News18 Odia Digital
ବିଜେଡ଼ିର ରାଜ୍ୟସଭା ଓ ଲୋକସଭାର ସାଂସଦମାନେ ଆଜି ସନ୍ଧ୍ୟାରେ ଜଗଦୀପ ଧନଖଡ଼ଙ୍କୁ ଭେଟିଛନ୍ତି। ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଧନଖଡ଼ଙ୍କ ପ୍ରତି ଦଳର ସମର୍ଥନ ଘୋଷଣା କରିସାରିଛନ୍ତି। ଆଜି ଭାବେ ବିଜେଡ଼ି ସାଂସଦଙ୍କୁ ଦିଲ୍ଲୀରେ ତାଙ୍କୁ ଭେଟିଛନ୍ତି।
ଆମେ ଧନଖଡ଼ଙ୍କୁ ଭେଟି ସମର୍ଥନ ଜ୍ଞାପନ କଲୁ। ରାଷ୍ଟ୍ରପତି ନିର୍ବାଚନ ଭଳି ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଧନଖଡ଼ଙ୍କୁ ଭୋଟ ଦେବୁ ବୋଲି କହିଛନ୍ତି ରାଜ୍ୟସଭା ପ୍ରାର୍ଥୀ ମାନସ ମଙ୍ଗରାଜ।
ବିଜେଡ଼ି ଲୋକସଭା ସାଂସଦ ପିନାକି ମିଶ୍ର ବିଜେଡି ସାଂସଦଙ୍କ ପ୍ରତିନିଧିତ୍ୱ କରିଥିଲେ। ଧନଖଡ଼ଙ୍କ ସହ ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ହୋଇଛି ।
ସଂସାଦମାନଙ୍କ ମଧ୍ୟରେ ପିନାକୀ ମିଶ୍ର, ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ, ସୁଜତି କୁମାର, ସସ୍ମିତ ପାତ୍ର, ମାନସ ମଙ୍ଗରାଜ ଓ ସୁଲତା ଦେଓ, ଅନୁଭବ ମହାନ୍ତି, ମୁନ୍ନା ଖାଁ ପ୍ରମୁଖ ଉପସ୍ଥିତ ଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।