ଓଡ଼ିଶାରେ ୫ଜି ସେବାକୁ ନେଇ ବିରୋଧ କଲା ବିଜେଡି; ଜବାବ ରଖିଲା ବିଜେପି

ରାଜ୍ୟରେ ଆରମ୍ଭ ହୋଇଛି ୫ଜି ସେବା। ଯାହାକୁ ନେଇ ମୁହାଁମୁହିଁ ହେଲେ ବିଜେଡି ଓ ବିଜେପି। ରାଜ୍ୟରେ ଇଣ୍ଟରନେଟ ସଂଯୋଗୀକରଣକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି।

ଓଡ଼ିଶାରେ ୫ଜି ସେବାକୁ ନେଇ ବିରୋଧ କଲା ବିଜେଡି

ଓଡ଼ିଶାରେ ୫ଜି ସେବାକୁ ନେଇ ବିରୋଧ କଲା ବିଜେଡି

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହୋଇଛି ୫ଜି ସେବା। କିନ୍ତୁ ରାଜ୍ୟରେ ଇଣ୍ଟରନେଟ ସଂଯୋଗୀକରଣକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି। ବିଜେଡି ଅଭିଯୋଗ କରିଛି ରାଜ୍ୟର ୨୫ ପ୍ରତିଶତ ଲୋକଙ୍କ ପାଖରେ ନାହିଁ ଇଣ୍ଟରନେଟ ସୁବିଧା। ଏଭଳି ସ୍ଥିତିରେ ଓଡ଼ିଶାରେ ୫ଜି ସେବା କେବଳ ଏକ ଭେଳିକି।

ଦିନରେ ଲଣ୍ଠନ ଦେଖାଉଛନ୍ତି କେନ୍ଦ୍ର ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ 5T ମଡେଲ ଅଛି। ସେଥିରେ ବଡ଼ ଅଙ୍ଗ ହେଉଛି ଟେକ୍ନୋଲୋଜି। ଓଡ଼ିଶାରେ ୫ଜି ସେବା ସ୍ଵାଗତଯୋଗ୍ୟ କିନ୍ତୁ ଏହା ପ୍ରଚାର ସର୍ବସ୍ବ ହୋଇ ନ ରହୁ। ଓଡ଼ିଶାର ଟେଲି ଡେନସିଟି ୭୫ ପ୍ରତିଶତ। ଯାହାକି ଗ୍ରାମାଞ୍ଚଳରେ ୬୨ ପ୍ରତିଶତ। ଜାମ୍ମୁ-କାଶ୍ମୀର ତୁଳନାରେ ବି ଓଡ଼ିଶା ବହୁ ପଛରେ।

ଏହି ପରିପ୍ରେକ୍ଷୀରେ କେମିତି ୫ଜି ପହଞ୍ଚିବ। ଓଡ଼ିଶାରେ ୬ ହଜାର ୨୭୮ ଗାଁରେ ଇଣ୍ଟରନେଟ ସୁବିଧା ନାହିଁ। ଓଡ଼ିଶାରେ ୨,୫୦୦ ଦରକାର ଥିବା ବେଳେ ୪୮୮ଟି ମଞ୍ଜୁର ହୋଇଛି। ଭାରତ ନେଟ କାମ କେବେ ସରିବ ସେ ନେଇ ତଥ୍ୟ ଦେଇ ନାହାଁନ୍ତି କେନ୍ଦ୍ର ସରକାର।

ଦିଲ୍ଲୀ ସଂସଦ ପାଖରେ ୫ଜି ସେବା ଠିକରେ ମିଳୁନାହିଁ। ଓଡ଼ିଶାର ୨୫ ପ୍ରତିଶତ ଲୋକଙ୍କ ପାଖରେ ମୋବାଇଲ ଫୋନ ନାହିଁ। ୫ଜି ସେବା ନାଁରେ ଦିନରେ ଲଣ୍ଠନ ଦେଖାଯାଉଛି ,ଏହା ପ୍ରଚାର ସର୍ବସ୍ବ ବୋଲି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ଅମର ପଟ୍ଟନାୟକ।

ସେପଟେ ଜବାବରେ କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ କହିଛନ୍ତି ଯେ ଟେଲିକମ ସେବା ପାଇଁ ଜମି, ରାଜ୍ୟ ସରକାରଙ୍କ ସହଯୋଗ ଅର୍ଥ, ଇଛାଶକ୍ତି ଆବଶ୍ୟକ। କେନ୍ଦ୍ର ସରକାର ଅର୍ଥ ଦେଇଛନ୍ତି ଓ ସରକାରଙ୍କ ଇଚ୍ଛାଶକ୍ତି ଅଛି। ଜମି ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ଆବଶ୍ୟକ।

ଫାଇବର ଅପ୍ଟିକାଲ ପାଇଁ ଦୁଇ ସରକାର ମିଳିତ ଭାବେ କାର୍ଯ କରିବା ଆବଶ୍ୟକ। ସମସ୍ତେ ମିଶିକି କାମ କଲେ ଓଡ଼ିଶାରେ ବିକାଶ ହୋଇପାରିବ। ଟାୱାର ବସାଇବାକୁ ୫୬୦୦ କୋଟି ଟଙ୍କା ପ୍ୟାକେଜ ଦେଇଛନ୍ତି। ୫୦୦୦ ହଜାର ଟାୱାର ପ୍ରତିଷ୍ଠା ହେବ। ଗୁରୁବାର ୧୦୦ ଟାୱାର ଲୋକାର୍ପଣ ଆରମ୍ଭ ହୋଇଛି। ରାଜ୍ୟ ସରକାର ଜମି ଦେଲେ ଟାୱାର ବସାଇବା କାର୍ଯ୍ୟ ଆରମ୍ଭ ହେବ। କହିବା ଲୋକ କହିବେ କହି ସମାଲୋଚନା କରିଛନ୍ତି।
Published by:Lipina Das
First published: