ବିଜେଡି ସମ୍ୱାଦିକ ସମ୍ମିଳନୀରେ ଦାବି; ସ୍ଵଂୟ ସହାୟକ ମହିଳାଙ୍କୁ ଭୁଲ୍ ମାଗୁ ବିଜେପି

ବିଧାୟକଙ୍କ ଆଚରଣ ନେଇ ବିଜେପି ସ୍ଵଂୟ ସହାୟକ ମହିଳାଙ୍କୁ କ୍ଷମା ନ ମାଗିଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି ।

ବିଜେଡି ସମ୍ୱାଦିକ ସମ୍ମିଳନୀରେ ଦାବି; ସ୍ଵଂୟ ସହାୟକ ମହିଳାଙ୍କୁ ଭୁଲ୍ ମାଗୁ ବିଜେପି

ବିଜେଡି ସମ୍ୱାଦିକ ସମ୍ମିଳନୀରେ ଦାବି; ସ୍ଵଂୟ ସହାୟକ ମହିଳାଙ୍କୁ ଭୁଲ୍ ମାଗୁ ବିଜେପି

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଦେବଗଡ଼ ବିଧାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି ( BJD ) । ବିଜେଡି ଅଭିଯୋଗ କରିଛି ଯେ, ଦେବଗଡ଼ ବିଧାୟକ ମହିଳା, ଶିଶୁ ଓ ଜନଜାତି ବିରୋଧୀ। ସରକାରଙ୍କ ସମ୍ପତି ନଷ୍ଟ ସହ ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବାରୁ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ । ବିଧାୟକଙ୍କ ଆଚରଣ ନେଇ ବିଜେପି ସ୍ଵଂୟ ସହାୟକ ( SSG ) ମହିଳାଙ୍କୁ କ୍ଷମା ନ ମାଗିଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି।

ଦେବଗଡ ବିଧାୟକଙ୍କ ବିରୁଦ୍ଧରେ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛି ବିଜେଡି । ସାମ୍ୱାଦିକ ସମ୍ମିଳନୀ ( Press meet ) ରେ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି, ରାଜ୍ୟ ସରକାର ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ପ୍ରାୟାସ କରୁଛନ୍ତି । ବିଜେଡି ବି ଦଳୀୟ ଭାବେ ମହିଳାଙ୍କ ପାଇଁ କାମ କରୁଛନ୍ତି। ସୁନାର ଓଡ଼ିଶା ଗଠନ ନେ଼ଇ ସ୍ଵପ୍ନ ଦେଖାଉଥିବା ବିଜେପିର ଆଚରଣ ଉଚ୍ଚାରଣ ଅଲଗା। ସ୍ଵଂୟ ସହାୟକ ମହିଳାମାନେ କାର୍ଯ୍ୟାଦେଶ ନେଇ ମୁକ୍ତା ଯୋଜନାରେ କାର୍ଯ୍ୟ କରୁଛନ୍ତି। ହରି ଓମ୍ ସ୍ଵୟଂ ସହାୟକ ଗୋଷ୍ଠୀ ୧୪ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ପାଇବା ପରେ କାର୍ଯ୍ୟ ଆରମ୍ଭ କରୁଥିଲେ । କିନ୍ତୁ ବିଜେପିର ଦେବଗଡ ବିଧାୟକ ଓ ବିଜେପି କର୍ମୀ ସେଠାରେ ପହଞ୍ଚି କାମରେ ବାଧା ଦେବା ସହ ଭଙ୍ଗାରୁଜା କରିଥିଲେ । ମହିଳାମାନେ କହିବା ପରେ ବି ସେମାନଙ୍କ ନଶୁଣି ଏପରି କାଣ୍ଡ ଭିଆଇଲେ। ଜଣେ ବିଧାୟକ ହୋଇ ମହିଳାଙ୍କୁ ଅସମ୍ମାନ କରିବା ସହ ବିକାଶ କାର୍ଯ୍ୟରେ ବାଧା ଉପୁଜାଉଛନ୍ତି। ସରକାରି ସମ୍ପତ୍ତିର ନଷ୍ଟ କରିବାକୁ ପ୍ରୟାସ କରିଛନ୍ତି। ଏ ନେଇ ଏତଲା ହୋଇଛି। ତେଣୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠନ ହେବା ଆବଶ୍ୟକ।

ସେହିପରି ବିଜେଡି ମୁଖପାତ୍ର ଇପ୍ସିତା ସାହୁ କହିଛନ୍ତି, କେବଳ ଏହି ଘଟଣା ନୁହେଁ ଅନେକ ମାମଲାରେ ବି ସେ ସଂପୃକ୍ତ । ସେ ଜଣେ ଅଭ୍ୟାସଗତ ଅପରାଧୀ। ବିଧାୟକ ମହିଳା, ଶିଶୁ ଓ ଜନଜାତି ବିରୋଧି। ୮ ମାସ ପୂର୍ବେ ଅନୁସୂଚିତ ଜାତିର ସରକାରୀ ଅଧିକାରୀ କୃଷ୍ଣ ଚନ୍ଦ୍ର ଦଳପତିଙ୍କ ଉପରେ ଆକ୍ରମଣ କରିଥିଲେ। ଦେବଗଡ଼ ପୋଲିସ ( Debagarh Police ) ତାଙ୍କୁ ଭୁବନେଶ୍ଵରରୁ ଗିରଫ କରିଥିଲେ। ସେଠାରେ ମେଡ଼ିକାଲ ବାହାନା ଦେଖାଇ ଆଇସିୟୁ ( ICU )ରେ ଜଣେ ଶିଶୁ କନ୍ୟାଙ୍କୁ ବାହାର କରି ସେଠାରେ ରହିବା ଅଭିଯୋଗ ରହିଛି।  ଗତ ୨ ତାରିଖରେ ଦେବଗଡ଼ ପୌରପାଳିକାରେ ପୌରାଧ୍ୟକ୍ଷଙ୍କ ଅନୁପସ୍ଥିତିରେ ଅବୈଧ ବୈଠକ କରିଥିଲେ। ଏହାକୁ ବାରଣ କରାଯିବାରୁ ସେଠାରେ ମାରପିଟ କରିଥିଲେ। ଅଭ୍ୟାସଗତ ଭାବେ ଅପରାଧିକ  କାର୍ଯ୍ୟକଳାପରେ ସଂପୃକ୍ତ ରହିଥିବାରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ। ସ୍ଵଂୟ ସହାୟକ ମହିଳାଙ୍କୁ ବିଜେପି ଭୁଲ ନ ମାଗିଲେ ଆନ୍ଦୋଳନ ଚେତାବନୀ ଦେଇଛି ବିଜେଡି ।
Published by:Soubhagya Mishra
First published: