ଆଦିତ୍ୟ ଠାକରେ ଓ ଏକନାଥ ସିନ୍ଦେ (ପ୍ରତୀକାତ୍ମକ ଛବି)
News19 Odia Digital
ଭୁବନେଶ୍ୱର: ଡିସେମ୍ବର ୨୬ ବିଜେଡ଼ିର ପ୍ରତିଷ୍ଠା ଦିବସକୁ ସେବା ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛି ଦଳ।ପ୍ରତିଷ୍ଠା ଦିବସ ପୂର୍ତ୍ତିକୁ ଅବିସ୍ମରଣୀୟ କରିବା ପାଇଁ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଡ଼ିସେମ୍ବର ୨୬ ତାରିଖ ପ୍ରତିଷ୍ଠା ଦିବସ ପୂର୍ବରୁ ଜୀବନ ବିନ୍ଦୁ ରକ୍ତଦାନ ଶିବିର ମାଧ୍ୟମରେ ୨୫୦୦୦ ୟୁନିଟ୍ ରକ୍ତ ସଂଗ୍ରହ କରିବା ସହ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତ ତଥା ମୁନିସିପାଲିଟି, ଏନ୍.ଏ.ସିର ପ୍ରତ୍ୟେକ ଓ୍ବାର୍ଡ଼ରେ ୨୫ଟି ଲେଖାଏଁ ବୃକ୍ଷ ରୋପଣ କରାଯିବାର ନିଷ୍ପତ୍ତି ନିଆଯାଇଛି।
ଏନେଇ ଏକ ଭର୍ଚୁଆଲ ପ୍ଲାଟଫର୍ମରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକକୁ ସଭାପତିତ୍ବ କରିବା ଅବସରରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ତଥା ମାନ୍ୟବର ବିଧାୟକ ଡଃ ବ୍ଯୋମକେଶ ରାୟ କହିଛନ୍ତି," ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ପ୍ରତ୍ୟେକଟି ଜୀବନ ଆମ ପାଇଁ ମୂଲ୍ୟବାନ। ରକ୍ତ ଦାନ ଓ ବୃକ୍ଷ ରୋପଣ ସଂକଳ୍ପକୁ ସଫଳ କରିବା ପାଇଁ ସେ ପ୍ରତ୍ୟେକ ଯୁବ ଛାତ୍ର ନେତୃବୃନ୍ଦଙ୍କୁ ଆହ୍ବାନ ଦେଇଥିଲେ। ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ତଥା ମାନ୍ୟବର ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ଯୋଗ ଦେଇ ବୃକ୍ଷରୋପଣ ପାଇଁ ଛାତ୍ର ନେତାମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଗତବର୍ଷ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ଅବସରରେ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ୭୫୦୦୦ ୟୂନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଏହି ଭର୍ଚୁଆଲ ପ୍ଲାଟଫର୍ମରେ ବିଜୁ ଯୁବ- ଛାତ୍ର ଜନତା ଦଳର ସମସ୍ତ ରାଜ୍ୟ କର୍ମକର୍ତ୍ତା, ଜୋନ୍ ସଭାପତି, ଜିଲ୍ଲା ସଭାପତିଙ୍କ ସମେତ ସମସ୍ତ ବ୍ଲକ୍, ମ୍ୟୁନିସପାଲଟି, ଏନ୍.ଏ.ସି ସଭାପତିମାନେ ଯୋଗ ଦେଇଥିଲେ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।