‘କଳା ଧନ’ କାରବାର: BJD ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇ ନେଲା କ୍ରାଇମ୍ ବ୍ରାଞ୍ଚ୍ EOW

ଆଇ.ଏଫ.ଏସ. ଅଭୟକାନ୍ତ ପାଠକଙ୍କ ସହ ଲିଙ୍କ୍ ଯୋଗୁଁ ପୂର୍ବ ମନ୍ତ୍ରୀ ଏବଂ ବର୍ତ୍ତମାନର BJD ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅଡୁଆ ବଢ଼ିଛି । ଗତ କିଛି ମାସ ମଧ୍ୟରେ ପାଣିଗ୍ରାହୀ ଅଢ଼େଇ କୋଟିରୁ ଅଧିକ ଟଙ୍କାର ଟ୍ରାଞ୍ଜାକସନ କରିଥିବା ତଦନ୍ତରେ ସାମନାକୁ ଆସିଛି ।

‘କଳା ଧନ’ କାରବାର: BJD ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇ ନେଲା କ୍ରାଇମ୍ ବ୍ରାଞ୍ଚ୍ EOW
ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ
  • News18 Odia
  • Last Updated: December 3, 2020, 7:19 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବିପୁଳ କଳା ଧନ ସଂଗ୍ରହ ଅଭିଯୋଗରେ ଗିରଫ ହୋଇସାରିଥିବା IFS ଅଧିକାରୀ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ସହ ଘନିଷ୍ଠ ବ୍ୟକ୍ତିଗତ ସମ୍ପର୍କ ରଖିଥିବା ଗଞ୍ଜାମ ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କୁ ପଚରା ଉଚରା ପାଇଁ ଉଠାଇ ନେଇଛି ରାଜ୍ୟ ପୋଲିସ୍‌ କ୍ରାଇମ୍‌ ବ୍ରାଞ୍ଚର ଆର୍ଥିକ ଅପରାଧ ଶାଖା (EOW) ।

ପ୍ରଦୀପ ପାଣିଗ୍ରାହୀଙ୍କ ମୋଟା ଅଙ୍କର ଟଙ୍କା କାରବାରର ବିଷୟରେ ଭିଜିଲାନ୍ସ ଏସ୍‌.ଆଇ.ଟି.କୁ ତଥ୍ୟ ମିଳିବା ପରେ କ୍ରାଇମ୍‌ ବ୍ରାଞ୍ଚ EOW ଏହି ପଦକ୍ଷେପ ନେଇଛି । ପାଣିଗ୍ରାହୀଙ୍କ ବ୍ୟାଙ୍କ ଆକାଉଣ୍ଟରେ କାରବାର ହୋଇଥିଲା ଅଢେଇ କୋଟି ଟଙ୍କାରୁ ଅଧିକ । ଏପରିକି ଆକାଶ ପାଠକଙ୍କ ଆକାଉଣ୍ଟକୁ ଗୋଟିଏ ଦିନରେ ପାଣିଗ୍ରାହୀ ପଠାଇଥିଲେ ୫୦ ଲକ୍ଷ ଟଙ୍କା । ଯଦିଏ ପାଣିଗ୍ରାହୀ କହୁଛନ୍ତି ଯେ ସବୁ ଟଙ୍କା ଦିଆନିଆ ନିୟମ ଅନୁସାରେ ହୋଇଛି, ତଦନ୍ତ ଅଧିକାରୀମାନେ ଏଥିରେ ଅନେକ ଗଡ଼ବଡ଼ ଦେଖୁଥିବା ଜଣା ପଡ଼ିଛି ।

ଏହା ବି ପଢ଼ନ୍ତୁ | ଛାଡ଼ଖାଇ: ଛେଳିର ନାମ ମୋଦି’; ଗ୍ରାହକ ଦେଉଛି ୭୦ ଲକ୍ଷ ଟଙ୍କା , ହେଲେ ମାଲିକ ମାଗୁଛି . କୋଟି ଟଙ୍କା

ପାଣିଗ୍ରାହୀଙ୍କ ଭୁବନେଶ୍ୱରରେ ଥିବା ସରକାରୀ ବାସଭବନରେ ଗୁରୁବାର ଅପରାହ୍ଣରେ ଅଚାନକ ପହଞ୍ଚିଥିଲେ କ୍ରାଇମ୍‌ ବ୍ରାଞ୍ଚ EOWର ପାଖାପାଖି ଦଶ ଜଣ ଅଧିକାରୀ । ସେମାନେ ପହଞ୍ଚିବାର ଅଳ୍ପ କିଛି ମିନିଟ୍‌ ମଧ୍ୟରେ ତାଙ୍କୁ ଉଠାଇ ନେଇଥିଲେ । ତା’ପରେ ପାଣିଗ୍ରାହୀଙ୍କ ସହ ମାରାଥନ୍‌ ଜେରା ଆରମ୍ଭ ହୋଇଥିୂବା ସୂଚନା ମିଳିଛି ।

ପ୍ରଦୀପ ପାଣିଗ୍ରାହୀ କହିଥିଲେ ଯେ ପାଠକ ପିତାପୁତ୍ରଙ୍କୁ ଗିରଫ କରି ତାଙ୍କ ଝିଅ ଓ ସେମାନଙ୍କ ପୁଅର ବିବାହରେ ଅଯଥା ବାଧା ସୃଷ୍ଟି କରାଯାଉଛି ।


ଏହା ବି ପଢ଼ନ୍ତୁ | କେମିତି ପାଇବେ କୋରିଆନ୍ ଗ୍ଲାସ୍ ସ୍କିନ୍? ଏହି Videoରୁ ତ୍ୱଚା ଚମକଦାର୍ କରିବାର ଉପାୟ ଜାଣନ୍ତୁ

ଆଇ.ଏଫ.ଏସ. ଅଭୟକାନ୍ତ ପାଠକଙ୍କ ସହ ଲିଙ୍କ୍‌ ଯୋଗୁଁ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅଡୁଆ ବଢ଼ିଛି । ଗତ କିଛି ମାସ ମଧ୍ୟରେ ପାଣିଗ୍ରାହୀ ଅଢ଼େଇ କୋଟିରୁ ଅଧିକ ଟଙ୍କାର ଟ୍ରାଞ୍ଜାକସନ କରିଥିବା ତଦନ୍ତରେ ସାମନାକୁ ଆସିଛି । ତାଙ୍କର ଗୋଟିଏ ଆକାଉଣ୍ଟରେ ଜମା ହୋଇଛି କୋଟିଏରୁ ଅଧିକ ଟଙ୍କା । କେତେକ ସଂସ୍ଥା ଓ ବ୍ୟକ୍ତି ଏହି ଟଙ୍କା ଜମା କରିଛନ୍ତି ।

ତଦନ୍ତକାରୀ ସଂସ୍ଥା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରବୀନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତି ପାଣିଗ୍ରାହୀଙ୍କର ଗୋଟିଏ ଆକାଉଣ୍ଟରେ ୭୫ ଲକ୍ଷ ଟଙ୍କା ଜମା କରିଛନ୍ତି । ଚାରି ମାସରେ ରବୀନ୍ଦ୍ର ସାହୁ ଏହି ଟଙ୍କା ଜମା କରିଛନ୍ତି । ସେହି ପରି ସୂର୍ଯ୍ୟ ଫିଲିଙ୍ଗ ଷ୍ଟେସନ ୪୦ ଲକ୍ଷ ଟଙ୍କା, ଗୁରୁମୂର୍ତ୍ତି ଅଏଲ କମ୍ପାନି ପ୍ରାୟ ୪୦ ଲକ୍ଷ ଟଙ୍କା ଓ ଏସ୍‌.କେ. ମହାରଣା ନାମକ ବ୍ୟକ୍ତି ୨୫ ଲକ୍ଷ ଟଙ୍କା ଜମା କରିଛନ୍ତି । ଏହା ଛଡ଼ା କମ୍ବୁପାଣି ସାହୁ ନାମକ ଜଣେ ବ୍ୟକ୍ତି ୨୦ ଲକ୍ଷ ଟଙ୍କା ଡିପୋଜିଟ କରିଥିବା ଉଲ୍ଲେଖ ରହିଛି ।

ଏହା ବି ପଢ଼ନ୍ତୁ | ଚୀନର ଗବେଷକମାନେ କହୁଛନ୍ତି କରୋନା ଭାଇରସ୍ ଭାରତରୁ ଆରମ୍ଭ ହୋଇ ବିଶ୍ୱ ସାରା ବ୍ୟାପିଥିଲା!

ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟରୁ ଆକାଶ ପାଠକଙ୍କ ଆକାଉଣ୍ଟକୁ ୫୦ ଲକ୍ଷରୁ ଅଧିକ ଟଙ୍କା ଯାଇଥିବା ତାଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟରେ ଉଲ୍ଲେଖ ରହିଛି । କେବଳ ଗତ ସେପେଟମ୍ବର ୨ ତାରିଖରେ ଦୁଇ ଥରରେ ୪୦ ଲକ୍ଷ ଟହ୍କା ଓ ୧୦ ଲକ୍ଷ ଟଙ୍କା କରି ମୋଟ ୫୦ ଲକ୍ଷ ଟଙ୍କା ଟଙ୍କା ପଠାଯାଇଛି । ଏହି ଟଙ୍କା ଆକାଶ ପାଠକଙ୍କ ଆକାଉଣ୍ଟକୁ ପ୍ରଦୀପ ପାଣିଗ୍ରାହୀ କାହିଁକି ଦେଇଥିଲେ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।



ଗତ ବର୍ଷ ପ୍ରଦୀପ ବାର୍ଷିକ ମାତ୍ର ୧୦ ଲକ୍ଷ ଟଙ୍କାର ଆୟ ଦେଖାଇଥିବା ବେଳେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି ଏହି ବ୍ୟାଙ୍କ ଷ୍ଟେଟମେଣ୍ଟ । ଯଦି ସୋସିଆଲ ମିଡ଼ିଆରେ ବୁଲୁଥିବା ପ୍ରଦୀପଙ୍କ ଏହି ବ୍ୟାଙ୍କ ଷ୍ଟେଟମେଣ୍ଟ ସତ, ତାହେଲେ ପ୍ରଶ୍ନ ଉଠୁଛି ମୋଟା ଅଙ୍କର ଟଙ୍କା ଜମା କରିଥିବା ଏହି ସଂସ୍ଥା ଓ ବ୍ୟକ୍ତି କିଏ?
Published by: Anand Shankar Thankur Das
First published: December 3, 2020, 7:19 PM IST