ଟେଲିକମ ସେବାରେ ଓଡିଶା ପଛୁଆ; ଗାଁରେ ଇଣ୍ଟରନେଟ ସେବାରୁ ବଞ୍ଚିତ ଲୋକ: ବିଜେଡି

ରାଜ୍ୟରେ ୫ଜି ସେବା ଲଞ୍ଚ ହେଉଣୁ ଆସିଛି ବିଜେଡିର ପ୍ରତିକ୍ରିୟା। ଏହା କେବଳ ପ୍ରଚାର ଉଦ୍ଦିଷ୍ଟ ବୋଲି କହିଛନ୍ତି ବିଜେଡି ମୁଖପାତ୍ର।

ବିଜେଡ଼ି ମୁଖପାତ୍ର ଅମର ପଟ୍ଟନାୟକ

ବିଜେଡ଼ି ମୁଖପାତ୍ର ଅମର ପଟ୍ଟନାୟକ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ଆଜି ଓଡ଼ିଶାରେ ୫ଜି ସେବା ଉଦଘାଟିତ ହୋଇଛି। କେନ୍ଦ୍ର ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏହି ସେବା ଶୁଭାରମ୍ଭ ହୋଇଛି। କିନ୍ତୁ ଏହାରି ମଧ୍ୟରେ ବିଜେଡିର ପ୍ରତିକ୍ରିୟା ଆସିଛି।

୫ସେଵା ଲଞ୍ଚ ଅବସରରେ ବିଜେଡି ମୁଖପାତ୍ର ଅମର ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ଟେଲିକମ ସେବାରେ ଓଡିଶା ପଛୁଆ ରାଜ୍ୟ। ଆଜି ବି ରାଜ୍ୟରେ 2G & 3G ସେବା ମିଳୁନାହିଁ। 5G ସେବା କିଭଳି ମିଳିବ ବୋଲି ପ୍ରଶ୍ନ କରିଛନ୍ତି। ଗ୍ରାମୀଣ ଟେଲିକମ ସେବା ସମ୍ପୂର୍ଣ୍ଣ ଫେଲ ହୋଇଛି।  ରାଜ୍ୟରେ 5G ସେବା ଗୋଟିଏ ପ୍ରଚାର କିନ୍ତୁ କେନ୍ଦ୍ର ସରକାରଙ୍କର ଆନ୍ତରିକତା ନାହିଁ। ଆଜି ପର୍ଯ୍ୟନ୍ତ ଗାଁ ଲୋକ ଇଣ୍ଟରନେଟ ସେବା ପାଇବାରେ ବଞ୍ଚିତ ହେଉଛନ୍ତି ବୋଲି ବିଜେଡି ମୁଖପାତ୍ର କହିଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ଅନ୍ୟ କୌଣସି ରାଜନୈତିକ ପ୍ରତିକ୍ରିୟା ହସ୍ତଗତ ହୋଇନାହିଁ।

କେନ୍ଦ୍ର ରେଳ ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାର ଭୁବନେଶ୍ୱର, କଟକ ଓ ଅନ୍ୟାନ୍ୟ ସହରରେ ୫ଜି ସେବା ଆରମ୍ଭ କରିଛନ୍ତି। ଟେଲିକମ୍ କମ୍ପାନୀ ଜିଓ ଓ ଏୟାରଟେଲ ଏହି ଅଞ୍ଚଳରେ ୫ଜି ନେଟୱାର୍କ ଯୋଗାଇବା ପାଇଁ ଆବଶ୍ୟକ ବ୍ୟବସ୍ଥା କରିଛନ୍ତି। ଏହି ଉଦ୍ଦେଶ୍ୟରେ ଜିଓ ଏବଂ ଏୟାରଟେଲ ଦ୍ୱାରା ୫୦୦ରୁ ଅଧିକ ବେସ୍ ଟ୍ରାନ୍ସସିଭର୍ ଷ୍ଟେସନ୍ ସ୍ଥାପନ କରାଯାଇଛି। ୫ଜି ସେବା ଉପଭୋକ୍ତାମାନଙ୍କୁ ଦ୍ରୁତ ଇଣ୍ଟରନେଟ୍ ଓ ଉନ୍ନତ ନେଟୱାର୍କ ଯୋଗାଇବାକୁ ସବୁ ବ୍ୟବସ୍ଥା କରାଯାଇଛି।
Published by:Soumya Das
First published: