ପରାଜୟର କାରଣ ଖୋଜିବ ବିଜେଡି, ବିଜେପି କହିଲା ବିଜୟ ପଛର କାରଣ

କଂଗ୍ରେସ ନିଜ ଭୋଟକୁ ନିଜ ଅକ୍ତିଆରରେ ରଖି ପାରିନଥିବା ବେଳେ ସ୍ଵାଧୀନ ପାର୍ଥୀ ରାଜେନ୍ଦ୍ର ଦାସ ସବୁ ଅଙ୍କ ଏପଟ ସେପଟ କରି ଦେଇଛନ୍ତି । ଏଭଳି ସ୍ଥିତିରେ ବିଜୟ ପରାଜୟ ନେଇ ଆରମ୍ଭ ହୋଇଛି ବିଚାର ବିମର୍ଶ ।

ପରାଜୟର କାରଣ ଖୋଜିବ ବିଜେଡି, ବିଜେପି କହିଲା ବିଜୟ ପଛର କାରଣ

ପରାଜୟର କାରଣ ଖୋଜିବ ବିଜେଡି, ବିଜେପି କହିଲା ବିଜୟ ପଛର କାରଣ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ଵର : ଧାମନଗର ଉପନିର୍ବାଚନ ଫଳାଫଳ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି । ବିଜେଡି ବିଜୟ ଧାରାରେ ବ୍ରେକ ଲାଗିଥିବା ବେଳେ ବିଜେପି ବାଜିମାତ କରି ସମ୍ମାନ ରଖି ପାରିଛି । କଂଗ୍ରେସ ନିଜ ଭୋଟକୁ ନିଜ ଅକ୍ତିଆରରେ ରଖି ପାରିନଥିବା ବେଳେ ସ୍ଵାଧୀନ ପାର୍ଥୀ ରାଜେନ୍ଦ୍ର ଦାସ ସବୁ ଅଙ୍କ ଏପଟ ସେପଟ କରି ଦେଇଛନ୍ତି । ଏଭଳି ସ୍ଥିତିରେ ବିଜୟ ପରାଜୟ ନେଇ ଆରମ୍ଭ ହୋଇଛି ବିଚାର ବିମର୍ଶ । ବିଜେପି ବିଜୟ ପଛର କାରଣ ଓ ବିଜେଡି ପରାଜୟ ପଛର କାରଣ କଣ ସେନେଇ ଚାଲିଛି ତର୍ଜମା ।

ବିଜେଡି ଧାମନଗର ଉପନିର୍ବାଚନ ପରାଜୟ ପରେ ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି, ଧାମନଗର ବିଜେପିର ସିଟ ଥିଲା । ସେଠାରେ ବିଷ୍ଣୁ ସେଠୀ ଜିତି ଆସୁଥିଲେ । ତାଙ୍କ ପରେ ପୁନର୍ବାର ବିଜେପି ସେଠାରେ ପ୍ରତ୍ୟାବର୍ତ୍ତନ କରିଛି । ବାଲେଶ୍ଵର ଉପନିର୍ବାଚନ ସମୟରେ ବାଲେଶ୍ଵରବାସୀ ବୁଝିଥିଲେ । ଧାମନଗରରେ ନିକଟରେ ମୃତ୍ୟୁବରଣ କରିଥିଲେ ବିଷ୍ଣୁ ସେଠୀ । ବିଜେପି ପାର୍ଥିଙ୍କ ପ୍ରତି ଆବେଗ ଥିଲା । ଦଳ ପ୍ରଦର୍ଶନ ନେଇ ନେତୃତ୍ବ ସମୀକ୍ଷା କରିବେ । ସବୁ ବେଳେ ଦଳର ଆଭ୍ୟନ୍ତରୀଣ ସମୀକ୍ଷା ହୋଇଥାଏ, ଏବେ ହେବ ।

ସାଂସଦ ମୁନା ଖାଁ ବି କହିଛନ୍ତି ଦଳ ସେଠାରୁ କାହିଁକି ହାରିଲା ସେ ନେଇ କାରଣ ଖୋଜିବୁ । ଧାମନଗର ଉପନିର୍ବାଚନ ଫଳାଫଳ ପରେ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି, ଯେତେବେଳେ ଭ୍ରଷ୍ଟାଚାର, ଅନ୍ୟାୟ, ଅତ୍ୟାଚାର ସୀମା ପାର କରିଯାଏ, ଏହାକୁ ଲୋକମାନେ ବୁଝିଯାନ୍ତି, ସେତେବେଳେ ଓଡ଼ିଶାରେ ସରକାରରେ ପରିବର୍ତ୍ତନ ହୋଇଥିବା ଇତିହାସରେ ଅଛି, ଧାମନଗରବାସୀ ବିଦ୍ରୋହର ସୂତ୍ରପାତ କଲେ ଏହା ଆଗାମୀ ଦିନରେ ପ୍ରତିଧ୍ୱନିତ ହେବ। ମହିଳାମାନେ ବିଜେଡିକୁ ଭୋଟ ଦିଅନ୍ତି ବୋଲି ବିଜେଡି ଯେଉଁ ଦମ୍ଭୋକ୍ତି କରେ, ଧାମନଗରରେ ମହିଳାମାନେ ବିଜେଡିକୁ ପ୍ରତ୍ୟାଖାନ କଲେ । ଧାମନଗର ଅଞ୍ଚଳକୁ ଲମ୍ବା ସମୟ ଧରି ଅବହେଳିତ କରି ରଖିଥିଲେ ସରକାର, ତାର ଏହା ପ୍ରତିଫଳନ । ରାଜୁ ଦାସଙ୍କ ବିଦ୍ରୋହ କିଛି ପରିମାଣରେ ସହାୟକ ହୋଇଛି । ମିଶନ ଶକ୍ତିକୁ ରାଜ୍ୟ ସରକାର କେବେ ଗୁରୁତ୍ୱ ଦେଇନାହାନ୍ତି, ଭୋଟ ଆସିଲେ ତାଙ୍କର ମନେପଡେ, ପ୍ରତାରଣାର ଶିକାର ହୋଇକି ମା' ମାନେ ଆଜି ବିଦ୍ରୋହ ଆରମ୍ଭ କରିଛନ୍ତି ତାହାର ପ୍ରଥମ ପ୍ରମାଣ ଧାମନଗର । ଆଗକୁ ବି ମହିଳା ଭୋଟ ବିଜେପି ସପକ୍ଷରେ ଯିବ ଏଥିରେ ଦ୍ୱିଧା ନାହିଁ ।

ଧାମନଗରରେ କଂଗ୍ରେସ ଅମାନତ ହରେଇବାକୁ ନେଇ ଦଳୀୟ ନେତୃତ୍ବଙ୍କ ବିରୁଦ୍ଧରେ ଅସନ୍ତୋଷ ଝାଡିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସେ କହିଛନ୍ତି ଉପନିର୍ବାଚନର ଫଳାଫଳ କଂଗ୍ରେସ ପାଇଁ ଅତି ନୈରାଶ୍ୟ ଜନକ । ମୁଁ ସେଥି ପାଇଁ ମର୍ମାହତ । ଗଲା ଥର ଯେତିକି ପାଇଥିଲୁ ତାର ଅଧାରୁ ବି କମ ଭୋଟ ମିଳିଛି । ତେଣୁ କଂଗ୍ରେସ ଦଳର ନେତୃବୃନ୍ଦ ଓ ହାଇକମାଣ୍ଡ ସମସ୍ତେ ଏହାକୁ ଗୁରୁତର ସହ ନେବା କଥା । କେଉଁଠି ଭୁଲ ରହିଲା, ଦଳର ନୀତି ଆଦର୍ଶ ଭୁଲ ରହିଲା କି ନେତୃତ୍ୱରେ ଭୁଲ ରହିଲା କିମ୍ବା କାହାର ଅବହେଳା ହୋଇଛି ତୁରନ୍ତ ବୈଠକ ଡାକି ସମୀକ୍ଷା କରିବାର ଆବଶ୍ୟକତା ରହିଛି । ଧାମନଗରରେ କଂଗ୍ରେସ ଦଳର ପ୍ରାଥି ଥିଲା କି ନାହିଁ ମୁଁ ଜାଣିନି । ପ୍ରାଥି ଚୟନ ବାବଦରେ ମୋ ସହ କେହି ଆଲୋଚନା କରି ନାହାନ୍ତି । ମୁଁ ଭାବୁଛି କେହି ସେଠି ପ୍ରାର୍ଥି ବୋଧେ ନଥିଲେ ।
Published by:Soubhagya Mishra
First published: