ଜାତୀୟ ନୂତନ କୃଷି ନୀତି ଉପରେ ରାଜନୀତି: BJD କହିଲା ଧର୍ମେନ୍ଦ୍ର ପ୍ରଧାନ ‘‘ଆଂଶିକ ସତ’’ କହୁଛନ୍ତି

ଓଡ଼ିଶାରେ କେନ୍ଦ୍ରର ନୂତନ କୃଷି ନୀତିକୁ ବିରୋଧ କରିବାର କିଛି ଔଚିତ୍ୟ ନାହିଁ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଥିବା ବେଳେ ବିଜେଡି ନେତା ପ୍ରତାପ ଦେବ କହିଛନ୍ତି ଯେ କୃଷି ନୀତିରେ MSP ଉପରେ ଲିଖିତ ପ୍ରତିଶୃତି ନ ଥିବାରୁ ସମସ୍ତଙ୍କର ସନ୍ଦେହ ବଢ଼ୁଛି ।

ଜାତୀୟ ନୂତନ କୃଷି ନୀତି ଉପରେ ରାଜନୀତି: BJD କହିଲା ଧର୍ମେନ୍ଦ୍ର ପ୍ରଧାନ ‘‘ଆଂଶିକ ସତ’’ କହୁଛନ୍ତି
ଧର୍ମେନ୍ଦ୍ର ପ୍ରଧାନ ଓ (ପୂରା ଡାହାଣ) ପ୍ରତାପ ଦେବ
  • News18 Odia
  • Last Updated: October 3, 2020, 10:19 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଭାରତ ସରକାରଙ୍କ ନୂତନ କୃଷି ନୀତିକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି।  ବିଶେଷ କରି ଭୁବନେଶ୍ବରରେ ବିଜେପି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୃଷି ନୀତି ସମ୍ପର୍କିତ ବିସ୍ତୃତ ତଥ୍ୟ ଉପସ୍ଥାପନ କରିବା ପରେ ରାଜନୈତିକ ଚର୍ଚ୍ଚା ଜୋର୍‌ ଧରିଛି । ବିଜେଡି କହିଛି ଯେ ପ୍ରଧାନ ‘‘ଆଂଶିକ ସତ’’ କହୁଛନ୍ତି ।

ଓଡ଼ିଶାରେ ନୂତନ କୃଷି ନୀତିକୁ ବିରୋଧ କରିବାର କିଛି ଔଚିତ୍ୟ ନାହିଁ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଥିବା ବେଳେ ବିଜେଡି ବିଧାୟକ ତଥା ପୂର୍ବତନ ସାଂସଦ ପ୍ରତାପ ଦେବ କହିଛନ୍ତି ଯେ କୃଷି ନୀତିରେ ଏମ୍‌.ଏସ୍‌.ପି. (MSP) ଉପରେ ଲିଖିତ ପ୍ରତିଶୃତି ନ ଥିବାରୁ ସନ୍ଦେହ ବଢ଼ୁଛି । ଏହି ନୀତି ବଡ଼ କର୍ବପୋରେଟ୍‌ ସଂସ୍ଥାଙ୍କ ଆଗରେ କୃଷକମାନଙ୍କୁ ଦୁର୍ବଳ ବନେଇଦେଇପାରେ ବୋଲି କହିଛନ୍ତି ଦେବ ।

ପ୍ରଧାନ କହିଛନ୍ତି ଯେ କିଛି ମାସ ତଳେ କେନ୍ଦ୍ର ସରକାର ଆଣିଥିବା ତିନିଟି ଅଧ୍ୟାଦେଶର ଲକ୍ଷ୍ୟ ଥିଲା କୃଷକଙ୍କ ସାମଗ୍ରିକ ଉନ୍ନତିର ରାସ୍ତା ପ୍ରଶସ୍ତ କରିବା ଓ କୃଷକଙ୍କ ହିତରେ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣିବା । ବିଭିନ୍ନ ରାଜ୍ୟ ପରି ଓଡ଼ିଶାରେ ବି କୃଷି ଜନଜୀବନର ଏକ ପ୍ରମୁଖ ଦିଗ ଓ କୃଷି ଉପରେ ନିର୍ଭର କରୁଥିବା ଲୋକ ସଂଖ୍ୟା ଅଧିକ ବୋଲି ଦର୍ଶାଇ ସେ କହିଥିଲେ ଯେ ବିଗତ କିଛି ବର୍ଷ ଭିତରେ କୃଷି କ୍ଷେତ୍ର ତୁଳନାରେ ଅନ୍ୟ କ୍ଷେତ୍ରରେ ଅଧିକ ଉନ୍ନତି ହୋଇଛି ଓ କୃଷି ପଛରେ ରହିଛି ।

‘‘କୃଷି ଉତ୍ପାଦନ ବୃଦ୍ଧି, ସଠିକ ଷ୍ଟୋରେଜ ବ୍ୟବସ୍ଥା ତଥା ବଜାର ସୁଯୋଗ ଆଦି ପାଇଁ ଉଦ୍ୟମ ହୋଇଥିଲେ ବି ତାହାର ସୁଫଳ ମିଳୁ ନ ଥିଲା । ନୂତନ କୃଷି ନୀତିରେ ଏ ସବୁକୁ ସଠିକ୍‌ ଗୁରୁତ୍ୱ ଦିଆଯାଇଛି । କୃଷି ଉତ୍ପାଦନ ବୃଦ୍ଧି, କୃଷିଜାତ ସାମଗ୍ରୀର ସଂରକ୍ଷଣ ତଥା ବଜାର ସୁଯୋଗ ସୃଷ୍ଟିରେ ଏହି ନୂଆ କୃଷି ନୀତି ସଫଳ ହେବ,’’ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ


କେନ୍ଦ୍ର ସରକାର କୃଷିର ବିକାଶ ପାଇଁ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି ବୋଲି ଦାବି କରି ପ୍ରଧାନ କହିଛନ୍ତି ଯେ ମୋଟ ୧ ଲକ୍ଷ କୋଟି ଟଙ୍କାର ନିବେଶ ଉପରେ ଗୁରୁତ୍ୱ ଦିଆଯାଇଛି ।

‘‘ଓଡ଼ିଶାରେ ନୂଆ କୃଷି ନୀତିକୁ ବିରୋଧ କରିବାର କୌଣସି ଔଚିତ୍ୟ ନାହିଁ । ୨୦୧୩-୧୪ ବର୍ଷରେ ଓଡ଼ିଶାରେ ୨୮ ଲକ୍ଷ ମେଟ୍ରିକ ଟନ୍‌ ଧାନ କିଣାଯାଉଥିଲା । ହେଲେ କେନ୍ଦ୍ର ସରକାରଙ୍କ ଆନ୍ତରିକ ଉଦ୍ୟମ କାରଣରୁ ୨୦୧୯-୨୦ ଆର୍ଥିକ ବର୍ଷରେ ଏବେ ୪୭ ଲକ୍ଷ ମେଟ୍ରିକ ଟନ ଧାନ କିଣାଯାଉଛି । ସେଭଳି ଡାଲି-ଜାତୀୟ ଉତ୍ପାଦନ କ୍ରୟରେ ବି ବଢ଼ିଛି ପରିମାଣ,’’ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କୃଷି ନୀତିକୁ ନେଇ ଲୋକସଭା ଓ ରାଜ୍ୟ ସଭାରେ ବିଜେଡିର ଭିନ୍ନ ଭିନ୍ନ ଆଭିମୁଖ୍ୟ ପ୍ରସଙ୍ଗରେ ଧର୍ମେନ୍ଦ୍ର କହିଛନ୍ତି, ‘‘କିଛି ଦଳ ଏହାକୁ ଠିକ୍‌ ଭାବେ ବୁଝି ନାହାନ୍ତି । ଧୀରେ  ଧୀରେ ସେମାନେ ଆଗକୁ ବୁଝିଯିବେ। କାରଣ ‘ଆତ୍ମନିର୍ଭର ଭାରତ’ କାର୍ଯ୍ୟକ୍ରମରେ ଏହି ଯୋଜନାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ଏଥିରେ କଣ୍ଟ୍ରାକ୍ଟ ଫାର୍ମିଂକୁ ଗୁରୁତ୍ୱ ଦିଆଯାଇଛି । ଏହି ବ୍ୟବସ୍ଥାରେ ଉଭୟ ଜମି ମାଲିଜ ଓ ଭାଗଚାଷୀ ଅନେକ ପ୍ରକାରେ ଉପକୃତ ହେବେ। ଚାଷୀ  ନିଜ ଉତ୍ପାଦିତ ସାମଗ୍ରୀ ବିକ୍ରି କରିବା ପାଇଁ ବ୍ୟାପକ ସୁଯୋଗ ପାଇବ । ମିଡ଼ିଲ ମ୍ୟାନର ଯୁଗ ସରିବ,’’ କହିଛନ୍ତି ପ୍ରଧାନ ।

ନୂତନ କୃଷି ନୀତିକୁ ଏକ ‘‘ଯୁଗାନ୍ତକାରୀ ପଦକ୍ଷେପ’’ ଭାବେ ଅଭିହିତ କରି ପ୍ରଧାନ କହିଛନ୍ତି ଯେ ସାରା ଦେଶର ଚାଷୀଙ୍କ ସହ ଓଡ଼ିଶାର ଚାଷୀ ବି ଏଥିରୁ ଉପକୃତ ହେବେ । ‘‘ସଠିକ ସମର୍ଥନ ମୁଲ୍ୟ (MSP) ନିର୍ଦ୍ଧାରଣ ପାଇଁ କେନ୍ଦ୍ର ସରକାର ଯେ ପ୍ରତିଶୁତିବଦ୍ଧ ତାହା ଏଥିରେ ପ୍ରତିଫଳିତ ହୋଇଛ।  ମଧ୍ୟସ୍ଥି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ହଟାଇବା ପାଇଁ ଏହି ନୂଆ ନୀତିରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ନିଜ ଉତ୍ପାଦିତ ସାମଗ୍ରୀର  ସଠିକ ମୁଲ୍ୟ ଯେଭଳି କୃଷକ ପାଇବେ ତାହା ଉପରେ ଗୁରୁତ୍ୱ ଦିଆଯାଇଛି,’’ କହିଛନ୍ତି ପ୍ରଧାନ ।

ଏହା ବି ପଢ଼ନ୍ତୁ | ହାଥରସ୍ ମାମଲା: ‘‘ଯେଉଁ ମୃତ ଦେହ ପୋଲିସ ପୋଡ଼ିଲା ତାହା ଆମ ଝିଅର ନ ଥିଲା,’’ କହିଲା ପରିବାର

ଏହା ବି ପଢ଼ନ୍ତୁ ଏହି BJP ନେତା କହିଥିଲେ ତାଙ୍କୁ କରୋନା ହେଲେ ସେ ମମତାଙ୍କୁ ଆଲିଙ୍ଗନ କରିବେ; କରୋନା ହେଲା

ପ୍ରଧାନଙ୍କ ସାମ୍ବାଦିକ ସମ୍ମିଳନୀ ପରେ ପ୍ରତିକ୍ରିୟା ରଖିଛି ବିଜେଡି। ପୂର୍ବତନ ସାଂସଦ ତଥା ବର୍ତ୍ତମାନର ବିଧାୟକ ପ୍ରତାପ ଦେବ କହିଛନ୍ତି, ‘‘ଯଦି ନୂତନ କୃଷି ଆଇନରେ ଏମ୍‌.ଏସ୍‌.ପି.କୁ ନେଇ ପ୍ରତିଶ୍ରୁତି ଥା’ନ୍ତା, ତେବେ କାହା ମନରେ ସନ୍ଦେହ ହୋଇ ନ ଥାନ୍ତା । ହେଲେ ଏଥିରେ ସେ ଭଳି ବ୍ୟବସ୍ଥାର ଉଲ୍ଲେଖ ନାହିଁ । ମଧ୍ୟସ୍ଥି ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଯାହା କହୁଛନ୍ତି ତାହା ଆଂଶିକ ସତ । ଏଥିରେ କ୍ଷୁଦ୍ର ମଧ୍ୟସ୍ଥି ବଦଳରେ ବଡ଼ ବଡ଼ କର୍ପୋରେଟ ମଧ୍ୟସ୍ଥି ଆସିବେ । କଣ୍ଟାକ୍ତ ଫାର୍ମିଂରେ ବଡ଼ ବଡ଼ କର୍ପୋରେଟ ସଂସ୍ଥା ଲାଭବାନ ହେବେ ।’’



‘‘ଚାଷୀଙ୍କ ସ୍ୱାର୍ଥକୁ କୌଣସି ଭାବେ ଅଣଦେଖା ହେବାକୁ ଦିଆଯିବ ନାହିଁ । ନୂଆ କୃଷି ନୀତିରେ ଚାଷୀଙ୍କ ସୁରକ୍ଷା ନାଁରେ ସେମାନଙ୍କୁ ଶୋଷଣ କରାଯିବାକୁ ଉଦ୍ୟମ କରଯାଉଛି,’’ କହିଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝି ।
Published by: Anand Shankar Thankur Das
First published: October 3, 2020, 10:19 PM IST
corona virus btn
corona virus btn
Loading