ବାଲେଶ୍ୱର: Bypollର ୨ ଦିନ ପରେ ‘‘ଦଳବିରୋଧୀ କାର୍ଯ୍ୟ’’ ପାଇଁ ଜୀବନ ପ୍ରଦୀପଙ୍କୁ ନିଲମ୍ବନ କଲା BJD

ଟିକେଟ ଘୋଷଣା ହେବା ପୂର୍ବରୁ ଟିକେଟ ପାଇବେନି ବୋଲି ଜାଣିବା ପରେ ଜୀବନ କହିଥିଲେ ଦଳ ହାରିଥିବା ଲୋକଙ୍କୁ ଆଉ ଥରେ ଟିକେଟ ଦେବ ନାହିଁ । ଏହି ବୟାନ ଟିକେଟ ପାଇଁ ପ୍ରବଳ ଦାବି ରଖୁଥିବା ରବୀନ୍ଦ୍ର ଜେନାଙ୍କ ରାସ୍ତା ବି ବନ୍ଦ କରିଦେଇଥିଲା ।

ବାଲେଶ୍ୱର: Bypollର ୨ ଦିନ ପରେ ‘‘ଦଳବିରୋଧୀ କାର୍ଯ୍ୟ’’ ପାଇଁ ଜୀବନ ପ୍ରଦୀପଙ୍କୁ ନିଲମ୍ବନ କଲା BJD
ଜୀବନ ପ୍ରଦୀପ ଦାସ
  • News18 Odia
  • Last Updated: November 5, 2020, 8:31 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ବାଲେଶ୍ୱରର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ଜୀବନ ପ୍ରଦୀପ ଦାସଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡି ସଭାପତି ତଥା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତାଙ୍କୁ ଦଳରୁ ନିଲମ୍ବିତ କରିଥିବା Sକ ପ୍ରେସ ରିଲିଜରେ ସୂଚନା ଦିଆଯାଇଛି । ହେଲେ ଜୀବନ ପ୍ରଦୀପ କହିଛନ୍ତି ଯେ ତାଙ୍କର ସେଭଳି କିଛି ଦଳବିରୋଧୀ କାମ ନ ଥିଲା ଓ ସେ ଏହି ନିଲମ୍ବନରେ ଚକିତ ହୋଇଛନ୍ତି ।

ଜୀବନ ପ୍ରଦୀପ ବାଲେଶ୍ୱର ସଦର ଆସନରୁ ୨୦୦୯ ଓ ୨୦୧୪ ମସିହାରେ ବିଜେଡି ଟିକେଟରେ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ୨୦୧୯ରେ ବିଜେଡି ଟିକେଟରେ ପ୍ରାର୍ଥୀ ହୋଇଥିଲେ ମଧ୍ୟ ବିଜୟୀ ହୋଇପାରି ନ ଥିଲେ। ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତଙ୍କ ଅକାଳ ମୃତ୍ୟୁ ଯୋଗୁଁ ଏ ବର୍ଷର ଉପନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ସେ ଲବି କରି ଶେଷ ମୁହୂର୍ତ୍ତରେ ବିଫଳ ହୋଇଥିଲେ । ତାଙ୍କୁ ଦଳ ପ୍ରାର୍ଥୀ କରି ନ ଥିବାରୁ ସେ ଦଳ ବିରୋଧୀ ଆଭିମୁଖ୍ୟ ଆପଣାଇ ବିଜେପି ପ୍ରାର୍ଥୀଙ୍କୁ ସହଯୋଗ କରିଥିବା ଅଭିଯୋଗ ହୋଇଥିଲା । ସେଥି ପାଇଁ ବିଜେଡି ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି ।

ବିଜେଡି ପକ୍ଷରୁ ଜାରି ହୋଇଥିବା ନିଲମ୍ବନ ନୋଟିସ


ଏହା ବି ପଢ଼ନ୍ତୁ | ୨୭ ବର୍ଷୀୟା ଅଭିନେତ୍ରୀ ମିଷ୍ଟି ମୁଖାର୍ଜୀଙ୍କ ମୃତ୍ୟୁ ହେଲା; ଡାଏଟିଂ କରୁଥିଲେ, କିଡନୀ ଫେଲ୍ ହେଲା

ଉପନିର୍ବାଚନ ସମୟରେ ଜୀବନ ପ୍ରଦୀପଙ୍କ ନିଷ୍କ୍ରିୟତା ବିଜେଡିର ଅନେକ ନେତା ବାରି ପାରିଥିଲେ । ଏପରିକି ବଡ଼ ବଡ଼ ମିଟିଂରେ ଅନୁପସ୍ଥିତ ରହୁଥିଲେ ଜୀବନ । ଉପନିର୍ବାଚନ ପ୍ରଚାର ସମୟରେ ନିଜ ଅସନ୍ତୋଷକୁ ଦେଖାଇବା ପାଇଁ ପ୍ରଚଣ୍ଡ ଚେଷ୍ଟା କରିଥିଲେ ଦଳର ଏହି ତୁଙ୍ଗ ନେତା । ନିର୍ବାଚନ ସମୟରେ ଜୀବନ ଓ ଜିଲ୍ଲା ବିଜେଡି ସଭାପତି ରବୀନ୍ଦ୍ର ଜେନାଙ୍କୁ ଏକାଠି ବସାଇ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ ସବୁ କିଛି ଠିକ୍‌ ଥିବା ଓ ଦଳରେ କୌଣସି ଅସନ୍ତୋଷ ନ ଥିବା କହିଥିଲେ । ହେଲେ ଯେତେ ପେଚ ପକାଇଲେ ବି ଜୀବନଙ୍କୁ କାବୁ କରି ପାରି ନ ଥିଲା ଦଳ ।

ଟିକେଟ ଘୋଷଣା ହେବା ପୂର୍ବରୁ ଜୀବନ ଗଣମାଧ୍ୟମକୁ ଦେଇଥିବା ଏକ ବୟାନ ମଧ୍ୟ ଅଡ଼ୁଆରେ ପକାଇଥିଲା ଦଳକୁ । ଏହି ବୟାନରେ ଜୀବନ କହିଥିଲେ ଦଳ ହାରିଥିବା ଲୋକଙ୍କୁ ଆଉ ଥରେ ଟିକେଟ ଦେବନାହିଁ । ଏହା ପରେ ଟିକେଟ ପାଇଁ ପ୍ରବଳ ଦାବି ରଖୁଥିବା ରବୀନ୍ଦ୍ର ଜେନାଙ୍କ ରାସ୍ତା ବି ବନ୍ଦ ହୋଇଯାଇଥିବା ଚର୍ଚ୍ଚା ହେଉଥିଲା ।

ଏହା ବି ପଢ଼ନ୍ତୁ | ପତି ମାରପିଟ୍ କଲେ, ହେଲେ ପୂନମ୍ ପାଣ୍ଡେ ତାଙ୍କୁ କ୍ଷମା କଲେ; କିସ୍ କରି କହିଲେ: ‘ତୁମକୁ ଛାଡ଼ି ପାରିବିନି’

‘‘ଦଳର ଏହି ନିଷ୍ପତ୍ତି ମୋତେ କଷ୍ଟ ଦେଇଛି । କିନ୍ତୁ ମୁଁ କୌଣସି ଦଳ ବିରୋଧୀ କାର୍ଯ୍ୟ କରିନାହିଁ । ୨୦୦୯ରେ ମୁଁ ବିଜେଡିକୁ ଆସିବା ପରେ ଦଳକୁ ଶକ୍ତିଶାଳୀ କରିଛି । ଟିକେଟ ନ ମିଳିବାରୁ ମୋ’ ମନ କଷ୍ଟ ହୋଇଥିଲା, ହେଲେ ମୁଁ ନିଜକୁ ବୁଝାଇ ଦଳ କିଭଳି ଜିତିବ ସେ ନେଇ କାର୍ଯ୍ୟ କରିଥିଲି । ଏ ବିଷୟରେ ମୁଁ ଦଳର ସୁପ୍ରିମୋଙ୍କ ସହିତ ଆଲୋଚନା କରିବି,’’ କହିଛନ୍ତି ଜୀବନ ପ୍ରଦୀପ ଦାସ ।

ବାଲେଶ୍ୱର ଜିଲ୍ଲା ବିଜେଡି ସଭାପତି ରବୀନ୍ଦ୍ର ଜେନା


ଜୀବନଙ୍କ ନିଲମ୍ବନ ପରେ ମୁଁହ ଖୋଲିଛନ୍ତି ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର । ଜୀବନଙ୍କ କଥିତ ଦଳବିରୋଧୀ କାମକୁ ନେଇ କଡ଼ା ସମାଲୋଚନା କରିଛନ୍ତି ସେ । ‘‘ଉପନିର୍ବାଚନ ସମୟରେ ଦଳବିରୋଧୀ କାମ ପାଇଁ ତାଙ୍କୁ ନିଲମ୍ବିତ କରାଯାଇଛି । ନିର୍ବାଚନ ସମୟରେ ବିଭିନ୍ନ ମହଲରୁ ଖବର ଆସୁଥିଲା । ସେ ସବୁ ଦଳର ଆଭ୍ୟନ୍ତରୀଣ କମିଟିକୁ ଜଣାଯାଇଥିଲା । ଏହାକୁ ବିଚାର କରି ନିଲମ୍ବନ କରାଯାଇଛି,’’ କହିଛନ୍ତି ରବୀନ୍ଦ୍ର ।

‘‘ସେ (ଜୀବନ) ବିଜେଡିର କିଛି ଲୋକଙ୍କୁ ବିଜେପିରେ ଭୋଟ ଦେବାକୁ କହିଥିଲେ ବୋଲି ଆମ ପାଖରେ ପ୍ରମାଣ ରହିଛି,’’ କହି ଚାଞ୍ଚଲ୍ୟ ସୃଷ୍ଟି କରିଛନ୍ତି ରବୀନ୍ଦ୍ର । ଏହି ସମାନ କାରଣରୁ ଜିଲ୍ଲାର ଆହୁରି କିଛି ବିଜେଡି ନେତାଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ଇଙ୍ଗିତ କରିଛନ୍ତି ସେ ।

ଏହା ବି ପଢ଼ନ୍ତୁ | କ’ଣ ସେହି ସ୍ପେଶାଲ୍‌ ସିଗାରେଟ୍ ଯାହା ବିଷୟରେ ଦୀପିକା ପାଦୁକୋନ୍ ଜେରା ବେଳେ କହିଛନ୍ତି?

ବିଜେଡି ଉପସଭାନେତ୍ରୀ ପ୍ରମିଳା ମଲ୍ଲିକ ଜୀବନ ପ୍ରଦୀପଙ୍କ ନିଲମ୍ବନ ନିଷ୍ପତ୍ତିକୁ ସଠିକ କହି କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିଛନ୍ତି । ‘‘ଯିଏ ଦଳବିରୋଧୀ କାମ କରିବ ତା’ ଉପରେ କାର୍ଯ୍ୟାନୁଷ୍ଠାନ ହେବ । ଠିକ ନିଷ୍ପତି ହୋଇଛି । ନହେଲେ ସମସ୍ତେ ମଣ୍ଡଳ କରିବେ । ଯିଏ ଯେତେବେଳେ ବିରୋଧୀ କାମ କରିଛି ନେତା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି,’’ କହିଛନ୍ତି ମଲ୍ଲିକ ।

ବିଜେଡି ଉପସଭାନେତ୍ରୀ ପ୍ରମିଳା ମଲ୍ଲିକ


ଜୀବନଙ୍କ ପ୍ରତିକ୍ରିୟା ଉପରେ ପ୍ରମିଳା କହିଛନ୍ତି ଯଦି ତାଙ୍କର କିଛି ଅଭିଯୋଗ ଥିଲା ସେ ନେତାଙ୍କ ସହ ଆଲୋଚନା କରିପାରିଥାନ୍ତେ । ‘‘ବହୁତ ବଡ଼ ନେତା ଯାଇଛନ୍ତି । ଦଳ କ’ଣ ପଛେଇଯାଇଛି? ଲୋକ ନବୀନଙ୍କ ସହିତ ଅଛନ୍ତି ତାହା ସବୁ ନିର୍ବାଚନରେ ପ୍ରତିଫଳିତ ହେଉଛି । ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇଥିବା ନେଇ ତାଙ୍କର ଅଭିଯୋଗ ଅମୂଳକ । ସିଏ କ’ଣ ଛୋଟ ପିଲା ଯେ ତାଙ୍କୁ କେହି ଷଡ଼ଯନ୍ତ୍ର କରି ଫସେଇଦେବ?’’ ପଚାରିଛନ୍ତି ମଲ୍ଲିକ ।



ମୋ’ଟ ଉପରେ ରବୀନ୍ଦ୍ର ଓ ଜୀବନଙ୍କ କଳି ଭିତରେ ରବୀନ୍ଦ୍ରଙ୍କ ପତିଆରା ଭାରୀ ପଡ଼ିଲା ବୋଲି ଦଳ ଭିତରେ ଓ ବାହାରେ ଆଲୋଚନା ହେଉଛି । ଜୀବନ ପ୍ରଦୀପଙ୍କ ବିରୁଦ୍ଧରେ ଏହି କାର୍ଯ୍ୟନୁଷ୍ଠାନ ପରେ ଆଉ କାହାର ପାଳି ପଡୁଛି ତାହା ଦେଖିବାକୁ ରାଜନୈତିକ କରିଡରରେ ଅନେକ ଲୋକ ଚାହିଁ ରହିଛନ୍ତି ।
Published by: Anand Shankar Thankur Das
First published: November 5, 2020, 8:31 PM IST
corona virus btn
corona virus btn
Loading