ପିପିଲି Bypoll: ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା BJD; ସବୁ ଦଳ ସଜବାଜ ହେଲେଣି

ଦିବଙ୍ଗତ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ବିଧବା ପତ୍ନୀ ପ୍ରତିଭା ମହାରଥୀ ଓ ପୁଅ ରୁଦ୍ର ମହାରଥୀ ଉଭୟ କହିଛନ୍ତି ଯେ ଦଳ ଯାହାଙ୍କୁ ପିପିଲିରେ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେବ ତାଙ୍କ ପୂରା ପରିବାର ତାଙ୍କୁ ସମର୍ଥନ ଜଣାଇବ ।

ପିପିଲି Bypoll: ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା BJD; ସବୁ ଦଳ ସଜବାଜ ହେଲେଣି
ରୁଦ୍ର ମହାରଥୀ ଓ (ଡାହାଣ) ପ୍ରତାପ ଦେବ
  • News18 Odia
  • Last Updated: January 29, 2021, 10:26 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ପିପିଲି ବିଧାନ ସଭା ଉପନିର୍ବାଚନ ପାଇଁ ଶାସକ ଦଳ ବିଜେଡି ଆଗୁଆ ସଜବାଜ ଆରମ୍ଭ କରିଦେଇଛି । ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ପ୍ରତାପ ଦେବଙ୍କୁ ପିପିଲି ପାଇଁ ଦଳୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି I ହେଲେ ଦଳର ପ୍ରାର୍ଥୀ କିଏ ହେବ ତାହା ଏ ପର୍ଯ୍ୟନ୍ତ ପ୍ରଶ୍ନ ଚିହ୍ନ ହୋଇ ରହିଛି ।

ପିପିଲି ଉପନିର୍ବାଚନରେ ବିଜେଡିର ପ୍ରାର୍ଥୀ ଚୟନ ପ୍ରକ୍ରିୟା ବିଷୟରେ ସେଠାକାର ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ କହିଛନ୍ତି ଯେ ଦଳ ଯାହା ନିଷ୍ପତ୍ତି ନେବ ତାଙ୍କ ପୂରା ପରିବାର ତାଙ୍କୁ ସମର୍ଥନ ଜଣାଇବ । ବିରୋଧୀ ଦଳ ବିଜେପି ପଖରୁ ଗତ ଥର ପ୍ରାର୍ଥୀ ହୋଇଥିବା ଆଶ୍ରିତ ପଟ୍ଟନାୟକକୁ ଦଳ ପୁଣି ଥରେ ପ୍ରାର୍ଥୀ କରିବ ବୋଲି ଜଣାପଡ଼ିଛି l କଂଗ୍ରେସ କହିଛି ଦଳର ପ୍ରାର୍ଥୀ ଚୟନ ହାଇକମାଣ୍ଡ କରିବେ l

ଏହା ବି ପଢ଼ନ୍ତୁ | Economic Survey ୨୦୨୧: ଦୁଇ ବର୍ଷ ପରେ ଦେଶରେ ଘରୋଇ ଟ୍ରେନ୍ ଚାଲିବ; ମେ ସୁଦ୍ଧା ଟେଣ୍ଡର୍ ସରିବ

ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ପିପିଲି ନିର୍ବାଚନ ମଣ୍ଡଳୀରେ ଖାଲି ପଡ଼ିଥିବା ବିଧାୟକ ପଦ ପାଇଁ ଉପନିର୍ବାଚନ ହେବାକୁ ଯାଉଛି । ଏଥି ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆରମ୍ଭ ହୋଇଛି ରଣନୀତି । ପ୍ରଦୀପଙ୍କ ଦେହାନ୍ତ ପରେ ପିପିଲିରୁ ବିଜେଡି କାହାକୁ ପ୍ରାର୍ଥୀ କରିବ ସେ ନେଇ ସସପେନ୍ସ ଜାରି ରହିଛି । ଚର୍ଚ୍ଚା ହେଉଛି ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ କିମ୍ବା ପ୍ରଦୀପଙ୍କ ବିଧବା ପତ୍ନୀ ପ୍ରତିଭା ମହାରଥୀଙ୍କୁ ଦଳ ପ୍ରାର୍ଥୀ କରିପାରେ l

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ସୋସିଆଲ୍ ମିଡ଼ିଆର ବନ୍ଧୁ ଯୁବତୀଙ୍କୁ ତାଙ୍କ କୁନି ଝିଅ ସାମନାରେ ହତ୍ୟା କଲା; ସାମନାକୁ ଆସିଲା CCTV VIDEO

"ଦଳ ଯାହାଙ୍କୁ ପ୍ରାର୍ଥୀ କରିବ ବୋଲି ନିଷ୍ପତ୍ତି ନେବ ଆମେ ପୂରା ପରିବାର ତାଙ୍କୁ ସମର୍ଥନ ଜଣାଇବୁ। ଦଳ ଯାହା ବି ନିଷ୍ପତ୍ତି ନେବ ମୁଁ ଓ ମୋ’ ମା’ ତାଙ୍କୁ ସମର୍ଥନ ଜଣାଇବୁ । ପିପିଲି ମାଟିର ବିକାଶ ପାଇଁ ଦୁହେଁ ମିଶିକି କାମ କରିବୁ । ବାପାଙ୍କ ସହ ମୁଁ ଦୁଇଟି ନିର୍ବାଚନ ବୁଲିଛି । ମୋ’ର ଅଭିଜ୍ଞତା ବି ଅଛି । ମା’ଙ୍କର ବି ଅଭିଜ୍ଞତା ‌ଅଛି,’’ କହିଛନ୍ତି ରୁଦ୍ର ମହାରଥୀ ।

ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ କହିଛନ୍ତି, ‘‘ମୁଖ୍ୟ ମନ୍ତ୍ରୀଙ୍କ ନିଷ୍ପତ୍ତି ସ୍ୱାଗତଯୋଗ୍ୟ । ଦଳୀୟ ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ ତାକୁ ଆମେ ଗ୍ରହଣ କରିବୁ ।’’

ଏହା ବି ପଢ଼ନ୍ତୁ | ସୌରଭ ଗାଙ୍ଗୁଲି ପୁଣି ଅସୁସ୍ଥ ହେଲେ; ତାଙ୍କୁ ଆପୋଲୋ ହସପିଟାଲରେ ଭର୍ତ୍ତି କରାଗଲା

ବିରୋଧୀ କଂଗ୍ରେସ ଓ ବିଜେପି ପିପିଲି ଉପନିର୍ବାଚନ ପାଇଁ କସରତ ଆରମ୍ଭ କରିଦେଇଛନ୍ତି । ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି, ‘‘ବିଜେପି ପକ୍ଷରୁ ଗତ ଥର ପ୍ରାର୍ଥୀ ହୋଇଥିବା ଆଶ୍ରିତ ପଟ୍ଟନାୟକଙ୍କୁ ଦଳ ପୁଣି ଥରେ ପ୍ରାର୍ଥୀ କରିବ l’’ ଉପନିର୍ବାଚନ ପାଇଁ ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ଜୟନ୍ତ ଷଡ଼ଙ୍ଗୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଭୋକିଲା ବାଘ ପର୍ଯ୍ୟଟକମାନଙ୍କ କାର୍କୁ ପଛରୁ ଟାଣିଲା; ଲୋକେ ଭୟରେ ଥରିଲେ; ଦେଖନ୍ତୁ VIDEO

କଂଗ୍ରେସ ତରଫରୁ ପୁରୀ ଜିଲ୍ଲା ସଭାପତି ଅଜିତ ମଙ୍ଗରାଜ ଓ ଦଳର ମୁଖପାତ୍ର ନିଶିକାନ୍ତ ମିଶ୍ରଙ୍କ ମଧରୁ ଦଳ କାହାକୁ ପ୍ରାର୍ଥୀ କରିପାରେ ବୋଲି ଜଣାପଡ଼ିଛି l ‘‘ପିପିଲି ପାଇଁ କଂଗ୍ରେସର ପାଞ୍ଚ ଜଣ ପ୍ରାର୍ଥୀ ଆଶାୟୀ ଅଛନ୍ତି । ଦଳ କାହାକୁ ପ୍ରାର୍ଥୀ କରିବ ତା’ର ବିଚାର ହାଇକମାଣ୍ଡ କରିବେ,’’ କହିଛନ୍ତି ବରିଷ୍ଠ ନେତା ତଥା ବିଧାୟକ ସୁରେଶ ରାଉତରାୟ ।



ପିପିଲି ଉପନିର୍ବାଚନ କେବେ ହେବ ତାକୁ ନେଇ ନାନା କଳ୍ପନାଜଳ୍ପନା ଜାରି ରହିଥିବା ବେଳେ ଯେକୌଣସି ମୁହୂର୍ତ୍ତରେ ନିର୍ବାଚନ ତାରିଖ ଘୋଷଣା ହୋଇପାରେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।
Published by: Anand Shankar Thankur Das
First published: January 29, 2021, 10:26 PM IST