ଭାରତ ସରକାରଙ୍କ ଭାରତମାଳା ପ୍ରକଳ୍ପରେ ରାଜ୍ୟକୁ ଲାଗିଲା ଝଟକା; BJD କ୍ଷୋଭ ପ୍ରକାଶ କଲା

ପୁର୍ବ-ନିର୍ଦ୍ଧାରିତ ନକ୍ସା ଅନୁସାରେ ଗୋପାଳପୁରରୁ ପୁରୀ ଦେଇ ଦୀଘା ପର୍ଯ୍ୟନ୍ତ ଯିବାକୁ ଥିବା କୋଷ୍ଟାଲ୍ ହାଇୱେକୁ ସଙ୍କୁଚିତ କରାଯାଇଛି । ନୂଆ ନକ୍ସା ଅନୁସାରେ ଖୋର୍ଦ୍ଧାର ଟାଙ୍ଗୀ ଠାରୁ ଆରମ୍ଭ ହୋଇ ଦୀଘା ପରିବର୍ତ୍ତେ ରତନପୁରରେ ଶେଷ ହେବ ଏହି ପ୍ରକଳ୍ପ ।

ଭାରତ ସରକାରଙ୍କ ଭାରତମାଳା ପ୍ରକଳ୍ପରେ ରାଜ୍ୟକୁ ଲାଗିଲା ଝଟକା; BJD କ୍ଷୋଭ ପ୍ରକାଶ କଲା
ଭାରତମାଳା ପ୍ରକଳ୍ପରେ ପରିବର୍ତ୍ତନକୁ ନେଇ ରାଜନୀତି ଆରମ୍ଭ ହୋଇଛି ।
  • News18 Odia
  • Last Updated: January 31, 2021, 11:50 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଭାରତ ସରକାରଙ୍କ ଭାରତମାଳା ପ୍ରକଳ୍ପରେ ଓଡ଼ିଶାକୁ ଲାଗିଛି ଏକ ଝଟକା । ଏହାର କାରଣ ଭାରତମାଳା ପରିଯୋଜନା ଅନ୍ତର୍ଗତ କୋଷ୍ଟାଲ୍‌ ହାଇୱେ ରାଜ୍ୟରେ ସଙ୍କୁଚିତ ହେଉଛି । ଗତ ଛଅ ବର୍ଷ ତଳେ ଘୋଷଣା ହୋଇଥିବା ଏହି ପ୍ରକଳ୍ପ ଉପରେ କାମ ଆରମ୍ଭ ହୋଇ ନ ଥିବା ବେଳେ ବାରମ୍ବାର ନକ୍ସା ବଦଳିବାକୁ ନେଇ ବିଜେଡି କ୍ଷୋଭ ପ୍ରକାଶ କରିଛି । ବିଜେପି କହିଛି ଯେ ଯାହା ଅସୁବିଧା ରହିଛି ତାହା ଉପରେ ରାଜ୍ୟ ସରକାର କେନ୍ଦ୍ରର ମନ୍ତ୍ରଣାଳୟ ସହିତ ଆଲୋଚନା କରିବା ଉଚିତ । କଂଗ୍ରେସ କହିଛି ଯେ ବାରମ୍ବାର ରାଜ୍ୟକୁ କେନ୍ଦ୍ରର ଅବହେଳାର ଏହା ଏକ ସଦ୍ୟଉଦାହରଣ ।

ପୁର୍ବ-ନିର୍ଦ୍ଧାରିତ ନକ୍ସା ଅନୁସାରେ ଗୋପାଳପୁରରୁ ପୁରୀ ଦେଇ ଦୀଘା ପର୍ଯ୍ୟନ୍ତ ଯିବାକୁ ଥିବା କୋଷ୍ଟାଲ୍‌ ହାଇୱେକୁ ସଙ୍କୁଚିତ କରାଯାଇଛି । ନୂଆ ନକ୍ସା ଅନୁସାରେ ଗୋପାଳପୁର କି ସାତପଡ଼ା ନୁହେଁ, ଖୋର୍ଦ୍ଧାର ଟାଙ୍ଗୀ ଠାରୁ ଆରମ୍ଭ ହୋଇ ଦୀଘା ପରିବର୍ତ୍ତେ ରତନପୁରରେ ଶେଷ ହେବ ଏହି ପ୍ରକଳ୍ପ ।

ଏହା ବି ପଢ଼ନ୍ତୁ | ରାଜସ୍ୱ ବଢ଼ିଲା, ହେଲେ Tech Mahindra ,୦୦୦ BPO ଷ୍ଟାଫଙ୍କୁ ବାହାର କରିଦେବ; ଜାଣନ୍ତୁ କାରଣ

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଏବଂ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ବାରା ଗଠିତ ବିଶେଷଜ୍ଞ କମିଟିର ଆପତ୍ତିକୁ ଭିତ୍ତ କରି ନୁଆ କୋଷ୍ଟାଲ ହାଇୱେ ମାର୍ଗର ନକ୍ସା ପ୍ରସ୍ତୁତ ହୋଇଛି । ଏହା ଜାତୀୟ ରାଜପଥ ୧୬ ଖୋର୍ଦ୍ଧାର ଟାଙ୍ଗୀ ଠାରୁ ଆରମ୍ଭ ହେବ । ପୁରୀ, କୋଣାର୍କ, ଅସ୍ତରଙ୍ଗ, ନାଉଗାଁ ଓ ପାରାଦୀପ ପୋର୍ଟ ଦେଇ ଜାତୀୟ ରାଜପଥ ୫୩ ନମ୍ବରରେ ଶେଷ ହେବ।

ଏହା ବି ପଢ଼ନ୍ତୁ | ଜୟ ଶାହା ଏସୀୟ କ୍ରିକେଟ୍ ପରିଷଦର ସଭାପତି ହେଲେ; ଏସିଆ କପ୍ ଆୟୋଜନ ଚ୍ୟାଲେଞ୍ଜ ହେବ

‘‘ଏ ବାବଦରେ ଆମେ ଆଲୋଚନା କରିବୁ ଓ ଆମ ଆପତ୍ତି କେନ୍ଦ୍ର ସରକାରଙ୍କୁ ଜଣାଇବୁ,’’ କହିଛନ୍ତି ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା କେନ୍ଦ୍ରକୁ ଟାର୍ଗେଟ କରି କହିଛନ୍ତି, ‘‘କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ୨୦୧୫ରେ ଏହି ପ୍ରକଳ୍ପ ସମ୍ପର୍କରେ ଘୋଷଣା କରିଥିଲେ । ଛଅ ବର୍ଷ ବିତିଗଲା, ହେଲେ କାମ ଆରମ୍ଭ ହୋଇପାରିଲା ନାହିଁ । ଏବେ ଏହାକୁ କାଣ୍ଟଛାଟ କରିବାକୁ ଚେଷ୍ଟା କରୁଛନ୍ତି । ଏଥିରୁ ବୁଝାପଡୁଛି ଯେ କେନ୍ଦ୍ର ସରକାରଙ୍କ ଏ ପ୍ରକଳ୍ପ ପ୍ରତି ଆନ୍ତରିକତା ନାହିଁ ।’’

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ୫୧ ବର୍ଷ ବୟସରେ ବି ଗାୟିକା ଜେନିଫର୍ ଲୋପେଜ୍ ଏତେ ସୁନ୍ଦର; ଫ୍ୟାନମାନଙ୍କ ହୃହୟରେ ରହିଛନ୍ତି

ବିଜେପି ବିଧାୟକ ମୋହନ ମାଝୀ କହିଛନ୍ତି, ‘‘ଏହାକୁ ଅଯଥା ସମାଲୋଚନା ନ କରି ବା ଏହା ଉପରେ ରାଜନୀତି ନ କରି ରାଜ୍ୟ ସରକାର କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା କରିବା ଉଚିତ ।’’

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ‘‘ଲଗାତର ବିଭିନ୍ନ କ୍ଷେତ୍ରରେ ରାଜ୍ୟକୁ କେନ୍ଦ୍ର ଅବହେଳା କରିଆସୁଛି । ଏହା ଅତ୍ୟନ୍ତ ନିନ୍ଦନୀୟ ।’’



ପୁର୍ବ-ନିର୍ଦ୍ଧାରିତ ନକ୍ସା ଅନୁସାରେ ଓଡ଼ିଶା ମଧ୍ୟ ଦେଇ ୪୪୦ କିଲୋମିଟର କୋଷ୍ଟାଲ ହାଇୱେ ନିର୍ମାଣ ହୋଇଥାନ୍ତା । ପରବର୍ତ୍ତୀ ସମୟରେ ନଭେମ୍ବର ୧୫, ୨୦୧୯ରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସି ୩୭୦ କିଲୋମିଟର କୋଷ୍ଟାଲ୍‌ ହାଇୱେ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା । ଏହାକୁ ସରକାର ଅନୁମତି ଦେଇଥିଲେ ।
Published by: Anand Shankar Thankur Das
First published: January 31, 2021, 11:50 PM IST