News18 Odia Digital
ଭୁବନେଶ୍ୱର / ପିପିଲି: ପିପିଲି ଉପନିର୍ବାଚନରେ ପୁଣି ରାଜ୍ୟର ଶାସକ ଦଳ ବିଜେଡି ବାଜି ମାରିଛି । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୦ ହଜାରରୁ ଅଧିକ ଭୋଟରେ ପରାସ୍ତ କରି ଜବରଦସ୍ତ ବିଜୟ ହାସଲ କରିଛନ୍ତି ବିଜେଡିର ରୁଦ୍ରପ୍ରତାପ ମହାରଥୀ । ୫ ହଜାର ତଳକୁ ଭୋଟ୍ ପାଇ ଅମାନତ ହରାଇଛନ୍ତି କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ।
ପିପିଲିର ଦିବଙ୍ଗତ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ବାପାଙ୍କ ଗାଦିରେ ଆସ୍ଥାନ ପକ୍କା କରିଛନ୍ତି । ପିପିଲିରେ ବିଜୟ ବୈଜୟନ୍ତୀ ଉଡ଼ାଇ ବାପାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପୁଅ ରୁଦ୍ରପ୍ରତାପ । ବିଜେପିର ଆଶ୍ରିତ ପଟ୍ଟନାୟକଙ୍କୁ ୨୦ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି ରୁଦ୍ରପ୍ରତାପ । ରୁଦ୍ରପ୍ରତାପ ମୋଟ ୯୬,୯୭୨ ଖଣ୍ଡ ଭୋଟ୍ ପାଇଥିବା ବେଳେ ଆଶ୍ରିତଙ୍କୁ ମିଳିଛି ୭୬,୦୫୬ ଖଣ୍ଡ ଭୋଟ୍ । ଅମାନତ ହରାଇଛନ୍ତି କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର । ୫ ହଜାର ଭୋଟ୍ ବି ହାତେଇ ପାରିନାହାନ୍ତି । ତାଙ୍କୁ ମିଳିଛି ମାତ୍ର ୪,୨୬୧ ଖଣ୍ଡ ଭୋଟ୍ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | UPରେ BJP ସାଂସଦଙ୍କୁ ଗୋଡ଼େଇ ଗୋଡ଼େଇ ପିଟିବା ଘଟଣାରେ ୯ ଗିରଫ; VIDEO ଭାଇରାଲ ହୋଇଥିଲାଏହି ଉପନିର୍ବାଚନରେ ନୋଟାରେ ପ୍ରାୟ ୮୦୦ ଖଣ୍ଡ ଭୋଟ୍ ପଡ଼ିଥିଲା । ବିଜେଡିର ଏହି ରେକର୍ଡ଼ ବିଜୟ ପରେ ପିପିଲିରେ ଉତ୍ସବ ପାଳନ କରିବା ଆରମ୍ଭ କରିଛନ୍ତି ଦଳୀୟ ନେତା ଓ କର୍ମୀମାନେ । ଏହି ବିପୁଳ ବିଜୟ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟକୁ ପ୍ରମଥ ଶ୍ରେୟ ଦେଇଛନ୍ତି ବିଜୟୀ ପ୍ରାର୍ଥୀ ରୁଦ୍ରପ୍ରତାପ । ଦଳୀୟ ନେତା ଓ କର୍ମୀଙ୍କ ମୁହଁରେ ବି ନବୀନଙ୍କ ଜୟଜୟକାର ହେଉଛି ।

ତିନି ପ୍ରମୁଖ ଦଳର ପ୍ରାର୍ଥୀ – ବିଶ୍ଵକେଶନ ମହାପାତ୍ର, ଆଶ୍ରିତ ପଟ୍ଟନାୟକ ଓ ରୁଦ୍ରପ୍ରତାପ ମହାରଥୀ
ଏହା ବି ପଢ଼ନ୍ତୁ | ବୟସ ୨୫ ବର୍ଷ, ଓଜନ ୧୦୦ କିଲୋରୁ ଅଧିକ, ଧମନୀରେ ୯୯% ବ୍ଲକେଜ୍; ସର୍ଜରୀ କରି ଜୀବନ ବଞ୍ଚାଗଲାସେପ୍ଟେମ୍ବର ୩୦ରେ ଭୋଟ୍ ଗ୍ରହଣ ପରେ ପୁରୀ ପେଣ୍ଠକଟା ୱେୟାର ହାଉସରେ କଡ଼ା ସୁରକ୍ଷା ବଳୟରେ ଆରମ୍ଭ ହୋଇଥିଲା ଭୋଟ୍ ଗଣତି । ପ୍ରଥମ ରାଉଣ୍ଡରୁ ହିଁ ବିଜେପି ଉପରେ ଭାରୀ ପଡ଼ିଥିଲା ବିଜେଡି । ପ୍ରଥମରୁ ୧୮ ରାଉଣ୍ଡ ପର୍ଯ୍ୟନ୍ତ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ଦବଦବା ଜାହିର କରି ଚାଲିଥିଲେ । ୧୮ ରାଉଣ୍ଡ ଶେଷ ବେଳକୁ ବିଜେପି ପ୍ରାର୍ଥୀ ଆଶ୍ରିତଙ୍କଠାରୁ ୨୦ ହଜାରରୁ ଅଧିକ ଭୋଟରେ ଆଗୁଆ ରହିଥିଲେ ରୁଦ୍ରପ୍ରତାପ । ଅବଶ୍ୟ ଶେଷ ଆଡ଼କୁ କିଛି ରାଉଣ୍ଡରେ ଆଶ୍ରିତ ଲିଡ୍ କରିଥିଲେ । କିନ୍ତୁ ତାହା ରୁଦ୍ରପ୍ରତାପଙ୍କ ବିଜୟ ବ୍ୟବଧାନରେ ବିଶେଷ କିଛି ଫରକ ପକାଇ ନ ଥିଲା ।
ଏହା ବି ପଢ଼ନ୍ତୁ | ବଙ୍ଗାଳୀ ଯୁବକ ଏକ କୋଟି ଟଙ୍କା ଲଟେରୀରେ ଜିତିଲେ, ଭୟରେ ଦୌଡ଼ି ଦୌଡ଼ି ଥାନାରେ ପହଞ୍ଚିଲେପିପିଲି ପରାଜୟ ସହ ମଉଳି ଯାଇଛି ବିଜେପିର ଗଡ଼ ଦଖଲ ଆଶା । ଏବେ ପରାଜୟର ପୋଷ୍ଟମର୍ଟମ୍ କରିବ ପଦ୍ମ ଦଳ । ଆଶ୍ରିତ ପଟ୍ଟନାୟକ କହିଛନ୍ତି ଯେ ପିପିଲି ଲଢ଼େଇରେ କେଉଁଠି ତ୍ରୁଟି ରହିଗଲା ତା’ର ତର୍ଜମା କରାଯିବ ।
ଏହା ବି ପଢ଼ନ୍ତୁ | ନୂଆ ମୋବାଇଲ୍ ସିମ୍ ନେବାର ନିୟମ ବଦଳିଲା; ଜାଣନ୍ତୁ କେମିତି ଲୋକକୁ ଆଉ ମିଳିବ ନାହିଁ SIM କାର୍ଡ଼୨୦୨୦ ଅକ୍ଟୋବର ୪ରେ ପ୍ରାଣ ହରାଇଥିଲେ ପିପିଲିର ତତ୍କାଳୀନ ବିଧାୟକ ପ୍ରଦୀପ ମହାରଥୀ । ଏହା ପରେ ପିପିଲି ଉପନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଥିଲା କସରତ । ୨୦୨୧ ଏପ୍ରିଲ୍ ୧୭ରେ ଉପନିର୍ବାଚନ ଭୋଟ୍ ପାଇଁ ତାରିଖ ଘୋଷଣା କରିଥିଲେ ନିର୍ବାଚନ କମିଶନ । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ହେଲେ ବିଜେପି କୌଣସି ରିସ୍କ ନ ନେଇ ପୁରୁଣା ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ଆଉ ଥରେ ଟିକେଟ୍ ଦେଇଥିଲା । କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ ଅଜିତ ମଙ୍ଗରାଜ । କିନ୍ତୁ ଭୋଟ୍ ଗ୍ରହଣ ତାରିଖର ତିନି ଦିନ ପୂର୍ବରୁ ଅର୍ଥାତ୍ ଏପ୍ରିଲ ୧୪ରେ କୋଭିଡରେ ଆକ୍ରାନ୍ତ ହୋଇ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କର ମୃତ୍ୟୁ ହେବା ପରେ ସ୍ଥଗିତ ରହିଥିଲା ଏହି ଉପନିର୍ବାଚନ । ତାପରେ କୋଭିଡ୍ ସ୍ଥିତିରେ ସୁଧାର ନ ଆସିବାରୁ ଦୁଇ ଦୁଇ ଥର ଉପ ନିର୍ବାଚନ ତାରିଖକୁ ଘୁଞ୍ଚାଇ ଦେଇଥିଲେ ନିର୍ବାଚନ କମିଶନ । ଶେଷରେ ସେପ୍ଟେମ୍ବର ୩୦ରେ ଭୋଟ୍ ଗ୍ରହଣ ହୋଇଥିଲା ।
ଏହା ବି ପଢ଼ନ୍ତୁ | WhatsApp Pay: ଭଲ ଖବର – ଏବେ ହ୍ୱାଟ୍ସଆପରେ ଟଙ୍କା ପଠେଇଲେ ମିଳିବ କ୍ୟାଶବ୍ୟାକ୍ପିପିଲି ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କୁ ବିପୁଳ ଜନ ସମର୍ଥନ ଦେଇଥିବାରୁ ପିପିଲିର ଜନସାଧାରଣଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟ ମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏଥି ସହ ଦଳର ସମସ୍ତ କର୍ମୀ ଓ ନେତୃବୃନ୍ଦଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି । ‘‘ବିଜେଡି ଆପଣଙ୍କ ଦଳ, ଆପଣମାନଙ୍କ ସେବାରେ ଆମେ ସମର୍ପିତ,’’ ମୁଖ୍ୟ ମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।