News18 Odia Digital
ଭୁବନେଶ୍ୱର: ନୂଆ ସଂସଦ ଭବନ ଉଦଘାଟନୀ ସମାରୋହରେ ଯୋଗ ଦେବ ବିଜେଡ଼ି । ଏହି ମହତ୍ତ୍ବପୂର୍ଣ୍ଣ ଉତ୍ସବର ଏକ ଅଂଶ ହେବ ଭାବେ ବିଜୁ ଜନତା ଦଳ ଯୋଗ ଦେବ ବୋଲି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।
ପ୍ରକାଶ ପାଇଥିବା ପ୍ରେସ ରିଲିଜରେ ଉଲ୍ଲେଖ ଅଛି, ଭାରତର ରାଷ୍ଟ୍ରପତି ହେଉଛନ୍ତି ସମସ୍ତ ଭାରତୀୟ ରାଜ୍ୟର ମୁଖ୍ୟ ଓ ସଂସଦ ଭାରତର ୧୪୦ କୋଟି ଲୋକଙ୍କୁ ପ୍ରତିନିଧିତ୍ୱ କରୁଛି। ଉଭୟ ଅନୁଷ୍ଠାନ ଭାରତୀୟ ଗଣତନ୍ତ୍ରର ପ୍ରତୀକ ଓ ଭାରତର ସମ୍ବିଧାନରେ ସେମାନଙ୍କର ଅଧିକାର ଅଛି। ଉଭୟଙ୍କର ଅଧିକାର ଓ ସ୍ଥିତି ସର୍ବଦା ସୁରକ୍ଷିତ ରହିବା ଉଚିତ । ବିଜେଡି ବିଶ୍ବାସ କରେ ଯେ ସେଗୁଡ଼ିକର ପବିତ୍ରତା ଓ ସମ୍ମାନ ଉପରେ ପ୍ରଭାବ ପକାଉଥିବା ସବୁ ପ୍ରସଙ୍ଗ ଠାରୁ ଏହି ସାମ୍ବିଧାନିକ ଅନୁଷ୍ଠାନଗୁଡିକ ସର୍ବଦା ଉପରେ ରହିବା ଉଚିତ। ଏହିପରି ସମସ୍ୟା ପରେ ଆଲୋଚନା ହୋଇପାରିବ ।

ସୂଚନାଯୋଗ୍ୟ, କଂଗ୍ରେସ ସମେତ ୧୯ଟି ବିରୋଧୀ ଦଳ ନୂତନ ସଂସଦ ଗୃହର ଉଦ୍ଘାଟନୀ ସମାରୋହକୁ ବହିଷ୍କାର କରିବାକୁ ଘୋଷଣା କରିଛନ୍ତି। ସମସ୍ତେ ମିଳିତ ହୋଇ ବିବୃତ୍ତି ଦେଇଛନ୍ତି ଯେ, ଗଣତନ୍ତ୍ରର ଆତ୍ମା ସଂସଦରୁ ବହିଷ୍କୃତ ହୋଇଛି। ଏହି ବିଲଡିଂରେ ଆମେ କୌଣସି ମୂଲ୍ୟ ଦେଖୁନାହୁଁ। ସେଥିପାଇଁ ଆମେ ନୂତନ ସଂସଦ ଭବନର ଉଦଘାଟନ କରିବାକୁ ନିଷ୍ପତ୍ତି ନେଇଛୁ, ଏହି ସ୍ୱାଧୀନତା ପ୍ରଧାନମନ୍ତ୍ରୀ ଓ ତାଙ୍କ ସରକାର ବିରୋଧରେ ଆମେ ସଂଗ୍ରାମ ଜାରି ରଖିବା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।