ପଦ୍ମପୁର ପାଇଁ ଦାୟିତ୍ବ ବାଣ୍ଟିଲା ବିଜେଡି; ୩ବ୍ଲକ ଦାୟିତ୍ୱରେ ତିନି ମନ୍ତ୍ରୀ

ପଦ୍ମପୁର ପାଇଁ ନେତାଙ୍କୁ ଦାୟିତ୍ବ ବାଣ୍ଟିଲା ବିଜେଡି। ନିର୍ବାଚନ ମଣ୍ଡଳୀ ପରିଚାଳନା ଦାୟିତ୍ବରେ ରହିବେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ଓ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ।

ପଦ୍ମପୁର ପାଇଁ ଦାୟିତ୍ବ ବାଣ୍ଟିଲା ବିଜେଡି

ପଦ୍ମପୁର ପାଇଁ ଦାୟିତ୍ବ ବାଣ୍ଟିଲା ବିଜେଡି

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ପଦ୍ମପୁର ପାଇଁ ନେତାଙ୍କୁ ଦାୟିତ୍ବ ବାଣ୍ଟିଲା ବିଜେଡି। ନିର୍ବାଚନ ମଣ୍ଡଳୀ ପରିଚାଳନା ଦାୟିତ୍ବରେ ରହିବେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ଓ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ।

ତିନି ବ୍ଲକ ଦାୟିତ୍ୱରେ ରହିବେ ତିନି ମନ୍ତ୍ରୀ। ପଦ୍ମପୁର ବ୍ଳକ ଦାୟିତ୍ୱରେ ରହିବେ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ପାଇକମାଳ ଦାୟିତ୍ୱରେ ରହିବେ ମନ୍ତ୍ରୀ ନବ ଦାସ୍ ଓ ଝାରବନ୍ଧ ଦାୟିତ୍ୱରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ। ଜୋନ ଦାୟିତ୍ୱରେ ରହିବେ ପଶ୍ଚିମ ଓଡ଼ିଶା ନେତା। ମନ୍ତ୍ରୀ ଟୁକୁନି ସାହୁ, ଦେବେଶ ଆଚାର୍ଯ୍ୟ, ସ୍ନେହାଙ୍ଗିନୀ ଛୁରିଆ, ରିତା ସାହୁ, ସରୋଜ ମେହେର ,ପୁଷ୍ପେନ୍ଦ୍ର ସିଂ ଦେଓ, ନିରଞ୍ଜନ ବିଶି, ରୋହିତ ପୂଜାରୀଙ୍କ ପରି ପ୍ରମୁଖ ଜୋନ ଦାଇତ୍ଵ ସମ୍ଭାଳିବେ। ପ୍ରାଥମିକ ପର୍ଯ୍ୟାୟରେ ଏହି ନେତାଙ୍କୁ ଦାୟିତ୍ବ ମିଳିଥିବା ବେଳେ ଅନ୍ୟ ନେତାଙ୍କୁ ବି ଖୁବ୍ ଶୀଘ୍ର ଦାୟିତ୍ବ ବଣ୍ଟାଯିବ।

ଅନ୍ୟପଟେ ପଦ୍ମପୁର ପାଇଁ ପ୍ଲାନ୍ କରିଛି ବିଜେପି। ଧାମନଗର ନିର୍ବାଚନ ଭିତରେ କିଏ କେଉଁ ଦାୟିତ୍ୱରେ ରହିବ ନିଷ୍ପତ୍ତି ହୋଇ ସାରିଛି। ପଦ୍ମପୁରରେ ଭଲ ସ୍ଥିତିରେ ଅଛି ବିଜେପି। ସାଂସଦ ସୁରେଶ ପୂଜାରୀ, ସାଂସଦ ବସନ୍ତ ପଣ୍ଡା,ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଲଢିବ ବିଜେପି। ପ୍ରାର୍ଥୀ ଚୟନ ନେଇ ଗଠିତ ହୋଇଛି କମିଟି। ଧାମନଗରରୁ ଭଲ ରଣନୀତି କରି ପଦ୍ମପୁର ମଇଦାନକୁ ଓହ୍ଲାଇବ ବିଜେପି। ପଦ୍ମପୁରରେ ବି ଧାମନଗର ଫଳାଫଳ ରିପିଟ ହେବ। ରଣକୌଶଳରେ କୌଣସି ତ୍ରୁଟି ନ ରଖି ଦଳ ଲଢିବ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱରାଜ ହରିଚନ୍ଦନ।

https://odia.news18.com/news/odisha/the-party-is-focusing-on-selecting-suitable-candidates-for-padmpur-by-election-tv-07112022-ssd-134571.html

ପଦ୍ମପୁରରେ କଂଗ୍ରେସର ବେଶ ଭୋଟ ରହିଛି। ଯେତେ ନିର୍ବାଚନ ହୋଇଛି ଭଲ ଫାଇଟ ଦେଇଛି ଦଳ। ଆଶା କଂଗ୍ରେସ ସେଠି ବହୁତ ଭଲ କରିବ ବୋଲି କହିଛନ୍ତି ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ପ୍ରାର୍ଥୀ ରେସରେ ବିଜେଡି ପକ୍ଷରୁ ପଦ୍ମପୁର ବିଧାୟକ ସ୍ବର୍ଗତ ବିଜୟ ରଂଜନ ସିଂ ବରିହାଙ୍କ ପତ୍ନୀ ତିଲୋତ୍ତମା ସିଂ ବରିହା ଓ ପୁତୁରା ବୋହୁ ମାଧବୀ ସିଂ ବରିହା ଦୌଡ଼ରେ ରହିଛନ୍ତି । ସେହିପରି ବିଜେପିରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ଆଦିବାସୀ ନେତା ଗୋବର୍ଦ୍ଧନ ଭୁଏ, ଯୁବନେତା ବିଜେପି ପ୍ରିତେଶ ବହିଦାର, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ ଟିକେଟ ପାଇଁ ଆଶାୟୀ ଅଛନ୍ତି । ସେହିପରି କଂଗ୍ରେସରୁ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ,ସୁନୀଲ ଅଗ୍ରୱାଲ ପ୍ରମୁଖ ଟିକେଟ ପାଇଁ ଆଶାୟୀ ଅଛନ୍ତି ।
Published by:Soumya Das
First published: