି । ଫୋକସରେ ଅଛନ୍ତି ରାଜ୍ୟର ମହିଳା ଭୋଟରମାନେ । ବିରୋଧୀ ଦଳମାନଙ୍କ ଅପପ୍ରଚାରକୁ ରୋକିବା ସହ ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ଘରେ ଘରେ ପହଞ୍ଚାଇବାକୁ ଘରକୁ ଘର ବୁଲିବେ ବିଜେଡିର ମହିଳା ନେତ୍ରୀ ଓ କର୍ମୀମାନେ।

ଦଳକୁ ଅଧିକ ସଙ୍ଗଠିତ କରିବା ପାଇଁ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ମହିଳା କାର୍ଯ୍ୟକାରିଣୀରେ ପ୍ରସ୍ତୁତ ହୋଇଥିବା ରୋଡ଼ମ୍ୟାପରୁ ସ୍ପଷ୍ଟ ହୋଇଛି ଯେ ଆଗାମୀ ନିର୍ବାଚନ ପାଇଁ ଦଳ ମହିଳାମାନଙ୍କୁ ଫୋକସରେ ରଖିଛି । ବିଶେଷ କରି ପୌର ନିର୍ବାଚନକୁ ଦୃଷ୍ଟିରେ ପ୍ରସ୍ତୁତି ଆରମ୍ଭ କରିଛି ବିଜେଡି । ପୂର୍ବରୁ ଛାତ୍ର ଓ ଯୁବକଙ୍କୁ ଦଳ ମନ୍ତ୍ର ଦେଇଥିବା ବେଳେ ବୁଧବାର ଦିନ ମହିଳାମାନଙ୍କୁ ଗୁରୁ ମନ୍ତ୍ର ଦେଇଛନ୍ତି ବିଜେଡିର ଆଗ ଧାଡ଼ିର ନେତାମାନେ ।

ଏହା ବି ପଢ଼ନ୍ତୁ | New Labour Code: ଆସନ୍ତା ବର୍ଷରୁ ଦେଶର ସବୁ କର୍ମଚାରୀମାନେ ସପ୍ତାହରେ ଦିନ କାମ କରିବେ

ଏଣିକି ଘରକୁ ଘର ବୁଲିବେ ବିଜେଡିର ମହିଳା ନେତ୍ରୀ ଓ କର୍ମୀମାନେ । ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ଘରେ ଘରେ ପହଞ୍ଚାଇବେ ସେମାନେ। ଏହା ସହ ବିରୋଧୀଙ୍କ ଅପପ୍ରଚାରକୁ ବି ରୋକିବେ ଶାସକ ଦଳର ମହିଳା ବ୍ରିଗେଡ୍‌ । ଆଗାମୀ ପୌର ନିର୍ବାଚନ ପୂର୍ବରୁ ଦଳକୁ ସଙ୍ଗଠିତ କରିବା ପାଇଁ ଅଣ୍ଟା ଭିଡୁଥିବା ବିଜେଡି ମହିଳା ବ୍ରିଗେଡ୍‌ ଉପରେ ଆସ୍ଥା ପ୍ରକଟ କରିଛି ଓ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଳାର ମହିଳା କାର୍ଯ୍ୟକାରିଣୀରେ ଆଗାମୀ ଦିନ ପାଇଁ ରୋଡ଼ ମ୍ୟାପ୍‌ ପ୍ରସ୍ତୁତ କରିଛି।

ଏହା ବି ପଢ଼ନ୍ତୁ | ଏବେ Aadhaar ନମ୍ବର୍ଯୋଡ଼ାଯିବ Voter Id ସହିତ; Election Laws Amendment Bill ପାସ୍ ହେଲା

ବିଜେଡିର ଏହି ରୋଡ଼ମ୍ୟାପ୍‌ ଅନୁସାରେ ଭୁବନେଶ୍ୱରର ପ୍ରତି ୱାର୍ଡ଼ରେ ୨୫ଟି ଲେଖାଏଁ କମିଟି କରାଯିବ । ଆଗାମୀ ଦିନରେ ୮୦ ପ୍ରତିଶତ ମହିଳାଙ୍କୁ ଦଳରେ ସାମିଲ କରିବାକୁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଘରେ ଘରେ ପହଞ୍ଚି ଲୋକଙ୍କୁ ସରକାରଙ୍କ ଯୋଜନା ବିଷୟରେ ଅବଗତ କରାଇବାକୁ ମହିଳା କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି ଦଳର ଆଗ ଧାଡ଼ିର ନେତାମାନେ ।

ଏହା ବି ପଢ଼ନ୍ତୁ | Women marriage legal age: ଝିଅମାନେ ଆଉ ୧୮ ବର୍ଷ ବୟସରେ ବିବାହ କରିପାରିବେନି; ବଦଳିବ ଆଇନ

‘‘ମହିଳାମାନେ ଘରକୁ ଘର ଯାଇ ସରକାରଙ୍କ ଯୋଜନା ଲୋକଙ୍କୁ ବୁଝାଇବେ । ଏହା ସହ କେନ୍ଦ୍ର ସରକାର ଯେପରି ପ୍ରତିଶୃତି ଦେଇ ଲୋକଙ୍କୁ ଠକିଛନ୍ତି ତାହା ବି ସେମାନେ ଲୋକଙ୍କୁ କହିବେ । ସରକାରଙ୍କ ବିରୋଧରେ ବିରୋଧୀଙ୍କ ଅପପ୍ରଚାର ରୋକିବାକୁ ଘରକୁ ଘର ଯିବେ ମହିଳା କର୍ମୀମାନେ,’’ ବୈଠକ ପରେ କହିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | Bipin Rawatଙ୍କ ହେଲିକପ୍ଟର୍ ‘‘ଆକାଶରେ ହଠାତ ଗାୟବ୍ ହୋଇଯାଇଥିଲା…’’; ଦେଖନ୍ତୁ ଶେଷ ମୁହୂର୍ତ୍ତର VIDEO

ବିରୋଧୀ ଦଳ କଂଗ୍ରେସ ବି ଆଗାମୀ ନିର୍ବାଚନରେ ମହିଳାମାନଙ୍କୁ ଅଗ୍ରାଧିକାର ଦେଇ ମଇଦାନକୁ ଓଲ୍ହାଇବାକୁ ପ୍ରସ୍ତୁତ ହେଉଛି । ଏହା ସହ ଲୋକଙ୍କ ଘରକୁ ଘର ଯିବାକୁ ବି ଦଳ ଯୋଜନା କରିଛି । ବିଜେପି କହିଛି ଯେ ବିଜେଡି ସରକାରରେ ମହିଳା ନିର୍ଯାତନା ଓ ଦୁର୍ନୀତି ବଢ଼ିଥିବାରୁ ଲୋକେ ତା’ର ଜବାବ ମାଗିବେ ।

ଏହା ବି ପଢ଼ନ୍ତୁ | ଭଉଣୀ ପ୍ରେମ ବିବାହ କଲା ବୋଲି ସାନ ଭାଇ ତାମୁଣ୍ଡ କାଟିଦେଲା, କଟା ମୁଣ୍ଡ ସହ ସେଲ୍ଫି ନେଲା

‘‘ମହିଳାମାନଙ୍କୁ କଂଗ୍ରେସ ସଦା ବେଳେ ଅଗ୍ରାଧିକାର ଦେଇଛି । ଆଗାମୀ ପୌର ଓ ପଞ୍ଚୟତ ନିର୍ବାଚନରେ ବି ଅଗ୍ରାଧିକାର ଦେବ । ଟିକେଟ ବଣ୍ଟନରେ ବି ମହିଳାମାନଙ୍କୁ ପ୍ରାଥମିକତା ଦେବ ଦଳ । ବିଜେଡି ଘରକୁ ଘର ଗଲେ ବି ଆମେ ଘରକୁ ଘର ବୁଲିବୁ,’’ କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ।

ଏହା ବି ପଢ଼ନ୍ତୁ | ଗୋଟିଏ ଲିଟର୍ ପେଟ୍ରୋଲ୍ ଡିଜେଲ୍ ଦାମ୍ରୁ କେତେ ଟଙ୍କା ଆଦାୟ କରୁଛି କେନ୍ଦ୍ର ସରକାର? ଜାଣନ୍ତୁ

ବିଜେପି ନେତା କାଳନ୍ଦୀ ସାମଲ କହିଛନ୍ତି, ‘‘ରାଜ୍ୟରେ ପ୍ରତି ଦିନ ନାରୀ ନିର୍ଯ୍ୟାତନା ହେଉଛି । ଦୁର୍ନୀତି ବି ବଢ଼ିଛି । ଲୋକେ ଏ ସବୁର ଜବାବ ମାଗୁଛନ୍ତି । ବିଜେଡି ନେତାମାନେ ଘରକୁ ଘର ଗଲେ ଜନସାଧାରଣ ସେମାନଙ୍କୁ ଜବାବ ମାଗିବେ ।’’
Published by:Anand S.T. Das
First published:
)}