CM ନବୀନ ପଟ୍ଟନାୟକଙ୍କ ବଡ଼ ଫ୍ୟାନଙ୍କୁ ଉପହାର ଦେଲେ BJD ସାଙ୍ଗଠନିକ ସମ୍ପାଦକ

ନବୀନଙ୍କ ବଡ଼ ଫ୍ୟାନଙ୍କୁ ନିଜ ଜନ୍ମଦିନ ଅବସରରେ ସ୍ଵତନ୍ତ୍ର ଉପହାର ଦେଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ।

CM ନବୀନ ପଟ୍ଟନାୟକଙ୍କ ବଡ଼ ଫ୍ୟାନଙ୍କୁ ଉପହାର ଦେଲେ BJD ସାଙ୍ଗଠନିକ ସମ୍ପାଦକ

CM ନବୀନ ପଟ୍ଟନାୟକଙ୍କ ବଡ଼ ଫ୍ୟାନଙ୍କୁ ଉପହାର ଦେଲେ BJD ସାଙ୍ଗଠନିକ ସମ୍ପାଦକ

  • Share this:
News18 Odia Digital

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଫ୍ୟାନ ଖଗେଶ୍ବରଙ୍କୁ ନିଆରା ଉପହାର। ଏହି ନିଆରା ଉପହାର ଦେଇଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ପ୍ରଣବ ପ୍ରକାଶ ଦାସ ତାଙ୍କ ନିଜ ଜନ୍ମ ଦିନରେ ଏକ ବାଇକ ଉପହାର ଦେଇଛନ୍ତି। ଖଗେଶ୍ବରକୁ ଗାଡ଼ିର ଚାବି ପ୍ରଦାନ କରିଛନ୍ତି। ଖଗେଶ୍ବର ନବୀନଙ୍କ ଫ୍ୟାନ ଭାବେ ବେଶ ଜଣାଶୁଣା।

ନବୀନଙ୍କ ଯୁଆଡ଼େ ଯାଆନ୍ତି ଖଗେଶ୍ବର ବି ସେଠାରେ ପହଞ୍ଚି ଯାଆନ୍ତି। ନବୀନଙ୍କ ଅଧିକାଂଶ କାର୍ଯ୍ୟକ୍ରମରେ ଖଗେଶ୍ବରଙ୍କୁ ଦେଖିବାକୁ ମିଳିଥାଏ। ଖଗେଶ୍ୱର ସବୁବେଳେ ବିଜେଡିର ଲୋଗୋ ଓ ବିଜୁ ଜନତା ଦଳ ଲେଖା ଥିବା ପୋଷାକ ପିନ୍ଧୁଥିବା ବେଳେ ସେ ବ୍ୟବହାର କରୁଥିବା ବାଇକ୍ ମଧ୍ୟ ବିଜେଡି ପତାକା ରଙ୍ଗର।

ନିଜ ମୁଣ୍ଡରେ ବି ନବୀନ ଲେଖିଥିବା ବେଳେ ନିଜ ଶରୀର ସାରା ନବୀନ ଲେଖିଛି ଖଗେଶ୍ବର। ପୂର୍ବରୁ ନବୀନଙ୍କ ସହ ତାର ଫଟୋ ବି ସାମ୍ନାକୁ ଆସିଛି। ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନିଜ ଜନ୍ମ ଦିନରେ ଉପହାର ସ୍ୱରୂପ ଖଗେଶ୍ବରଙ୍କୁ ବାଇକ୍ ପ୍ରଦାନ କରିଛନ୍ତି। ପ୍ରଣବଙ୍କ ଉପହାରକୁ ନେଇ ବେଶ ଖୁସି ପ୍ରକଟ କରିଛି ଖଗେଶ୍ବର।

ସେହିପରି ପ୍ରଣବ ପ୍ରକାଶ ଦାସଙ୍କ ଜନ୍ମଦିନକୁ ନିଆରା ଉପାୟରେ ପାଳିଛନ୍ତି ଛାତ୍ର ଜନତା ଦଳର କର୍ମକର୍ତ୍ତା। ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବୃକ୍ଷରୋପଣ, ଔଷଧୀୟ ଚାରା ବଣ୍ଟନ ଓ ରକ୍ତଦାନ ଶିବିର ଭଳି ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ଭୁବନେଶ୍ୱର ସ୍ଥିତ ଏଜି ଛକଠାରେ ବୃକ୍ଷରୋପଣ ଓ ରାଜଭବନ ଛକରେ ଔଷଧୀୟ ଚାରା ବଣ୍ଟନ ସହିତ କ୍ୟାପିଟାଲ ହସ୍ପିଟାଲ ପ୍ରାଙ୍ଗଣରେ ରକ୍ତଦାନ ଶିବିର ଭଳି ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ଉଦଘାଟନ କରିଥିଲେ।

ଏହି ପରିପ୍ରେକ୍ଷୀରେ ୨୦ରୁ ଊର୍ଦ୍ଧ୍ବ ବୃକ୍ଷରୋପଣ କରାଯାଇଥିବା ବେଳେ ୧୦୦ରୁ ଊର୍ଦ୍ଧ୍ବ ଔଷଧୀୟ ଚାରା ବଣ୍ଟନ କରାଗଲା ତତ୍ ସହିତ ୨୫ ୟୁନିଟ୍ ରକ୍ତ ମଧ୍ୟ ସଂଗ୍ରହ କରାଯାଇଛି। ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ

ନିଜ ପ୍ରତିକ୍ରିୟାରେ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ବିଜୁ ଛାତ୍ର ଜନତା ଦଳ ସଦା ସର୍ବଦା ସାମାଜିକ ସେବା କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ଦେଇ ଆସିଛି ସେହି ପରିପ୍ରେକ୍ଷୀରେ ସୋମବାର ଆମ ସମସ୍ତଙ୍କ ପ୍ରିୟ ଓଡ଼ିଶାର ଯୁବକ ଓ ଛାତ୍ରମାନଙ୍କ ମାର୍ଗଦର୍ଶକ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଜନ୍ମଦିବସ ଅବସରରେ ବିଜୁ ଛାତ୍ର ଜନତା ଦଳର ପକ୍ଷରୁ ବୃକ୍ଷରୋପଣ, ଔଷଧୀୟ ଚାରା ବଣ୍ଟନ ଓ ରକ୍ତଦାନ ଭଳି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସଶକ୍ତ ଓଡ଼ିଶା, ସମୃଦ୍ଧ ଓଡ଼ିଶା ସହିତ ନୂଆ ଭାବେ ସବୁଜିମା ଓଡ଼ିଶା ନିର୍ମାଣ ଦିଗରେ ବିଜୁ ଛାତ୍ର ଜନତା ଦଳର ସମସ୍ତ କର୍ମକର୍ତ୍ତା ପ୍ରତିଶ୍ରୁତିବଦ୍ଧ ହେବେ ଓ କାର୍ଯ୍ୟ କରିବେ ତାହା ମୋର ଦୃଢ଼ ବିଶ୍ବାସ।
Published by:Lipina Das
First published: