ନବୀନଙ୍କୁ ପ୍ରତି ୨ ମାସରେ ରିପୋର୍ଟ ଦେବେ ବିଜେଡି ବିଧାୟକମାନେ; ବିଧାନସଭାରେ ୨ ଦିନରୁ ଅଧିକ ରହିପାରିବେନି ଅନୁପସ୍ଥିତ

ବିଧାନସଭାରେ ଦୁଇ ଦିନରୁ ଅଧିକ ଅନୁପସ୍ଥିତ ରହିପାରିବେ ନାହିଁ ବିଜେଡି ବିଧାୟକମାନେ । ଯଦି କୌଣସି କାରଣରୁ ରହିବାର ଆବଶ୍ୟକତା ପଡ଼େ, ତେବେ ସେଥି ପାଇଁ ପାର୍ଟି ସୁପ୍ରିମୋଙ୍କଠାରୁ ଅନୁମତି ନେବାକୁ ପଡ଼ିବ । ବିଧାନସଭା ବିତର୍କରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିବାକୁ ଦଳୀୟ ବିଧାୟକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ।

  • News18 Odia
  • Last Updated: November 13, 2019, 11:24 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଭୁବନେଶ୍ୱର: ଏବେ ବିଜୁ ଜନତା ଦଳର ସାଂସଦମାନଙ୍କ ଭଳି ପାର୍ଟିର ବିଧାୟକମାନେ ମଧ୍ୟ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରତି ଦୁଇ ମାସରେ ଥରେ ରିପୋର୍ଟ ଦେବେ । ଏମିତି ନୂଆ ନିୟମ ବିଷୟରେ ସ୍ୱୟଂ ମୁଖ୍ୟମନ୍ତ୍ରୀ ବିଧାୟକମାନଙ୍କୁ ଜଣେଇଛନ୍ତି ।

ବିଧାନସଭାରେ ଦୁଇ ଦିନରୁ ଅଧିକ ଅନୁପସ୍ଥିତ ରହିପାରିବେ ନାହିଁ ବିଜେଡି ବିଧାୟକମାନେ । ଯଦି କୌଣସି କାରଣରୁ ରହିବାର ଆବଶ୍ୟକତା ପଡ଼େ, ତେବେ ସେଥି ପାଇଁ ପାର୍ଟି ସୁପ୍ରିମୋଙ୍କଠାରୁ ଅନୁମତି ନେବାକୁ ପଡ଼ିବ । ବିଧାନସଭା ବିତର୍କରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିବାକୁ ଦଳୀୟ ବିଧାୟକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ।

ଏସବୁ ଗାଇଡ୍ ଲାଇନ୍ କାର୍ଯ୍ୟକାରୀ କରିବାକୁ ଏକ ଚାରିଜଣିଆ କମିଟି ଗଠନ କରିଛନ୍ତି ବିଜେଡି ସୁପ୍ରିମୋ । କମିଟିରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ଉଷା ଦେବୀ, ଅମରପ୍ରସାଦ ଶତପଥୀ ଓ କିଶୋର ମହାନ୍ତି ଅଛନ୍ତି । ବିଧାୟକମାନେ କିଭଳି ରିପୋର୍ଟ ପ୍ରସ୍ତୁତ କରିବେ, ତାର ଫ୍ରେମ୍‌ୱାର୍କ ତିଆରି କରିବ ଏଇ କମିଟି । ଫ୍ରେମ୍‌ୱାର୍କ ତିଆରି କରିବାକୁ କମିଟିକୁ ୧୦ ଦିନ ସମୟ ଦିଆଯାଇଛି ।

ପ୍ରତି ଦିନ ୧୧ଟା ୩୦ ସୁଦ୍ଧା ସରକାରୀ ଦଳର ମୁଖ୍ୟ ସଚେତକ ବିଧାୟକଙ୍କ ଉପସ୍ଥିତି ନେଇ ଏକ ରିପୋର୍ଟ ଦେବେ । ବିଧାୟକ ଦଳ ବୈଠକରେ ନବୀନ କହିଛନ୍ତି ଓଡ଼ିଶାର ଲୋକ ହେଉଛନ୍ତି ଆମର ପ୍ରକୃତ ମାଷ୍ଟର । ତେଣୁ ସେମାନଙ୍କ ସେବା ସଠିକ୍‌ ଭାବେ କରିବାକୁ ହେବ ।

“ପାଟକୁରା ଓ ବିଜେପୁର ନିର୍ବାଚନ ଫଳାଫଳ ହିଁ ସୂଚାଇ ଦେଉଛି ଲୋକେ ଆମ ଉପରେ କେତେ ବିଶ୍ୱାସ ରଖିଛନ୍ତି ।  ଏହାକୁ ଦୃଷ୍ଟିରେ ରଖି ଆମକୁ କଠିନ ପରିଶ୍ରମ ସହ ସ୍ୱଚ୍ଛତା ଓ ପ୍ରତିବଦ୍ଧତା ରକ୍ଷା କରିବାକୁ ପଡ଼ିବ,” ବିଧାୟକମାନଙ୍କୁ କହିଛନ୍ତି ନବୀନ ।
First published: November 13, 2019, 11:24 AM IST
corona virus btn
corona virus btn
Loading