ବିଜେଡିର ୩ ରାଜ୍ୟସଭା ପ୍ରାର୍ଥୀ କୋଟିପତି; ଜଣଙ୍କ ନାମରେ ରହିଛି ୧୭ ଅପରାଧିକ ମାମଲା

ମଙ୍ଗଳବାର ନାମାଙ୍କନ ପାଇଁ ଶେଷ ଦିନ ଥିବା ବେଳେ ସୁଲତା ଦେଓ, ସସ୍ମିତ ପାତ୍ର ଓ ମାନସ ମଙ୍ଗରାଜ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଉପନିର୍ବାଚନ ପାଇଁ ନିରଞ୍ଜନ ବିଶି ବି ନାମାଙ୍କନ ଭରିଥିଲେ।

ବିଜେଡିର ୩ ରାଜ୍ୟସଭା ପ୍ରାର୍ଥୀ କୋଟିପତି

ବିଜେଡିର ୩ ରାଜ୍ୟସଭା ପ୍ରାର୍ଥୀ କୋଟିପତି

  • Share this:
News18 Odia Digital

ଭୁବନେଶ୍ବର: ନିର୍ଦ୍ବନ୍ଦରେ ନିର୍ବାଚିତ ହେବେ ବିଜେଡିର ୩ ରାଜ୍ୟସଭା ପ୍ରାର୍ଥୀ। ଏହି ତାଲିକାରେ ଅଛନ୍ତି ସୁଲତା ଦେଓ, ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ର। ନାମାଙ୍କନ ଶେଷ ତାରିଖ ମଧ୍ୟରେ କେହି ପ୍ରାର୍ଥୀପତ୍ର ଭରି ନଥିବାରୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହେବେ ଏହି ତିନି ପ୍ରାର୍ଥୀ।

ମଙ୍ଗଳବାର ନାମାଙ୍କନ ପାଇଁ ଶେଷ ଦିନ ଥିବା ବେଳେ ସୁଲତା ଦେଓ, ସସ୍ମିତ ପାତ୍ର ଓ ମାନସ ମଙ୍ଗରାଜ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଉପନିର୍ବାଚନ ପାଇଁ ନିରଞ୍ଜନ ବିଶି ବି ନାମାଙ୍କନ ଭରିଥିଲେ।

ବିଧାନସଭାରେ ରିଟର୍ଣ୍ଣିଂ ଅଫିସରଙ୍କ ଓ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ନାମାଙ୍କନ ଦାଖଲ କରିଥିଲେ ବିଜେଡିର ୪ ପ୍ରାର୍ଥୀ। ସମସ୍ତ ପ୍ରାର୍ଥୀ ୨ ସେଟ ଲେଖାଏଁ ଦାଖଲ କରିଥିଲେ ପ୍ରାର୍ଥୀପତ୍ର। ପ୍ରତି ପ୍ରାର୍ଥୀଙ୍କ ପାଇଁ ୧୦ ଜଣ ଲେଖାଏଁ ପ୍ରସ୍ତାବକ ଥିବା ବେଳେ ନାମାଙ୍କନ ଦାଖଲ ବେଳେ ସବୁ ପ୍ରାର୍ଥୀଙ୍କୁ ସତ୍ୟପାଠ ପଠନ କରାଇଥିଲେ ରିଟର୍ଣ୍ଣିଂ ଅଫିସର। ତେବେ ଏହି ୪ ପ୍ରାର୍ଥୀ ତାଙ୍କର ସତ୍ୟପାଠ ଦାଖଲ କରିଥିବା ବେଳେ ସେଥିରେ ଦର୍ଶାଇଛନ୍ତି ସମ୍ପତ୍ତି ତାଲିକା, ଶିକ୍ଷାଗତ ଯୋଗ୍ୟତା ଓ ଅପରାଧୀକ ମାମଲା। ଏହି ପ୍ରାର୍ଥୀଙ୍କ ମଧ୍ୟରୁ ୩ ଜଣ ପ୍ରାର୍ଥୀ କୋଟିପତି ବେଳେ ସେମାନଙ୍କ ନାମରେ କୌଣସି ଅପରାଧୀକ ମାମଲା ମଧ୍ୟ ନାହିଁ।। ସବୁଠୁ ଧନୀ ପ୍ରାର୍ଥୀ ହେଉଛନ୍ତି ମାନସ ମଙ୍ଗରାଜ।

ମାନସଙ୍କ ପାଖରେ ରହିଛି ୮ କୋଟି ଟଙ୍କାରୁ ଉର୍ଦ୍ଧ୍ବ ସମ୍ପତ୍ତି। ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ପରିମାଣ ପ୍ରାୟ ସାଢ଼େ ୩ କୋଟି ଟଙ୍କା ରହିଥିବା ବେଳେ ତାଙ୍କ ପତ୍ନୀଙ୍କ ନାମରେ ପ୍ରାୟ ୪.୮୦ କୋଟି ଟଙ୍କାର ସମ୍ପତ୍ତି ରହିଛି। ଉଭୟ ପ୍ରାୟ ୨୬.୮୨ଲକ୍ଷ ଟଙ୍କାର ଋଣ କରିଛନ୍ତି। ମାନସ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଉଦ୍ଭିଦ ବିଜ୍ଞାନରେ ଏମଏ ଡିଗ୍ରୀ ହାସଲ କରିଛନ୍ତି। ସେହିପରି ସରପଞ୍ଚରୁ ରାଜ୍ୟସଭା ପ୍ରାର୍ଥୀ ହୋଇଥିବା ସୁଲତା ଦେଓଙ୍କ ନାଁରେ ଭୁବନେଶ୍ୱରରେ ରହିଛି ଦୁଇଟି ପ୍ଲଟ୍। ୧.୧୦ କୋଟି ଟଙ୍କାର ସମ୍ପତ୍ତି ରହିଛି। ତାଙ୍କ ସ୍ୱାମୀଙ୍କ ନାଁରେ ୫୮ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି।

ସୁଲତାଙ୍କର ଗୋଟିଏ ହୋଣ୍ଡା ସିଟି କାର ଥିବାବେଳେ ପ୍ରାୟ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ମଧ୍ୟ ରହିଛି। ବିଭିନ୍ନ ବ୍ୟାଙ୍କରେ ଜମା ଖାତାରେ ପ୍ରାୟ ୨୧ ଲକ୍ଷ ଟଙ୍କା ଥିବାବେଳେ ୧୦ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ୍ ଓ ସାଢ଼େ ୧୦ ଲକ୍ଷ ଟଙ୍କାର ଜୀବନ ବୀମା ରହିଛି। ସୁଲତାଙ୍କ ବିଏ ପାସ କରିଛନ୍ତି।

ଦ୍ବିତୀୟ ଥର ପାଇଁ ରାଜ୍ୟସଭା ଯାଉଥିବା ସାଂସଦ ସସ୍ମିତ ପାତ୍ରଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୁଲୁ ୧ କୋଟି ଟଙ୍କା। ପୂର୍ବ ତୁଳନାରେ ତାଙ୍କ ସମ୍ପତି ପରିମାଣ କମିଛି। ୨୦୧୯ ଉପ ନିର୍ବାଚନ ସମୟରେ ତାଙ୍କର ସମ୍ପତ୍ତିର ପରିମାଣ ପ୍ରାୟ ୧.୨୫ କୋଟି ଥିବା ଦର୍ଶାଇଥିଲେ ସସ୍ମିତ।

ଆହ୍ଲାବାଦ ଏଗ୍ରିକଲଚର ଇନଷ୍ଟିଚ୍ୟୁଟରୁ ପିଏଚଡି ହାସଲ କରିଛନ୍ତି ସସ୍ମିତ। ସସ୍ମିତଙ୍କ ପତ୍ନୀଙ୍କ ନାମରେ ରହିଛି ଦେଢ଼ କୋଟି ଟଙ୍କାର ସମ୍ପତ୍ତି। ସେହିପରି ନିରଞ୍ଜନ ବିଶିଙ୍କ ନାମରେ ୨୦୧୧ ରୁ ୨୦୧୯ ମସିହା ମଧ୍ୟରେ ତାଙ୍କ ନାଁରେ ୧୭ଟି ଅପରାଧିକ ମାମଲା ରହିଛି। ବଲାଙ୍ଗୀର ଏସଡିଜେଏମରେ ୬ ଟି, ଜେଏମଏଫସି ସଇନ୍ତଳାରେ ୩ ଟି, ପଟଣାଗଡ଼ ଏସଡିଜେଏମରେ ୨ଟି, ଟିଟିଲାଗଡ଼ ଏସଡିଜେଏମରେ ୪ଟି, ଜେଏମଏଫସି ଟିଟିଲାଗଡ଼ରେ ଗୋଟେ, ଜେଏମଏଫସି ବଙ୍ଗୋମୁଣ୍ଡାରେ ଗୋଟେ ଅପରାଧିକ ମାମଲା ରହିଛି।

ଏହାରି ମଧ୍ୟରୁ ଏକ ମାମଲାରେ ସେ ନିର୍ଦ୍ଦେଶ ସାବ୍ୟସ୍ତ ହୋଇଛନ୍ତି ବୋଲି ସତ୍ୟପାଠରେ ଦର୍ଶାଯାଇଛି। ବିଜୁ ଜନତା ଦଳ ତାଙ୍କ ଅପରାଧୀକ ତଥ୍ୟକୁ ସାର୍ବଜନୀନ କରିଛି।
Published by:Lipina Das
First published: