News18 Odia Digital
ଭୁବନେଶ୍ବର : ଚାଷୀଙ୍କ ସମସ୍ୟା କେନ୍ଦ୍ରର ଚାଉଳ କାଟ ପ୍ରସଙ୍ଗକୁ ନେଇ କାଲିଠୁ ତିନି ଦିନ ଧରି ପ୍ରତିବାଦ କରିବ ବିଜୁ ଜନତା ଦଳ। ଆସନ୍ତାକାଲି ରାଜଭବନ ସମ୍ମୁଖରେ ବିଜେଡି କରିବ ପ୍ରତିବାଦ ଏହାପରେ ୧୫ ତାରିଖରେ ସମସ୍ତ ପଞ୍ଚାୟତ ଅଫିସ ସମ୍ମୁଖରେ ଓ ୧୬ ତାରିଖରେ ସମସ୍ତ ବ୍ଲକ ହେଡ୍ କ୍ୱାଟର ଓ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିଜେଡି ପକ୍ଷରୁ ପ୍ରତିବାଦ କରାଯିବ । ସେପଟେ ବିଜେଡିର ପ୍ରତିବାଦକୁ କାଉଣ୍ଟର କରିଛି ବିଜେପି ।
ଏହି ଖବର ପଢନ୍ତୁ:
http://ଔଷଧ ବିକଳରେ ତାଟିଆ କାମୁଡୁଛି ବିଜେଡି : ବିଜେପିଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ବିଜେଡି ଅଭିଯୋଗ କରିଛି ଧାନ ସଂଗ୍ରହ ବାବଦକୁ ବଜେଟରେ ୨୦ ହଜାର କୋଟି ଟଙ୍କା ବ୍ୟୟବରାଦ କମିଛି। ଏହା ଦ୍ବାରା ଓଡ଼ିଶା ଅଧିକ ପ୍ରଭାବିତ ହେବ। ସେହିପରି ଉଷୁନା ଧାନ ଉଠାଣ ବି କମିଛି। ପୂର୍ବରୁ ୧୮ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉଠା ଯାଉଥିବା ବେଳେ ଏବେ ତାହା ୪ ଲକ୍ଷ ମେଟ୍ରିକ୍ ଟନ୍କୁ ହ୍ରାସ କରାଯାଇଛି । କେବଳ ବରଗଡ଼ରେ ୪ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉତ୍ପାଦନ ହେଉଛି । ଏଭଳିସ୍ଥିତିରେ ଅନ୍ୟ ୨୯ ଜିଲ୍ଲା କରିବେ କଣ ବୋଲି ପ୍ରଶ୍ନ କରିଛି ବିଜେଡି । ସେହିପରି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୫ କେଜି ଚାଉଳ କାଟିବା ଯୋଗୁଁ ୩ କୋଟି ୨୫ ଲକ୍ଷ ଲୋକ ପ୍ରଭାବିତ ହେବେ। ସରକାରଙ୍କ ଏଭଳି ନିଷ୍ପତି ଧାନ ଉତ୍ପାଦନ ପ୍ରକ୍ରିୟା ବି ବାଧାପ୍ରାପ୍ତ ହେବ। ବିଶେଷଭାବେ ପଶ୍ଚିମ ଓଡ଼ିଶା ଚାଷୀ ଅଧିକ ପ୍ରଭାବିତ ହେବେ ବୋଲି ବିଜେଡି ଅଭିଯୋଗ କରିଛି । ଏଥିସହିତ ବାକି ଥିବା ୧୪ ହଜାର କୋଟି ଟଙ୍କାର ସବସିଡି ଦେବାକୁ ଦାବି କରିଛି ବିଜେଡି ।
ଏହି ଖବର ପଢନ୍ତୁ :
http://Gold Price Today: ଆସିଲା ଖୁସି ଖବର; କମିଲା ସୁନା ଓ ରୂପା ଦରସେପଟେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିରୁ ନଜର ହଟାଇବା ପାଇଁ ବିଜେଡି ସୁଆଙ୍ଗ କରୁଛି ବୋଲି କହିଛି ବିଜେପି । ବିଜେଡି ନିଜେ କରିଥିବା ପାପକୁ ଅନ୍ୟ ଉପରେ ଦୋଷ ଲଦି ଚାଷୀଙ୍କୁ ପ୍ରତାରିତ କରୁଛି ବୋଲି ପ୍ରେସମିଟରେ କହିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । କୋଭିଡ ସମୟରେ ଦିଆଯାଇଥିବା ରିଲିଫ୍କୁ ନେଇ ରାଜନୀତି ନ କରିବା ପାଇଁ କହିଛି ବିଜେପି । ୨୦୦୮ ମସିହାରେ କେନ୍ଦ୍ର ସରକାର ୩୫ କେଜି ଚାଉଳ ଦେଉଥିବା ବେଳେ ରାଜ୍ୟ ସରକାର ୧୦ କେଜି ଚାଉଳ କାଟି ୨୫ କେଜି ଚାଉଳ ଦେଉଥିଲେ। କରୋନା ସମୟରେ କେନ୍ଦ୍ର ସରକାର ବିଭିନ୍ନ ସୂତ୍ରରେ ଲୋକଙ୍କୁ ଅର୍ଥ ପ୍ରଦାନ କରିଥିଲେ। ୩ କୋଟି ୨୫ ଲକ୍ଷ ଲୋକଙ୍କୁ ମାଗଣାରେ ୫ କେଜି ଚାଉଳ ଓ ୧ କେଜି ଡାଲି ଦେଇଥିଲେ। କୋଭିଡ ପ୍ରଭାବ କମିଲା ପରେ ରିଲିଫ ବନ୍ଦ ହେଲା। ଏବେ ସମ୍ପୂର୍ଣ୍ଣ ମାଗଣାରେ ୫ କିଲୋ ଚାଉଳ କେନ୍ଦ୍ର ଦେଉଛି । ତେଣୁ ଏଥିରେ ଅସୁବିଧା କେଉଁଠି ରହିଲା ବୋଲି କହିବା ସହିତ ଔଷଧ ବିକଳରେ ବିଜେଡି ତାଟିଆ କାମୁଡ଼ୁଛି ବୋଲି କହିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।