ରୋଷେଇ ଗ୍ୟାସ ଦର ବୃଦ୍ଧିକୁ ନେଇ ବିଜେଡିର ପ୍ରତିବାଦ; କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲା ଦଳ

ରୋଷେଇ ଗ୍ୟାସ ଦର ବୃଦ୍ଧିକୁ ବିଜେଡିର ପ୍ରତିବାଦ । ଏହାସହ ଚୁଲିରେ ରୋଷେଇ କରି ପ୍ରତିବାଦ କରିଛି ବିଜେଡି । ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏଡିଏମଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ରୋଷେଇ ଗ୍ୟାସ ଦର ବୃଦ୍ଧିକୁ ନେଇ ବିଜେଡିର ପ୍ରତିବାଦ

ରୋଷେଇ ଗ୍ୟାସ ଦର ବୃଦ୍ଧିକୁ ନେଇ ବିଜେଡିର ପ୍ରତିବାଦ

  • Share this:
News18 Odia Digital

ଭୁବନେଶ୍ବର: ରୋଷେଇ ଗ୍ୟାସ ଦର ବୃଦ୍ଧିକୁ ବିରୋଧ କରି ଆଜି ରାଜରାସ୍ତାକୁ ଓହ୍ଲାଇଛି ଶାସକ ଦଳ ବିଜେଡି । ବିଜେଡି କର୍ମକର୍ତ୍ତାମାନେ ଏକ ବିଶାଳ ଶୋଭାଯାତ୍ରା କରି ଏଡିଏମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ୩ ବର୍ଷରେ ୭୦ ପ୍ରତିଶତ ଦରବୃଦ୍ଧି ହୋଇଛି । ଯାହାକୁ ବିରୋଧ କରିଛି ବିଜେଡି ।

ଏହାସହ ଚୁଲିରେ ରୋଷେଇ କରି ପ୍ରତିବାଦ କରିଛି ବିଜେଡି । ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏଡିଏମଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ଆଜିଠୁ କଟକ ଆରଡିସି ଜୋନ ସହ କଟକ ଆରଡିସି ଯୋନ ସହ ଜୋନ ଅଧୀନସ୍ଥ ସମସ୍ତ ବ୍ଲକ ଓ ଭୁବନେଶ୍ୱରର ୩ଟି ନିର୍ବାଚନ ମଣ୍ଡଳୀରେ ପ୍ରତିବାଦ କରିବ ଦଳ। ସେହିପରି ୨୩ ତାରିଖରେ ସମ୍ବଲପୁର ଆରଡିସି ଜୋନ ଓ ୨୪ ବ୍ରହ୍ମପୁର ଆରଡିସି ଜୋନରେ ମିଳିତ ପ୍ରତିବାଦ କରିବ ବିଜେଡିର ତିନି ଛାମୁଆ ସଙ୍ଗଠନ।

ନିକଟରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ପ୍ରତି ସିଲିଣ୍ଡର ପିଛା ୪୦୦ ଟଙ୍କା ସବସିଡି ଦେବାକୁ ଦାବି କରିଥିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ।

ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ, "ଯେଉଁମାନେ ମା' ମାନଙ୍କୁ ଉଜ୍ଜ୍ୱଳା ଜୁମ୍ଲା ଦେଖାଇ ଥିଲେ, ତାହା ଏବେ ପ୍ରତିଫଳିତ ହୋଇଛି। ମାଆମାନେ ଏବେ ଚୁଲି ମୁଣ୍ଡକୁ ଫେରିଗଲେଣି। ଏବେ ତାଙ୍କ ଆକାଉଣ୍ଟକୁ ଟଙ୍କା ନାହିଁ କି ମାଗଣା ଗ୍ୟାସ ନାହିଁ। ରନ୍ଧନ ଗ୍ୟାସ ଦର ୪୫୦ ଟଙ୍କାରୁ ବୃଦ୍ଧି ପାଇ ୧,୦୦୦ ଟଙ୍କା ରେ ପହଞ୍ଚିଛି। ସବସିଡ଼ି ୨୫୦ ଟଙ୍କାରୁ କମି ୧୩ ଟଙ୍କାରେ ପହଞ୍ଚି ।’’

ଗ୍ୟାସ ଦର ବୃଦ୍ଧି ନେଇ ନେଇ କାଉଣ୍ଟର କରି ବିଜେପି କହିଥିଲା କୋଭିଡ ମୁକାବିଲା ଓ ଟିକାକରଣରେରେ ଖର୍ଚ୍ଚ ହେଉଥିବା ବ୍ୟାପକ ଅର୍ଥ ଖର୍ଚ୍ଚ ହୋଇଛି। ଟୋକନ୍ ଅର୍ଥ ଭାବେ ଆମ ନିକଟରୁ ଅର୍ଥ ସଂଗ୍ରହ କରାଯାଉଛି। ରାଜ୍ୟ ସରକାର ତାଙ୍କ କର୍ତ୍ତବ୍ୟ ନିର୍ବାହ କରନ୍ତୁ। ବିଭିନ୍ନ ସମୟରେ କେନ୍ଦ୍ରରୁ ଆସୁଥିବା ଅର୍ଥର ହିସାବ ନାହିଁ କେବଳ ମମିତା ମେହେର ହତ୍ୟା ପ୍ରସଙ୍ଗକୁ ଏଡ଼ାଇବାକୁ ଯାଇ ବିଜେଡି ଏପରି ଡ୍ରାମା କରୁଛି ବୋଲି କହିଥିଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ।

କଂଗ୍ରେସ ଜାତୀୟ ସମ୍ପାଦିକା ସସ୍ମିତା ବେହେରା କହିଥିଲେ, "ବିଜେଡି-ବିଜେପି ସମ୍ପର୍କ ବିଗିଡ଼ି ବାରୁ ଆନ୍ଦୋଳନ ରାସ୍ତା ଅପଣେଇଛି ଶାସକ ଦଳ। ୭ ବର୍ଷ ଧରି କାହିଁକି ନିଦ ଭାଙ୍ଗୁନଥିଲା ବୋଲି ପ୍ରଶ୍ନ କରି ଗ୍ୟାସ ଉପରୁ ଅଢ଼େଇ ପ୍ରତିଶତ ଜିଏସଟି କମ କରିବାକୁ ସେ ଦାବି କରିଛନ୍ତି।
ପୂର୍ବରୁ ପେଟ୍ରୋଲ ଡିଜେଲ ଦରକୁ ନେଇ ଆରୋପ ପ୍ରତ୍ୟରୋପ ଭିତରେ କେନ୍ଦ୍ର ଉତ୍ପାଦ ଶୁଳ୍କ ହ୍ରାସ କରିଥିବା ବେଳେ ଭ୍ୟାଟ କମାଇଥିଲା ରାଜ୍ୟ। ଏବେ ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜୀ ।’’
Published by:Lipina Das
First published: