ଉପନିର୍ବାଚନ: ବାଲେଶ୍ୱରରେ BJDର ସରପ୍ରାଇଜ୍ ପ୍ରାର୍ଥୀ ସ୍ୱରୂପ ଦାସ, ତିର୍ତ୍ତୋଲରେ ବିଷ୍ଣୁଙ୍କ ପୁତ୍ର

ବାଲେଶ୍ବର ସଦର ଆସନ ପାଇଁ ସ୍ବରୂପ ଦାସଙ୍କୁ ବାଛି ଏକ ସରପ୍ରାଇଜ୍ ଦେଇଛନ୍ତି ନବୀନ ପଟ୍ଟନାୟକ । ତିର୍ତ୍ତୋଲ ଆସନରେ ସ୍ବର୍ଗତ ବିଧାୟକ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କରଙ୍କୁ ପ୍ରାର୍ଥୀ କରି ଅନୁକମ୍ପା ଭୋଟ୍ ହାତେଇବାକୁ ଦଳ ଲକ୍ଷ୍ୟ ରଖିଥିବା କୁହାଯାଉଛି ।

ଉପନିର୍ବାଚନ: ବାଲେଶ୍ୱରରେ BJDର ସରପ୍ରାଇଜ୍ ପ୍ରାର୍ଥୀ ସ୍ୱରୂପ ଦାସ, ତିର୍ତ୍ତୋଲରେ ବିଷ୍ଣୁଙ୍କ ପୁତ୍ର
BJDର ବାଲେଶ୍ୱର ପ୍ରାର୍ଥୀ ସ୍ବରୂପ କୁମାର ଦାସ; (ଡାହାଣ) ତିର୍ତ୍ତୋଲ ପ୍ରାର୍ଥୀ ବିଜୟ ଶଙ୍କର ଦାସ
  • News18 Odia
  • Last Updated: October 12, 2020, 6:46 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ବିଧାନ ସଭା ଉପନିର୍ବାଚନୀ ପରିବେଶ ସରଗରମ ହୋଇଉଠିଛି । ବିଜେପି ପରେ ବାଲେଶ୍ବର ସଦର ଓ ତିର୍ତ୍ତୋଲ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଶାସକ ଦଳ ବିଜେଡି । ବାଲେଶ୍ବର ସଦର ଆସନ ପାଇଁ ସ୍ବରୂପ କୁମାର ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ତିର୍ତ୍ତୋଲ ପାଇଁ ଦିବଙ୍ଗତ ମନ୍ତ୍ରୀ ବିଷ୍ଣ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ଟିକେଟ୍ ଦେଇଛି ଦଳ ।

ବାଲେଶ୍ବର ସଦର ଆସନ ପାଇଁ ସ୍ବରୂପ ଦାସଙ୍କୁ ବାଛି ଏକ ସରପ୍ରାଇଜ୍ ଦେଇଛନ୍ତି ବିଜେଡି ସୁ୍ପ୍ରିମୋ ନବୀନ ପଟ୍ଟନାୟକ । ଜିଲ୍ଲା ବିଜେଡିରେ ଜଣେ ଟାଣୁଆ ନେତା ଭାବେ ସକ୍ରିୟ ଥିବୋ ସ୍ବରୂପ ଏବେ କାଉନସିଲର ଅଛନ୍ତି । ପୂର୍ବରୁ ସେ ସଦର ବିଜେଡିର ସଭାପତି ରହିଥିଲେ । ତେବେ ସ୍ବରୂପଙ୍କ ଭାଇ ଅନୁପ କୁମାର ଦାସ ଥିଲେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ । ବାଲେଶ୍ବର ଆସନ ପାଇଁ ଟିକେଟ୍ ପାଇବା ଜାଣି ନିଜେ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ସ୍ବରୂପ ।

ତିର୍ତ୍ତୋଲ ଆସନ ପାଇଁ ସ୍ବର୍ଗତ ବିଜେଡି ବିଧାୟକ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କରଙ୍କ ନାଁକୁ ନେଇ ଯେଉଁ ଚର୍ଚ୍ଚା ଚାଲିଥିଲା ତାହା ସତ୍ୟ ପ୍ରମାଣିତ ହୋଇଛି । ବିଜୟଙ୍କୁ ପ୍ରାର୍ଥୀ କରି ଅନୁକମ୍ପା ଭୋଟ୍ ହାତେଇବାକୁ ବିଜେଡି ଲକ୍ଷ୍ୟ ରଖିଥିବା କୁହାଯାଉଛି । ଏବେ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସମ୍ପାଦକ ଅଛନ୍ତି ବିଜୟ ଶଙ୍କର ।

ବିଜେଡି ନେତା ତଥା ପୂର୍ବତନ ଏମ୍.ପି. ରବୀନ୍ଦ୍ର ଜେନାଙ୍କ ସହ ସ୍ୱରୂପ ଦାସ


ତିର୍ତ୍ତୋଲ ଆସନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରାଯାଇଛି । ସମର୍ଥକଙ୍କ ସହ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସକୁ ଯାଇ ରାଜକିଶୋର ବେହେରା ନାମାଙ୍କନ ଦାଖଲ କରିଛନ୍ତି । କୋଡ଼ିଏ ବର୍ଷ ହେବ ତିର୍ତ୍ତୋଲ ରାଜନୀତି ସହ ଜଡ଼ିତ ରାଜକିଶୋର ପ୍ରଥମେ କଂଗ୍ରେସରୁ ଜିଲ୍ଲା ପରିଷଦ ସଭ୍ୟ ହୋଇଥିଲେ ।  ୨୦୦୯ ଓ ୨୦୧୪ ନିର୍ବାଚନରେ କଂଗ୍ରେସ ଟିକେଟରେ ବିଧାନସଭା ନିର୍ବାଚନ ଲଢି ବିଜେଡି ଠାରୁ ପରାସ୍ତ ହୋଇଥିଲେ ସେ । ଗତ ସପ୍ତାହରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ରାଜକିଶୋର ।

ଏହା ବି ପଢ଼ନ୍ତୁ | ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ସବୁ ଠିକ୍ ଜାଗାରେ ନ ଥିଲେତଥାପି ୯୯ ବର୍ଷ ଯାଏଁ ବଞ୍ଚିଲେ ମହିଳା

ଏହା ବି ପଢ଼ନ୍ତୁ | କଂଗ୍ରେସ ଦେଶରେ ସରକାରକୁ ଆସିଲେ ୩ଟି ଯାକ କୃଷି ଆଇନକୁ ହଟେଇଦେବ: ରାହୁଳ ଗାନ୍ଧୀ

ବାଲେଶ୍ବରରେ ବିଜେପି ପ୍ରଚାର ଆରମ୍ଭ କରିଛି । ବାପା ସ୍ୱର୍ଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ଫଟୋ ଧରି ପ୍ରଚାର ଆରମ୍ଭ କରିଛନ୍ତି ପ୍ରାର୍ଥୀ ମାନସ ଦତ୍ତ । ବାଲେଶ୍ବର ଉପନିର୍ବାଚନ ପାଇଁ ରବିବାର ଦିନ ବିଜେପି ଟିକେଟ ଘୋଷଣା କରିଥିଲା । ପୁରୁଣା ବାଲେଶ୍ବରସ୍ଥିତ ବାବା ବାଣେଶ୍ବର ମନ୍ଦିରରୁ ପୂଜାର୍ଚ୍ଚନା କରି କ୍ୟାମ୍ପେନ ଆରମ୍ଭ କରିଛନ୍ତି ମାନସ ।



ଡୋର ଟୁ ଡୋର କ୍ୟାମ୍ପେନ ବେଳେ ମାନସ ସ୍ବର୍ଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ଫଟୋ ହାତରେ ଧରି ପ୍ରଚାର ଆରମ୍ଭ କରୁଥିବା ଦେଖିବାକୁ ମିଳିଛି । ବାଲେଶ୍ବର ଉପନିର୍ବାଚନ ପାଇଁ ବିଜେପି ନିଜର ଚୂଡ଼ାନ୍ତ ପ୍ରସ୍ତୁତି କରିଛି । ବରିଷ୍ଠ ନେତା ରଘୁନାଥ ମହାନ୍ତି ବିଜେପିର ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ମନୋନିତ ହୋଇଛନ୍ତି । ୧୩ ଜଣିଆ ପ୍ରଚାର କମିଟିର ଅଧ୍ୟକ୍ଷ ଭାବେ ରଘୁନାଥଙ୍କୁ ଦାୟିତ୍ବ ଦିଆଯାଇଛି ।
Published by: Anand Shankar Thankur Das
First published: October 12, 2020, 6:46 PM IST
corona virus btn
corona virus btn
Loading