ବିଜୁ ଜୟନ୍ତୀ ପାଳନ ପାଇଁ କଟକର ବାଲିଯାତ୍ରା ପଡ଼ିଆ ଉତ୍ସବ ମୁଖର; ମୁଖ୍ୟ ମନ୍ତ୍ରୀ ଯୋଗଦେଲେ

ପ୍ରାୟ ୩୦ ଫୁଟ ଲମ୍ବା ଓ ୧୫ ଫୁଟ ଉଞ୍ଚା ଏକ ଚ଼ମତ୍କାର ବାଳୁକା ଚ଼ିତ୍ରରେ ବିଜୁ ବାବୁଙ୍କ ଜୀବନୀ, ତାଙ୍କ ଡାକୋଟା ବିମାନ ଓ ଓଡ଼ିଶା ରାଜନୀତିରେ ତାଙ୍କ ପ୍ରବେଶ ଆଦି ବିଭିନ୍ନ ପ୍ରସଙ୍ଗ ସ୍ଥାନ ପାଇଛି ।

ବିଜୁ ଜୟନ୍ତୀ ପାଳନ ପାଇଁ କଟକର ବାଲିଯାତ୍ରା ପଡ଼ିଆ ଉତ୍ସବ ମୁଖର; ମୁଖ୍ୟ ମନ୍ତ୍ରୀ ଯୋଗଦେଲେ
ବିଜୁବାବୁଙ୍କ ଉପରେ ଆଧାରିତ ବାଲୁକା କଳାରେ ଶେଷ ସ୍ପର୍ଶ ଦିଆଯାଉଛି ।
  • Aglasem
  • Last Updated: March 5, 2020, 1:12 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଆଜି ପଞ୍ଚାୟତରାଜ ଦିବସ ଓ ବିଜୁ ବାବୁଙ୍କ ଜୟନ୍ତୀ ପାଳନ କରିବା ସହିତ ରାଜ୍ୟ ସରକାର ନିଜର ୨୦ ତମ ବାର୍ଷିକୀ ବି ପାଳନ କରୁଛନ୍ତି । ସେଥିପାଇଁ କଟକର ବାଲିଯାତ୍ରା ପଡ଼ିଆରେ ଆୟୋଜନ କରାଯାଇଛି ଏକ ବିରାଟ କାର୍ଯ୍ୟକ୍ରମ । ସେଥିରେ ଅବିଭକ୍ତ କଟକ ଜିଲ୍ଲା ସହ ଢେଙ୍କାନାଳକୁ ମିଶାଇ ପାଞ୍ଚଟି ଜିଲ୍ଲାରୁ ପାଖାପାଖି ୬୦,୦୦୦ ଲୋକ ଯୋଗ ଦେଇଛନ୍ତି ।

ମୁଖ୍ୟ ମଞ୍ଚରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପ୍ରାୟ ଶହେରୁ ଉର୍ଦ୍ଧ ବ୍ୟକ୍ତିଙ୍କ ବସିବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ସାଧରଣ ଲୋକଙ୍କ ପାଇଁ ତିନିଟି ବୃହତାକାର ଟେଣ୍ଟର ବ୍ୟବସ୍ଥା ହୋଇଛି । ଏହି ବିଶାଳ ସରକାରୀ କାର୍ଯ୍ୟକ୍ରମ ପାଇଁ ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚ଼ାଲିଥିଲା ଓ ପ୍ରସ୍ତୁତିର ଅନୁଧ୍ୟାନ କରିଥିଲେ କଟକ ଜିଲ୍ଲାପାଳ ଓ ଡିସିପି । ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ବିଜେଡିର ବହୁ ନେତା ମଧ୍ୟ ଉତ୍ସବ ସ୍ଥଳ ପରିଦର୍ଶନ କରିଥିଲେ ।

“ପ୍ରବାଦ ପୁରୁଷ ବିଜୁବାବୁଙ୍କ ନାମରେ ବିଜୁ ଜନତା ଦଳ ଗଠନ କରାଯାଇଛି । ଆମ ସରକାର ୨୦ ବର୍ଷ ଧରି ରାଜ୍ୟବାସୀଙ୍କ ସେବା କରିଆସିଛି । ଅନେକ ଯୋଜନା କାର୍ଯ୍ୟକାରୀ କରିଛି । ସେଥି ପାଇଁ ବିଜେଡି ଓ ନବୀନ ବାବୁ ପଞ୍ଚମ ଥର ଲାଗି ଲୋକଙ୍କ ବିଶ୍ବାସ ଭାଜନ ହୋଇ ପାଇଛନ୍ତି । ଏହି ବିଶ୍ବାସକୁ ଆଗକୁ ବଜାୟ ରଖିବା ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ଦଳକୁ ସର୍ବଦା କହିଆସୁଛନ୍ତି,’’ କହିଛନ୍ତି ବରିଷ୍ଠ ବିଜେଡି ନେତା ଦେବାଶିଷ ସାମନ୍ତାରାୟ ।

ଗତ ୨୦ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ଉପଲବ୍ଧି କଣ ରହିଛି ଓ ରାଜ୍ୟବାସୀଙ୍କ ପାଇଁ ସରକାର କଣ ସବୁ ଉଲେଖନୀୟ କାର୍ଯ୍ୟ କରିଛନ୍ତି ଏହି ଉତ୍ସବ ଜରିଆରେ ଜନସାଧାରଣଙ୍କୁ ତା’ର ଏକ ବିସ୍ତୃତ ବିବରଣୀ ପ୍ରଦାନ କରିବେ ମୁଖ୍ୟ ମନ୍ତ୍ରୀ । ଏହା ସହ କିଛି ନୁଆ ଘୋଷଣା ମଧ୍ୟ କରିପାରନ୍ତି ସେ ।

ଏସସିବି ହସ୍ପିଟାଲକୁ ଏମ୍ସ ପ୍ଲସ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ପ୍ରକଳ୍ପର ଶିଳାନ୍ୟାସ କରିବା ସହ କଟକର ବ୍ୟସ୍ତ ରିଂ ରୋଡକୁ ଛଅ ଲେନ୍ ବିଶିଷ୍ଟ କରିବା ପାଇଁ ମଧ୍ୟ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ମୁଖ୍ୟ ମନ୍ତ୍ରୀ ।

ଏହି କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରିବା ପାଇଁ ଅନେକ ବ୍ୟବସ୍ଥା ହୋଇଛି । ଓଲିଉଡ ଗାୟକ ଗାୟିକଙ୍କ ଦ୍ବାରା ସଙ୍ଗୀତ ପରିବେଷଣର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଏହାରି ଭିତରେ ବିଜୁ ବାବୁଙ୍କ ଉଦ୍ଦେଶ୍ୟରେ ଏକ ସୁନ୍ଦର ବାଲୁକା ଚ଼ିତ୍ର ମଧ୍ୟ କରାଯାଇଛି । ପ୍ରାୟ ୩୦ ଫୁଟ ଲମ୍ବ ଓ ୧୫ ଫୁଟ ଉଚ୍ଚ ଏହି ବାଳୁକା ଚ଼ିତ୍ରରେ ବିଜୁ ବାବୁଙ୍କ ଜୀବନୀ, ଡାକୋଟା ବିମାନ ଓ ଓଡ଼ିଶା ରାଜନୀତିରେ ସେହି ପ୍ରବାଦ ପୁରୁଷଙ୍କ ପ୍ରବେଶ ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗ ସ୍ଥାନ ପାଇଛି ।

“ଏହି ବାଲୁକା କଳାରେ ବିଜୁ ପଟ୍ଟନାୟକଙ୍କ ଜନ୍ମ ସ୍ଥାନ, ସେ ପାଠ ପଢିଥିବା ଶିକ୍ଷାନୁଷ୍ଠାନ, ଭାରତୀୟ ସ୍ବାଧୀନତା ସଂଗ୍ରାମରେ ତାଙ୍କର ଅବଦାନ, ଇଣ୍ଡୋନେସିଆର ଭୂମି ପୁତ୍ର ସମ୍ମାନ, ଓଡିଶା ରାଜନୀତିରେ ତାଙ୍କ ପ୍ରବେଶ ସହ ରାଜ୍ୟକୁ ତାଙ୍କର ଅବଦାନ ବି ପ୍ରଦର୍ଶିତ କରାଯାଇଛି,” କହିଛନ୍ତି ବାଲୁକା ଶିଳ୍ପୀ ସିଦ୍ଧାର୍ଥ ବେହେରା ।
First published: March 5, 2020, 1:12 PM IST