News18 Odia Digital
ଭୁବନେଶ୍ୱର: ପିପିଲିରେ ଶାସକ ଦଳ ବିଜେଡି ପୁଣି ଥରେ ବାଜିମାତ୍ କରିବା ପରେ ରାଜ୍ୟର ଦୁଇ ମୁଖ୍ୟ ବିରୋଧୀ ଦଳ ବିଜେପି ଓ କଂଗ୍ରେସରେ ଚିନ୍ତନ ଓ ମନ୍ଥନ ଆରମ୍ଭ ହୋଇଯାଇଛି । ୨୦୦୦ ମସିହାରୁ, ଅର୍ଥାତ ଗଲା ୨୧ ବର୍ଷ ଧରି, ପିପିଲିରେ ଜିତିଆସୁଛି ବିଜେଡି । ଦଳୀୟ ଟିକେଟରେ ଜିତୁଛନ୍ତି କେବଳ ମହାରଥୀ ପରିବାର । ଏ ଥର ପ୍ରଦୀପ ମହାରଥୀଙ୍କ ଅବର୍ତ୍ତମାନରେ ତାଙ୍କଠାରୁ ଅଧିକ ଭୋଟ୍ ପାଇ ଜିତିଛନ୍ତି ତାଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ।
ବାପାଙ୍କଠାରୁ ରୁଦ୍ରଙ୍କ ଭୋଟ୍ ମାର୍ଜିନ୍ ବି ବଢି଼ଛି । ପିପିଲିରେ ଏହି ବୃହତ ବିଜୟ ପରେ ବିଜେଡି କ୍ୟାମ୍ପରେ ଖୁବ୍ ଉତ୍ସାହ ଦେଖାଦେଇଛି । ଦଳର ଅନେକ ନେତା ଓ ମନ୍ତ୍ରୀ କହିଛନ୍ତି ଯେ ପିପିଲିରୁ ରାଜ୍ୟର ପଞ୍ଚାୟତ ନିର୍ବାଚନ ପାଇଁ ଏକ ଶୁଭ ସନ୍ଦେଶ ଯାଇଛି – ଅର୍ଥାତ ଆସନ୍ତା ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳ ପିପିଲି ପରି ବିଜୟ ଲାଭ କରିବ ।
ଏହା ବି ପଢ଼ନ୍ତୁ | Punjab tussle: ସିଦ୍ଧୁ ଯେଉଁଠୁ ବି ନିର୍ବାଚନ ଲଢ଼ିବେ ମୁଁ ତାଙ୍କୁ ଜିତିବାକୁ ଦେବି ନାହିଁ, କହିଲେ ଅମରିନ୍ଦର ସିଂବାସ୍ତବରେ ଗତ ଥରଠାରୁ ଏ ଥର ବିଜେଡିର ଭୋଟ୍ ସଂଖ୍ୟା ଓ ବିଜୟ ବ୍ୟବଧାନ ଅଧିକ ରହିଛି । ଉଭୟ ବିଜେପି ଓ କଂଗ୍ରେସ ପ୍ରଚାରରେ ସବୁ ଶକ୍ତି ଲଗେଇଥିବା ବେଳେ ଏହା ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ପାଇଁ ଏକ ବଡ଼ ଉପଲବ୍ଧି । ଏହି ଉପନିର୍ବାଚନରେ ବିଜେପିର ଭୋଟ୍ ଶେୟାର୍ ପାଖାପାଖି ସମାନ ଥିବାରୁ ପରାଜୟ ସତ୍ତ୍ୱେ ଦଳ ପାଇଁ ଏହା ଏକ ଆଶ୍ୱାସନାର ବିଷୟ ହୋଇଛି । ହେଲେ କଂଗ୍ରେସର ଭୋଟ୍ ଶେୟାର୍ ଗତ ନିର୍ବାଚନଠାରୁ ତଳକୁ ଖସିଥିବାରୁ ଦଳର ନେତାମାନଙ୍କ ପାଇଁ ଏହା ଚିନ୍ତାର ବିଷୟ ହୋଇଛି ।

ଦିବଙ୍ଗତ ବିଧାୟକ ତଥା ରୁଦ୍ରଙ୍କ ବାପା ପ୍ରଦୀପ ମହାରଥୀ
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ରାନୁ ମଣ୍ଡଲ୍ ଗାଇଲେ ‘ମାନିକେ ମାଗେ ହିଥେ’ ଗୀତ; ଖୁବ୍ ଭାଇରାଲ୍ ହେଉଛି VIDEO; ଦେଖନ୍ତୁ୨୦୧୯ ନିର୍ବାଚନରେ ରୁଦ୍ର ପ୍ରତାପଙ୍କ ବାପା ପ୍ରଦୀପ ମହାରଥୀ ବିଜେଡି ଟିକେଟରେ ଲଢି଼ ପାଇଥିଲେ ୮୮,୫୧୮ ଖଣ୍ଡ ଭୋଟ୍ । ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ଆଶ୍ରିତ ପଟ୍ଟନାୟକ ପାଇଥିଲେ ୭୮,୭୩୧ ଖଣ୍ଡ ଭୋଟ୍ । କଂଗ୍ରେସ ପ୍ରାର୍ଥୀ ତଥା ଦିଗଙ୍ଗତ ଅଜିତ ମଙ୍ଗରାଜ ପାଇଥିଲେ ମାତ୍ର ୯,୮୩୦। ବିଜେପିର ପ୍ରାର୍ଥୀଙ୍କଠାରୁ ପ୍ରଦୀପ ମହାରଥୀଙ୍କ ବିଜୟ ବ୍ୟବଧାନ ଥିଲା ୧୫,୭୮୭ ଭୋଟ୍ । ୨୦୧୯ରେ ଭୋଟ୍ ପଡିଥିଲା ୧,୭୪,୮୭୫ ଖଣ୍ଡ । ଅର୍ଥାତ୍ ମତଦାନ କରିଥିଲେ ୭୬.୪୩ ପ୍ରତିଶତ ଭୋଟର । ବିଜେଡି ୫୦.୬୬ ପ୍ରତିଶତ ଭୋଟ୍ ପାଇଥିବା ବେଳେ ବିଜେପି ପାଇଥିଲା ୪୧ .୬୨ ପ୍ରତିଶତ ଭୋଟ୍, ଆଉ କଂଗ୍ରେସକୁ ମିଳିଥିଲା ୫.୬୩ ପ୍ରତିଶତ ଭୋଟ୍ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | Fitness Queen: ମଲାଇକା ଅରୋଡ଼ା ନିଜ ପ୍ରିୟ ଯୋଗ ଆସନଗୁଡ଼ିକର ଫଟୋ ଶେୟାର୍ କଲେ; ଦେଖନ୍ତୁହେଲେ ଏହି ଉପନିର୍ବାଚନରେ ବିଜେଡିର ରୁଦ୍ର ପ୍ରତାପ ମହାରଥୀ ପାଇଛନ୍ତି ୯୬,୯୭୨ ଖଣ୍ଡ ଭୋଟ୍, ଅର୍ଥାତ୍ ବାପାଙ୍କ ଶେଷ ନିର୍ବାଚନଠାରୁ ୮,୪୫୪ ଖଣ୍ଡ ଅଧିକ ଭୋଟ୍ । ବିଜେପିର ପ୍ରାର୍ଥୀଙ୍କଠାରୁ ତାଙ୍କ ବିଜୟ ବ୍ୟବଧାନ ରହିଛି ୨୦,୯୧୬, ଯାହା ଗତ ନିର୍ବାଚନର ବିଜୟ ବ୍ୟବଧାନଠାରୁ ଅଧିକ । ରୁଦ୍ରଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ଆଶ୍ରିତ ପଟ୍ଟନାୟକ ପାଇଛନ୍ତି ୭୬,୦୫୬ ଖଣ୍ଡ ଭୋଟ୍ – ଅର୍ଥାତ ଗତ ନିର୍ବାଚନଠାରୁ ମାତ୍ର ୨,୬୭୫ ଖଣ୍ଡ କମ୍ ଭୋଟ୍ । କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ମହାପାତ୍ର ପାଇଛନ୍ତି ମାତ୍ର ୪,୨୬୧ ଖଣ୍ଡ ଭୋଟ୍, ଯାହା ଗତ ନିର୍ବାଚନରେ କଂଗ୍ରେସକୁ ମିଳିଥିବା ଭୋଟର ଅଧାରୁ ବି କମ୍ ଭୋଟ୍ । ଏହି ଉପନିର୍ବାଚନରେ ବିଜେଡି ୫୩.୬ ପ୍ରତିଶତ ଭୋଟ୍ ପାଇଥିବା ବେଳେ ବିଜେପି ପାଇଛି ୪୨ ପ୍ରତିଶତ ଭୋଟ୍, ଆଉ କଂଗ୍ରେସକୁ ମିଳିଛି ୨.୪ ପ୍ରତିଶତ ଭୋଟ୍ । ଏ ଥର ପିପିଲିରେ ୧ ଲକ୍ଷ ୭୯ ହଜାର ୯୮୦ ଜଣ ଭୋଟର ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଥିଲେ। ଏବଂ ମତଦାନ ହାର ଥିଲା ୭୮.୨୫ ପ୍ରତିଶତ।

ରୁଦ୍ର ପ୍ରତାପ ମହାରଥୀ
ଏହା ବି ପଢ଼ନ୍ତୁ | କର୍ଣ୍ଣାଟକର ଏହି Sex ପାଗଳକୁ ମୃତ୍ୟୁ ଦଣ୍ଡ ମିଳିବ; ରେପ୍ କରି ୨୦ ଜଣ ମହିଳାଙ୍କୁ ହତ୍ୟା କରିଥିଲା୧୯୮୫ ମସିହାରୁ ପିପିଲି ଆସନରେ ମହାରଥୀ ପରିବାରର ଦବଦବା ରହିଆସିଛି । ୧୯୮୫ ଓ ୧୯୯୦ ମସିହାରେ ଜନତା ଦଳ ଟିକେଟରେ ଜିତିଥିଲେ ପ୍ରଦୀପ ମହାରଥୀ । ହେଲେ ୧୯୯୫ରେ ପିପିଲି ସିଟ୍ କବଜା କରିଥିଲା କଂଗ୍ରେସ। ତା’ ପରେ ୨୦୦୦ ମସିହାରୁ ଲଗାତାର ପିପିଲି ଆସନ ଜିତିଆସୁଛି ବିଜେଡି। ୨୦୦୦ରୁ ୨୦୧୯ ମସିହା ପର୍ଯ୍ୟନ୍ତ ବିଧାୟକ ହୋଇଥିଲେ ପ୍ରଦୀପ ମହାରଥୀ । ଗତ ବର୍ଷ ତାଙ୍କ ଦେହାନ୍ତ ପରେ ଏବେ ପୁଣି ଥରେ ବିଜେଡି ଟିକେଟରୁ ବାଜି ମାରିଛନ୍ତି ପ୍ରଦୀପଙ୍କ ପୁଅ ରୁଦ୍ରପ୍ରତାପ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଏହି କମଳା ରଙ୍ଗର ଡ୍ରେସ୍ର ଦାମ୍ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ‘‘ଏ କଥା ସ୍ପଷ୍ଟ ଯେ ବିଜେଡି ଗୋଟେ ସାମାଜିକ-ଅର୍ଥନୈତିକ ଆନ୍ଦୋଳନରେ (ସୋସିଓ-ଇକୋନୋମିକ୍ ମୁଭମେଣ୍ଟ) ପରିଣତ ହୋଇଛି । ଆଗାମୀ ଦିନରେ ଏହା ଲୋକମାନଙ୍କର ଆହୁରି ନିକଟତର ଓ ପ୍ରିୟ ହେବ । ପଞ୍ଚାୟତ ନିର୍ବାଚନ ପାଇଁ ଏହି (ପିପିଲି) ଫଳାଫଳ ଏକ ଗୁରୁତ୍ୱ ବହନ କରୁଛି,’’ କହିଛନ୍ତି କ୍ରୀଡ଼ା ମନ୍ତ୍ରୀ ତଥା ବିଜେଡି ନେତା ତୁଷାରକାନ୍ତି ବେହେରା ।
ଏହା ବି ପଢ଼ନ୍ତୁ | ବୟସ ୨୫ ବର୍ଷ, ଓଜନ ୧୦୦ କିଲୋରୁ ଅଧିକ, ଧମନୀରେ ୯୯% ବ୍ଲକେଜ୍; ସର୍ଜରୀ କରି ଜୀବନ ବଞ୍ଚାଗଲାପିପିଲିରେ ବିଜେଡିର ବିଶାଳ ସଫଳତା ପରେ ବିଜେଡି ନେତୃବୃନ୍ଦ ଏହି ସଫଳତାର ମନ୍ତ୍ରକୁ ଆଗାମୀ ପଞ୍ଚାୟତ ନିର୍ବାଚନର ପ୍ରୟୋଗ କରିବା ପାଇଁ ଅଣ୍ଟା ଭିଡ଼ିବେ । ରାଜ୍ୟ ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ରହୁଥିବା ପିପିଲି ନିର୍ବାଚନ ମଣ୍ଡଳୀ ପଞ୍ଚାୟତ ନିର୍ବାଚନର ମଡେଲ୍ ହେବ ବୋଲି ବିଜେଡି ମହଲରେ ପ୍ରବଳ ଆଶା ରହିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।