ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ Bypollରେ ଶଙ୍ଖନାଦ: BJD ବାଜିମାତ୍ କଲା; BJP ହେଲା ଧରାଶାୟୀ

ବାଲେଶ୍ୱରରେ ବିଜୟୀ BJD ପ୍ରାର୍ଥୀ ସ୍ୱରୂପ ଦାସଙ୍କ ସାମନାରେ BJP ପ୍ରାର୍ଥୀ ମାନସ ଦତ୍ତଙ୍କ ପାଇଁ ସିମ୍ପାଥି ଫ୍ୟାକ୍ଟର କାମ କଲାନି, ହେଲେ ତିର୍ତ୍ତୋଲରେ ବିଜୟୀ BJD ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ପାଇଁ ତାହା କାମ କଲା ଓ ସେଠାରେ BJPକୁ ହରାଇ ସେ ଜିତିଛନ୍ତି ।

ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ Bypollରେ ଶଙ୍ଖନାଦ: BJD ବାଜିମାତ୍ କଲା; BJP ହେଲା ଧରାଶାୟୀ
(ବାମରୁ ଡାହାଣ) ସ୍ୱରୂପ ଦାସ, ନବୀନ ପଟ୍ଟନାୟକ ଓ ବିଜୟ ଶଙ୍କର ଦାସ
  • News18 Odia
  • Last Updated: November 10, 2020, 8:49 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର/ତିର୍ତ୍ତୋଲ: ଓଡ଼ିଶାରେ ହୋଇଥିବା ଦୁଇଟି ଉପନିର୍ବାଚନରେ ରାଜ୍ୟର ଶାସକ ଦଳ ବିଜେଡି ବାଜିମାତ କରିଛି । ବିଜେପିକୁ ମୁହଁରୁ ଆସନକୁ ଛଡ଼ାଇ ଆଣିଛି ଶାସକ ଦଳ । ସବୁ ଆକଳନକୁ ଭୁଲ୍ ପ୍ରମାଣିତ କରି ବିଜୟର ମୁକୁଟ ପିନ୍ଧିଛନ୍ତି ବାଲେଶ୍ୱର ସଦରର ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ଓ ତିର୍ତ୍ତୋଲର ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ।

ବାଲେଶ୍ୱରରେ ନିଜ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ୧୩ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି ସ୍ବରୂପ । ପ୍ରାରମ୍ଭିକ ଗଣତି ବେଳେ ବାଲେଶ୍ବରରେ ବିଜେଡି ଓ ବିଜେପି ମଧ୍ୟରେ ହୋଇଥିଲା କଡ଼ା ଟକ୍କର । କିଛି ରାଉଣ୍ଡରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସଙ୍କ ଠାରୁ ଅଧିକ ଭୋଟ୍ ଆଣିଥିଲେ ବିଜେପି ପ୍ରାର୍ଥୀ ମାନସ ଦତ୍ତ, ଯିଏ ହେଉଛନ୍ତି ପୂର୍ବ ବିଜେପି ବିଧାୟକ ସ୍ୱର୍ଗତ ମଦନ ମୋହନ ଦତ୍ତଙ୍କ ପୁଅ । କିନ୍ତୁ ସବୁ ବେଳେ ଭୋଟ୍ ବ୍ୟବଧାନରେ ଅଧିକ ରହିଥିଲେ ସ୍ବରୂପ ।

ଏହା ବି ପଢ଼ନ୍ତୁ ଗର୍ଭବତୀ ପତ୍ନୀଙ୍କ ପେଟରେ ପୁଅ ନା ଝିଅ ଅଛି ଜାଣିବାକୁ ୫ ଝିଅଙ୍କ ବାପା ତାଙ୍କ ପେଟ ଚିରିଦେଲେ

୨୦୧୯ରେ ବାଲେଶ୍ବର ବିଜେପି ହାତରେ ଥିଲା । ମାନସ ଦତ୍ତଙ୍କ ବାପା ମଦନମୋହନ ଦତ୍ତ ହୋଇଥିଲେ ବିଧାୟକ । ବିଜେଡି ପ୍ରାର୍ଥୀ ଜୀବନ ପ୍ରଦୀପ ଦାସଙ୍କୁ ପରାସ୍ତ କରିଥିଲେ ମଦନମୋହନ । କିନ୍ତୁ ତାଙ୍କ ପରଲୋକ ପରେ ପୁଅ ମାନସଙ୍କୁ ପ୍ରାର୍ଥୀ କରିଥିଲା ବିଜେପି । ହେଲେ କାମ ଦେଲାନି  ଅନୁକମ୍ପା ଫ୍ୟାକ୍ଟର । ବିଜେଡି ଉପରେ ଭରସା କଲେ ଭୋଟରମାନେ । ଆଉ ବିଜୟୀ ହେଲେ ସ୍ବରୂପ ଦାସ ।

ବାଲେଶ୍ୱରରେ ବିଜେଡି କର୍ମୀମାନେ ବିଜୟ ଉତ୍ସବ ପାଳନ କରୁଛନ୍ତି ।


ବାଲେଶ୍ୱର ସଦରରେ ତୃତୀୟ ସ୍ଥାନରେ ରହିଛନ୍ତି କଂଗ୍ରେସର ମମତା କୁଣ୍ଡୁ । ସେ ମାତ୍ର ୫ ହଜାର ଭୋଟ୍ ଭିତରେ ସୀମିତ ରହିଯାଇଛନ୍ତି । ବାଲେଶ୍ବର ଆସନର ଚର୍ଚ୍ଚିତ ସ୍ବାଧୀନ ପ୍ରାର୍ଥୀ ବେଣୁଧର ବାରିକ ସେଭଳି କୌଣସି କମାଲ୍ ଦେଖାଇପାରିଲେନି । ମାତ୍ର ଦୁଇ ହଜାର ଭୋଟ୍ ବି ପାଇଲେ ନାହିଁ ବେଣୁଧର ।

ଏହା ବି ପଢ଼ନ୍ତୁ | ବିବାହିତା ଶିକ୍ଷୟତ୍ରୀ ୧୫ ବର୍ଷୀୟ ଛାତ୍ର ସହ ଶାରୀରିକ ସମ୍ପର୍କ ରଖିଲେ, କହିଲେ, ‘‘ମୁଁ ଗର୍ଭବତୀ ହେଲି’’

ତିର୍ତ୍ତୋଲର ଭୋଟରମାନେ ବିଜୟର ମୁକୁଟ ପିନ୍ଧାଇଛନ୍ତି ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ । ସେ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସ୍ୱର୍ଗୀୟ ବିଷ୍ଣୁ ଚରଣ ଦାସଙ୍କ ପୁଅ । ତିର୍ତ୍ତୋଲରେ ଏହା ବିଜେଡିର ଏକ ବଡ଼ ବିଜୟ । ଏଠାରେ ନିଜ ଗଡ଼ ବଜାୟ ରଖିଛି ବିଜେଡି। ପ୍ରତିପକ୍ଷ ବିଜେପିର ରାଜକିଶୋର ବେହେରାଙ୍କୁ ୩୯ ହଜାରୁ ଅଧିକ ଭୋଟରେ ହରାଇ ବିଜୟୀ ହୋଇଛନ୍ତି ବିଜୟ ଶଙ୍କର ଦାସ । ୨୦୧୯ ନିର୍ବାଚନ ଭଳି ଏଥର ବି ତିର୍ତ୍ତୋଲରେ ଶାସକ ଦଳର ଏକତରଫା ବିଜୟ ହୋଇଛି ।

ତିର୍ତ୍ତୋଲରେ ବିଜେଡି କର୍ମୀମାନେ ବିଜୟ ଉତ୍ସବ ପାଳନ କରୁଛନ୍ତି ।


ପ୍ରଥମ ଥର ଟିକେଟ ପାଇ ବିଜୟ ଶଙ୍କର ଦାସ ବିଧାୟକ ହୋଇଛନ୍ତି । ଉପନିର୍ବାଚନରେ ତିର୍ତ୍ତୋଲ ଗଡ଼ ଜିତିବାକୁ ସବୁ ବଳ ଲଗାଇଥିଲା ଶାସକ ଦଳ ।  ଏହା କାମ ଦେଇଛି । ବୃହତ ବ୍ୟବଧାନରେ ତିର୍ତ୍ତୋଲ ସିଟରେ ବାଜିମାତ୍ କରିଛି ବିଜେଡି । ୨୦୧୯ରେ ସେଠାରେ ବିଷ୍ଣୁ ଦାସ ଥିଲେ ବିଧାୟକ । ବାପାଙ୍କ ମୃତ୍ୟୁ ପରେ ପୁଅ ବିଜୟ ଶଙ୍କର ନିର୍ବାଚନ ଲଢ଼ି ଜନାଦେଶ ପାଇଛନ୍ତି ।

ଏହା ବି ପଢ଼ନ୍ତୁ | ୧୦ ମାସର ଶିଶୁ ପୁତ୍ରକୁ ଧରି ଥାନାରେ କର୍ତ୍ତବ୍ୟ ପାଳନ କରୁଛନ୍ତି ମହିଳା କନଷ୍ଟେବଲ୍; ତାଙ୍କ ସ୍ୱାମୀ ସେନାରେ କାର୍ଯ୍ୟରତ

ବାପାଙ୍କ ସ୍ବପ୍ନ ପୂରଣ କରିବେ ବୋଲି କହି ନିର୍ବାଚନ ଲଢ଼ିଥିଲେ ବିଜୟ ଶଙ୍କର ଦାସ । ବିଜେଡି ପାଇଁ ତିର୍ତ୍ତୋଲରେ ସିମ୍ପାଥି ଫ୍ୟାକ୍ଟର କାମ କରିଛି । ଯାହା ଆକଳନ କରାଯାଉଥିଲା ତାହା ହୋଇଛି । ଗତ ଥର ତିର୍ତ୍ତୋଲରେ ୯୩ ହଜାର ୯୭୬ ଭୋଟ୍‌ ପାଇଥିଲା ବିଜେଡି । ପ୍ରତିପକ୍ଷ ବିଜେପି ପାଇଥିଲା ୫୩ ହଜାର ୫୮୧ ଭୋଟ । ଭୋଟ ବ୍ୟବଧାନ ଥିଲା ୪୦ ହଜାରରୁ ଅଧିକ ।  ଏଥର ବି ୩୦ ହଜାରରୁ ଅଧିକ ଭୋଟରେ ବିଜୟ ଶଙ୍କର ଦାସ ବିଜୟୀ ହେବା ଜଣାପଡୁଛି ।

ତିର୍ତ୍ତୋଲରେ ଉପନିର୍ବାଚନ ପୂର୍ବରୁ ହାତ ଛାଡି ପଦ୍ମ ଧରିଥିଲେ ଏ ଥରର ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା । ସେ ଅଭିଜ୍ଞ ଥିବାରୁ କଡ଼ା ଟକ୍କର ଆଶା କରାଯାଉଥିଲା । ହେଲେ ବିଜୟଙ୍କୁ ସେଭଳି ବଡ଼ ଫାଇଟ ଦେଇପାରିଲେନି ରାଜକିଶୋର । ସେ ଦ୍ବିତୀୟ ରହିଥିଲେ ବି ଭୋଟ ବ୍ୟବଧାନ ଅଧିକ ରହିଛି ।



କଂଗ୍ରେସ ଉଭୟ ତିର୍ତ୍ତୋଲ ଓ ବାଲେଶ୍ୱରରେ ଜିତିବା ଆଶା ଛାଡ଼ି ଦେଇଥିଲା । ଏବେ ସେହି ଅନୁସାରେ ହିଁ ରେଜଲ୍ଟ ହୋଇଛି । ଅବଶ୍ୟ କଂଗ୍ରେସର ଯୁବ ପ୍ରାର୍ଥୀ ହିମାଂଶୁ ମଲ୍ଲିକଙ୍କୁ ଲୋକେ ପସନ୍ଦ କରିବେ ବୋଲି କହିଥିଲା ଦଳ । ତେବେ ଗତ ଥର ଦଳ ୨୩ ହଜାର ୮୦୯ ଭୋଟ ପାଇଥିବା ବେଳେ ଏଥର ତା’ ଠାରୁ କମ୍ ପାଇଥିବା ଅନୁମାନ କରାଯାଉଛି । ଭୋଟ୍‌ ଗଣତି ଅନ୍ତିମ ପର୍ଯ୍ୟାୟରେ ଅଛି । ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ଔପଚାରିକ ତଥ୍ୟ ଏବେ ମିଳିବା ବାକି ଅଛି ।
Published by: Anand Shankar Thankur Das
First published: November 10, 2020, 8:49 PM IST
corona virus btn
corona virus btn
Loading