୨୦୨୪ ନିର୍ବାଚନରେ BJDର ୧୪୭ ବିଧାୟକ ଓ ୨୧ ସାଂସଦ ଜିତିବେ: ପ୍ରମିଳା ମଲ୍ଲିକ

୨୦୨୪ରେ ବିରୋଧୀ ଶୁନ୍ୟ ହେବ ଓଡ଼ିଶା। ବିଜେଡିର ୧୪୭ ବିଧାୟକ ଓ ୨୧ ସାଂସଦ ପଦ ହାତେଇବେ। ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ।

ମନ୍ତ୍ରୀ ପ୍ରମିଳା ମଲ୍ଲିକ (ପ୍ରତୀକାତ୍ମକ ଛବି)

ମନ୍ତ୍ରୀ ପ୍ରମିଳା ମଲ୍ଲିକ (ପ୍ରତୀକାତ୍ମକ ଛବି)

  • Share this:
News 18 Odia Digital

ଭୁବନେଶ୍ୱର: ସାଧାରଣ ନିର୍ବାଚନକୁ ଆହୁରି ଦେଢ଼ ବର୍ଷ ଥିବା ବେଳେ ଏବେଠୁ ଜୋର୍ ଧରିଲାଣି ରାଜନୀତି ଚର୍ଚ୍ଚା । ଏକ ସର୍ଭେ ରିପୋର୍ଟକୁ ନେଇ ରାଜସ୍ଵ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ୨୦୨୪ ରେ ବିରୋଧୀ ଶୂନ୍ୟ ହେବ ଓଡ଼ିଶା। ବିଜେଡିର ୧୪୭ ବିଧାୟକ ଓ ୨୧ ସାଂସଦ ଜିତିବେ। ବିଜେଡି ସଙ୍ଗଠନ ସ୍ତରରେ ସୁଦୃଢ଼ ହୋଇଛି, ଲୋକଙ୍କ ସମସ୍ୟା ସହ ଯୋଡ଼ି ହୋଇଛି ବିଜେଡି। ବିରୋଧୀଙ୍କ ହାୱା କିଛି କାମ ଦେବନି`।

ସେ ଆହୁରି କହିଛନ୍ତି ଯେ ବିଜେପି ସ୍ବପ୍ନ ଦେଖୁଛି ସ୍ବପ୍ନ ପୂରଣ ହେବନି। ପଞ୍ଚାୟତ ଓ ପୌର ନିର୍ବାଚନରେ ସଫା ହୋଇଗଲେ। ଆଗକୁ ସାଧାରଣ ନିର୍ବାଚନରେ ବି ସଫା ହୋଇଯିବେ। ଓଡ଼ିଆ ଝିଅକୁ ରାଷ୍ଟ୍ରପତି ପ୍ରାର୍ଥୀ କରାଗଲା ବିଜେଡି ସମର୍ଥନ ଦେଲା। ଏହାକୁ ନେଇ ବିଜେପି ଶକ୍ତି ବୃଦ୍ଧି ପାଇବ ବୋଲି ଭାବିବା ଭୁଲ। ରାଜ୍ୟରେ କଂଗ୍ରେସ ବିଜେପି ଏକ ହୋଇଯାଇଛନ୍ତି। ବିଜେଡି ଯେତିକି ଭୋଟ ପାଇଥିଲା ତାହା ବଢ଼ିଛି। କିନ୍ତୁ କଂଗ୍ରେସ ଭୋଟ ବିଜେପିକୁ ଯାଇଛି । କଂଗ୍ରେସ ଲଢ଼ିବା ଅବସ୍ଥାରେ ନାହାଁ। ତାଙ୍କ  ଭୋଟ ସେ ଫେରାଇ ଆଣାନ୍ତୁ।

କେନ୍ଦ୍ରମନ୍ତ୍ରୀ ମାନେ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି,ଏହାର ପ୍ରଭାବ ପଡ଼ିବ କି ପ୍ରଶ୍ନରେ ଉତ୍ତରରେ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଡେରା ପକାଇଲେ କିଛି ଅସୁବିଧା ନାହିଁ। ଏହାର କିଛି ପ୍ରଭାବ ପଡ଼ିବନି। ସେମାନେ ଆସି ଲୋକଙ୍କ ସମସ୍ୟା ସମାଧାନ କରୁନାହାଁନ୍ତି ବରଂ ସମାସ୍ୟ ସୃଷ୍ଟି କରୁଛନ୍ତି ବୋଲି କହି ସମାଲୋଚନା କରିଛନ୍ତି।

ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଥିଲା ଏନଡିଏ। ରାଷ୍ଟ୍ରପତି ହେବା ପରେ ଓଡ଼ିଶାରେ ଶସକ୍ତ ହେବ ବିଜେପି। ଆଗାମୀ ନିର୍ବାଚନରେ ୧୫ରୁ ଅଧିକ ଲୋକସଭା ସିଟ୍ ଜିତିବା ସହ ପ୍ରତି ଲୋକସଭା କ୍ଷେତ୍ରରୁ ୩-୪ ବିଧାୟକ ଜିତି ସରକାର କରିବ ବିଜେପି। କେନ୍ଦ୍ରମନ୍ତ୍ରୀମାନେ ଓଡ଼ିଶା ଆସୁଛନ୍ତି। ଓଡ଼ିଶାକୁ ଫୋକସ କରାଯାଉଛି। ବିଜେପି ଚାଣକ୍ୟ ତଥା ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ପରେ ବିଜେପି ରାଜ୍ୟରେ ହଲଚଲ କରିବ ବୋଲି ସେ କହିଛନ୍ତି।

କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଛନ୍ତି, "ବିଜେପି ଓ ବିଜେଡ଼ି ଅଘୋଷିତ ମେଣ୍ଟ କରିଛନ୍ତି। ଲୋକଙ୍କ ମୁଡ ବଦଳିଲାଣି। ଆଗାମୀ ନିର୍ବାଚନର ଓଡ଼ିଶାରେ ନୂଆ ସରକାର ଆସିବ। କଂଗ୍ରେସ ସଭାପତିଙ୍କୁ ମୋଦି ସରକାର ଭୟଭୀତ ହୋଇ ଟାର୍ଗେଟ କରୁଛନ୍ତି। ଲୋକ ଜାଣି ସାରିଲେନି। ଉଭୟ ରାଜ୍ୟ ଓ କେନ୍ଦ୍ରରେ ସରକାର ପରିବର୍ତ୍ତନ ହେବ। ଜନ ସାଧାରଣଙ୍କ ମତକୁ ସମ୍ମାନ ଜଣାଇବା ଉଚିତ। ପ୍ରମିଳା ମଲ୍ଲିକ ଯେପରି କହୁଛନ୍ତି ଏପରି ଅହଂ ଭାବ ରଖିବା ଠିକ୍ ନୁହେଁ।’’
Published by:Sujit Swain
First published: