ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ମମିତା ହତ୍ୟା ମମଲାକୁ ନେଇ ରାଜନୀତି ମହଲରେ ହଇଚଇ; ପରସ୍ପରକୁ ଟାର୍ଗେଟ କରୁଛନ୍ତି ବିରୋଧୀ ଦଳ

ମମିତା ହତ୍ୟା ମମଲାକୁ ନେଇ ରାଜନୀତି ମହଲରେ ହଇଚଇ; ପରସ୍ପରକୁ ଟାର୍ଗେଟ କରୁଛନ୍ତି ବିରୋଧୀ ଦଳ

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜୋରଦାର କାଉଣ୍ଟର କରିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ କିଶୋର ଦାସ । ପ୍ରଣବ ଟ୍ବିଟ କରି କହିଛନ୍ତି କି ଯଦି ଆପଣ କି ଆପଣଙ୍କ ଦଳ ଠୋସ୍‌ ପ୍ରମାଣ ଦିଅନ୍ତୁ , ଇସ୍ତଫା କଥା ଛାଡ଼ନ୍ତୁ ମୁଖ୍ୟ ମନ୍ତ୍ରୀ ଦୋଷୀକୁ ବାନ୍ଧିକି ଜେଲ୍‌ରେ ଭର୍ତ୍ତି କରାଇବେ ।

ମମିତା ହତ୍ୟା ମମଲାକୁ ନେଇ ରାଜନୀତି ମହଲରେ ହଇଚଇ; ପରସ୍ପରକୁ ଟାର୍ଗେଟ କରୁଛନ୍ତି ବିରୋଧୀ ଦଳ
ମମିତା ହତ୍ୟା ମମଲାକୁ ନେଇ ରାଜନୀତି ମହଲରେ ହଇଚଇ
  • News18 Odia
  • Last Updated: November 21, 2021, 2:22 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଭୁବନେଶ୍ୱର: କୁଆଡ଼େ ଗଲା ନୈତିକତା । କାହିଁକି ଏ ପର୍ଯ୍ୟନ୍ତ ମମିତା ମେହେର ହତ୍ୟା ମାମଲାରେ କାର୍ଯ୍ୟାନୁଷ୍ଠାନ ନେଇ ନାହାଁନ୍ତି ମୁଖ୍ୟ ମନ୍ତ୍ରୀ । କିଛି ଏଭଳି ଢ଼ଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହି ପରି କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲା କୁମାର ବି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସିବିଆଇ ତଦନ୍ତ ନୁହେଁ ସତ୍ୟସାମ୍ନାକୁ ଆସିବ ପାଇଁ ହାଇକୋର୍ଟ ଜଜ୍‌ ଅନୁଧ୍ୟାନରେ SIT ତଦନ୍ତ ହେବା ଆବଶ୍ୟକ ବୋଲି କହିଛନ୍ତି ଚେଲ୍ଲା କୁମାର


ମୁଖ୍ୟ ମନ୍ତ୍ରୀ କଣ ଭୁଲିଗଲେ କି ନୈତିକତା କଥା? କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମମିତା ମେହେର ହତ୍ୟା ମାମଲାରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ନୈତିକତାର କଥା ଉଠାଇ ମୁଖ୍ୟ ମନ୍ତ୍ରୀଙ୍କୁ କରିଛନ୍ତି ସିଧା ଟାର୍ଗେଟ । ଆଗରୁ ଅନେକ ଘଟଣାରେ ମୁଖ୍ୟ ମନ୍ତ୍ରୀ ନୈତିକତା ଆଧାରରେ ଅନେକ ମନ୍ତ୍ରୀଙ୍କୁ ବହିଷ୍କାର କରି ଉଦାହରଣ ସୃଷ୍ଟି କରିଥିଲେ । ହେଲେ ମମିତା ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଏ ପର୍ଯ୍ୟନ୍ତ ବହିଷ୍କାର ନକରି କେଉଁ ନୈତିକତା ଦେଖାଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର । ସେହିପରି ପୀଡ଼ିତାଙ୍କ ବାପାମାଆକୁ ନେଇ ହାଇ କୋର୍ଟରେ ପ୍ରାୟୋଜିତ କେସ୍‌ କରାଯାଇଥିବା ସେ ଅଭିଯୋଗ ଆଣିଛନ୍ତି ।

ଧର୍ମେନ୍ଦ୍ର ଆହୁରି କହିଛନ୍ତି କି ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟ ମନ୍ତ୍ରୀ କେଉଁ କଥା ଡରାଉଛି ତାହା ଜଣାପଡୁନି । ସେହିପରି ଅଞ୍ଜନା ମିଶ୍ର ପ୍ରସଙ୍ଗରେ ଆନ୍ଦୋଳନ ହୋଇଥିଲା । ସେତେବେଳେ ସେ ପ୍ରସଙ୍ଗ ଯଦି ସମ୍ବେଦନଶୀଳ ଥିଲା, ତେବେ ଆଜି ଓଡ଼ିଆ ଝିଅର ଇଜ୍ଜତକୁ ନେଇ ଯଦି ବିରୋଧୀ ପ୍ରଶ୍ନ ଉଠାଉଛନ୍ତି, ତାହେଲେ ତାକୁ ବିଜେଡ଼ି ହୀନ ରାଜନୀତି ବୋଲି କହୁଛି କେମିତି । ରାବଣ ଓ ଦୁର୍ଯ୍ୟୋଧନର ବି ଅହଂକାର ଥିଲା । ହେଲେ ତାହା ବି ରହି ନଥିଲା ।

ମମିତା ହତ୍ୟା ମମଲାକୁ ନେଇ ରାଜନୀତି ମହଲରେ ହଇଚଇ


ସେହିପରି ରାଜ୍ୟ କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲା କୁମାର ବି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ମମିତା ପାଇଁ କଂଗ୍ରେସ ନ୍ୟାୟ ଚାହୁଁଛି। CBI ଉପରେ ବି ଭରସା ପାଉନି। ତେଣୁ ସତ୍ୟ ସାମ୍ନାକୁ ଆସିବ ପାଇଁ ହାଇକୋର୍ଟ ଜଜ୍‌ ଅନୁଧ୍ୟାନରେ SIT ତଦନ୍ତ ହେବା ଆବଶ୍ୟକ। ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସବୁବେଳେ ମହାଲିଙ୍ଗ କଲେଜକୁ ଯାଉଥିଲେ। କଲେଜକୁ ଗଲେ ସିଏ ଯୁବକ ଭଳି ଫିଲ୍‌ କରୁଥିଲେ ବୋଲି ମନ୍ତ୍ରୀ କହିଥିବାରୁ ସମ୍ପୂର୍ଣ୍ଣ ଘଟଣାରେ ସେ ସାମିଲ ଅଛନ୍ତି ବୋଲି ଅଭିଯୋଗ କରିଛନ୍ତି ଚେଲ୍ଲା କୁମାର ।

ସେପଟେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜୋରଦାର କାଉଣ୍ଟର କରିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପ୍ରଣବ ଟ୍ବିଟ କରି କହିଛନ୍ତି କି ଯଦି ଆପଣ କି ଆପଣଙ୍କ ଦଳ ଠୋସ୍‌ ପ୍ରମାଣ ଦିଅନ୍ତୁ , ଇସ୍ତଫା କଥା ଛାଡ଼ନ୍ତୁ ମୁଖ୍ୟ ମନ୍ତ୍ରୀ ଦୋଷୀକୁ ବାନ୍ଧିକି ଜେଲ୍‌ରେ ଭର୍ତ୍ତି କରାଇବେ। ସେହିପରି ନୈତିକତା କଥା ଉପରେ ଲକ୍ଷ୍ମମୀପୁର ଖୀରୀ କଥା ଉଠାଇଛନ୍ତି ପ୍ରଣବ।

ପ୍ରଣବ ପ୍ରକାଶ ଦାସଙ୍କ ଟ୍ବିଟ


ଆଉ କହିଛନ୍ତି କି କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ପୁଅ ଗାଡ଼ି ଚଢ଼ାଇ ନିରୀହ ଚାଷୀଙ୍କୁ ମାରିଲେ, ସୁପ୍ରିମ କୋର୍ଟରେ ମାମଲା ପରେ ମୋକଦ୍ଦମା ହେଲା। କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ କିନ୍ତୁ ଇସ୍ତଫା ଦେଲେ ନାହିଁ । ତେଣୁ ତାଙ୍କୁ ନୈତକତା ପାଠ ପଢ଼ାନ୍ତୁ । ସେହି ପରି ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଉଦାହରଣ ଆପଣ ଦେଇଛନ୍ତି । କିନ୍ତୁ ଟ୍ରେନ୍‌ ଦୁର୍ଘଟଣାରେ ଶାସ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଥିଲେ । ଆପଣଙ୍କ ସରକାରରେ ଅନେକ ଟ୍ରେନ୍‌ ଦୁର୍ଘଟଣା ଘଟିଛି । ଟ୍ରେନ୍‌ ଦୁର୍ଘଟଣାରେ ଅନେକ ନିରୀହ ଯାତ୍ରୀ ପ୍ରାଣ ହରାଇଛନ୍ତି । ଆପଣଙ୍କ ମନ୍ତ୍ରିମଣ୍ଡଳର କେତେ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି ?

ପ୍ରଣବଙ୍କ ଟ୍ବିଟର ଜବାବ ଦେଇ ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର ଟ୍ବିଟ କରି କହିଛନ୍ତି," ପ୍ରଣବ ପ୍ରକାଶ ବାବୁ, ତୁମେ ଧର୍ମେନ୍ଦ୍ର ଭାଇଙ୍କ ଭାଷଣକୁ ଜାଣିଶୁଣି ବୁଝି ଅବୁଝା ହେଉଛ । ତୁମ ଦଳ ଆଗରୁ କେଉଁ ତଥ୍ୟ ପ୍ରମାଣ ଆଧାରରେ ନେତା ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଥିଲା ଓ ସେହି ତଥ୍ୟ କିଏ ଦେଉଥିଲା ଓ କେଉଁ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲା ? ତାକୁ ସାର୍ବଜନୀନକର । ଭାରତୀୟ ଜନତା ପାର୍ଟି ଅତୀତରେ ଅନେକ ନୈତିକତାର ଉଦାହରଣ ଦେଇଛି । ତୁମେ ଜାଣିନାହଁ, ତୁମ ବାପା ସ୍ୱର୍ଗତ ଅଶୋକ ବାବୁ ଜାଣିଥିଲେ, ଆମ ଦଳର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ସାମାନ୍ୟ ଅଭିଯୋଗ ଭିତ୍ତିରେ ରାଜନୀତି ଇତିହାସରେ କଠୋର ନିଷ୍ପତ୍ତି ନେଇଥିଲେ । ଏହାକୁ ଅନୁକରଣ କରି ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଦଳରୁ ବହିଷ୍କାର କର । ତମର ଆଇନ ମନ୍ତ୍ରୀ କ୍ରାଇମ୍ କରୁଛନ୍ତି । ରାଜ୍ୟରେ ପରୀ, ସୌମ୍ୟରଞ୍ଜନ ଓ ମମିତା ମେହେର ମାମଲାରେ ଦଳର ମନ୍ତ୍ରୀମାନେ ସମ୍ପୃକ୍ତ ଥିବା ଅଭିଯୋଗ ରହିଛି । ତା’ ପରେ ବି ସେମାନେ ମନ୍ତ୍ରୀ ପଦରେ ଅଛନ୍ତି ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ନୈତିକତାର ପାଠ ତୁମେ କାହାକୁ ପଢ଼ାଉଛ ? ତୁମେ ଗୋଟେ ଆଞ୍ଚଳିକ ଦଳ । ଉତ୍ତର ପ୍ରଦେଶ କଥା ନ କହି ଓଡ଼ିଶା କଥା ବୁଝ।’’
Published by: Lipina Das
First published: November 21, 2021, 2:18 PM IST