ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ଅଭିଯୋଗର କଡ଼ା ଜବାବ ଦେଲା ବିଜେଡି

ବୁଧବାର ଏକ ପ୍ରେସମିଟରେ ବିଜେଡି ବିରୋଧରେ କହିଥିଲେ ବିଜେପି ନେତା ପ୍ରଦୀପ ପୁରୋହିତ। ବର୍ତ୍ତମାନ ତାଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି। ହାରିବା ଭୟରେ ପ୍ରଦୀପ ମିଥ୍ୟା ଅଭିଯୋଗ କରୁଛନ୍ତି ବୋଲି କହିଛି ଦଳ।

ପ୍ରଦୀପ ପୁରୋହିତ

ପ୍ରଦୀପ ପୁରୋହିତ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ପଦ୍ମପୁର: ବୁଧବାର ପ୍ରେସମିଟରେ ପ୍ରଦୀପ ପୁରୋହିତ କାନ୍ଦି କାନ୍ଦି ଶାସକ ଦଳ ବିଜେଡି ବିରୋଧରେ ଅନେକ କଥା ବଖାଣିଥିଲେ। ପାଇକମାଲ ଥାନ ପଥରେଲ ଗାଁ ବିଜେପି ପ୍ରାର୍ଥୀ ତାଙ୍କ ଉପରେ ବିଜେଡି ଆକ୍ରମଣ କରିବା ନେଇ ପ୍ରେସମିଟରେ ଅଭିଯୋଗ ଆଣିଲେ ବିଜେପି ନେତା। ଗଣତାନ୍ତ୍ରିକ ରାଷ୍ଟ୍ରରେ ସମସ୍ତଙ୍କର ନିର୍ବାଚନ ଲଢ଼ିବାର ଅଧିକାର ଥିବାବେଳେ କାହିଁକି ବିଜେଡି ରକ୍ତମୁଖା ହେଉଛି ବୋଲି ପ୍ରଶ୍ନ କରିଥିଲେ ସେ। ଯାହା ଉପରେ ବର୍ତ୍ତମାନ ବିଜେଡି ପକ୍ଷରୁ ପ୍ରତିତ୍ରିୟା ଦିଆଯାଇଛି।

ସେ କହିଥିଲେ, ‘‘ମନ୍ତ୍ରୀ ନବ ଦାସ, ଟୁକୁନି ସାହୁ, ରାଜେନ୍ଦ୍ର ଢୋଲକିଆ, ନିରଞ୍ଜନ ପୂଜାରୀ, ବିଧାୟକ ଶୁଶାନ୍ତଙ୍କ ପ୍ରରୋଚନାରେ ଆକ୍ରମଣ କରିବା ପାଇଁ ଉଦ୍ୟମ କରିଥିଲେ। ମୋତେ ଆକ୍ରମଣ କରିବା ପାଇଁ ଷଡ଼ଯନ୍ତ୍ର ହୋଇଥିଲା। ସ୍ଥାନୀୟ ଲୋକ ମୋ ଗାଡିକୁ ଆସି ସୁରକ୍ଷା ଦେଲେ।’’

ସେପଟେ ବିଜେଡି ବିଧାୟକ ଧ୍ରୁବ ସାହୁ କହିଛନ୍ତି, ‘‘ବିଜେପିର ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଅଭିଯୋଗ ଭିତ୍ତିହୀନ। ପଦ୍ମପୁରରେ ବିଜେପିର ପରାଜୟ ସୁନିଶ୍ଚିତ। ହାରିବା ଭୟରେ ପ୍ରଦୀପ ମିଥ୍ୟା ଅଭିଯୋଗ ଆଣୁଛନ୍ତି। ପ୍ରଦୀପଙ୍କ ଆଭିଯୋଗରେ ସତ୍ୟତା ନାହିଁ। ବିଜେଡି ହିଂସାକୁ କେବେ ପ୍ରଶ୍ରୟ ଦିଏ ନାହିଁ। ବିଜୁ ଜନତା ଦଳ ଏକ ଶାନ୍ତି ପ୍ରିୟ ଦଳ।’’

ଡିସେମ୍ବର ୫ ତାରିଖରେ ପଦ୍ମପୁର ଉପନିର୍ବାଚନ। ନାମାଙ୍କନ ଶେଷ ହୋଇଥିବା ବେଳେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ପ୍ରାର୍ଥୀ। ମୋଟ ୧୩ ଜଣ ନାମାଙ୍କନ ଦାଖଲ କରିଥିବା ବେଳେ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ଉପରେ ନଜର ରହିଛି। ବର୍ତ୍ତମାନ ତିନି ପ୍ରାର୍ଥୀ ପ୍ରଚାରକୁ ଓହ୍ଲାଇଥିବା ବେଳେ ଆଗକୁ ବି ପ୍ରଚାର ଜମିବ।

ବିଜେପି ପାର୍ଥୀ ପ୍ରଦୀପ ପୁରୋହିତ ବି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଦଳୀୟ ନେତା ରୋଡ଼ ଶୋ କରିବା ସହ ଡୋର ଟୁ ଡୋର କ୍ୟାମ୍ପେନିଂ କରୁଛନ୍ତି। ଚାଷୀଙ୍କ ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ପ୍ରଦୀପ ପୁରୋହିତ।

ସେ କହିଛନ୍ତି ଯେ ପଦ୍ମପୁରବାସୀ ହିଁ ନିର୍ଣ୍ଣୟ କରିବେ ସେମାନେ କାହାକୁ ଭୋଟ ଦେବେ। ମାଟିର ପୁଅକୁ ଭୋଟ ଦେବେ ନା ପୁରୀ ଜିଲ୍ଲାର ବୋହୂକୁ ଭୋଟ ଦେବେ। ପଦ୍ମପୁରବାସୀ ଭଲ ଭାବେ ଜାଣିଛନ୍ତି ସେମାନଙ୍କ କଥାକୁ କିଏ ବିଧାନସଭାରେ ଉଠାଇ ପାରିବ। ବିଜେପି ବିଧାୟକ ଭାବେ ୨୦୧୪ ରୁ ୨୦୧୯ ସମୟରେ ପଦ୍ମପୁର ଅଞ୍ଚଳର ବିକାଶ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛି। ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ସ୍ୱର ଉଠାଇଛି। କିନ୍ତୁ ବିଜେଡି ସରକାର ଚାଷୀଙ୍କୁ କେବଳ ପ୍ରତାରଣା ଦେଇଛନ୍ତି। ଯାହାର ଉଚିତ୍ ଜବାବ ଦେବେ ପଦ୍ମପୁର ଭୋଟର। ପଦ୍ମପୁର ଉପନିର୍ବାଚନରେ ତ୍ରିମୁଖୀ ଫାଇଟ ହେଲେ ମଧ୍ୟ ବିଜେପି ଏଥର ବାଜିମାତ କରିବ ବୋଲି ସେ କହିଛନ୍ତି।
Published by:Lipina Das
First published: