ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»୬ ମାସ ପରେ ଜେଲ୍‌ରୁ ବାହାରିବା ବେଳେ BJD ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମୁହଁରେ ହସ ନ ଥିଲା

୬ ମାସ ପରେ ଜେଲ୍‌ରୁ ବାହାରିବା ବେଳେ BJD ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମୁହଁରେ ହସ ନ ଥିଲା

Ganjam MLA Pradeep Panigrahi Released from Jail After 6 Months | ପତ୍ନୀ ସୁଜାତା ପାଣିଗ୍ରାହୀ ଜେଲ୍ ବାହାରେ ଆସି ଅପେକ୍ଷା କରିଥିଲେ ପ୍ରଦୀପଙ୍କ ମୁକୁଳିବା ମୁହୂର୍ତ୍ତକୁ । ଡିସେମ୍ବର ୩ ତାରିଖରେ ଜେଲ୍ ଯିବା ବେଳେ ଲଗାତର ହସୁଥିବା ପ୍ରଦୀପ ଏ ଥର ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ନ ଥିଲେ ।

୬ ମାସ ପରେ ଜେଲ୍‌ରୁ ବାହାରିବା ବେଳେ BJD ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମୁହଁରେ ହସ ନ ଥିଲା
ପତ୍ନୀଙ୍କ ସହ ଜେଲରୁ ବାହାରକୁ ଆସୁଛନ୍ତି ପ୍ରଦୀପ ପାଣିଗ୍ରାହୀ ।
  • News18 Odia
  • Last Updated: August 7, 2021, 1:44 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଏକଦା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟତମ ଲୋକମାନଙ୍କ ମଧ୍ୟରେ ଗଣାଯାଉଥିବା ଗଞ୍ଜାମ ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ (BJD MLA Pradeep Panigrahi) ଜେଲରେ ଛଅ ମାସରୁ ଅଧିକ ସମୟ ବିତାଇବା ପରେ ଜୁନ୍‌ ୧୨ ତାରିଖ ଦିନ ଭୁବନେଶ୍ବର ଝାରପଡ଼ା ଜେଲରୁ ମୁକୁଳିଥିଲେ । ତାଙ୍କ ବିରୋଧରେ ରୁଜୁ ହୋଇଥିବା ଛଅଟି ମାମଲା ମଧ୍ୟରୁ ଷଷ୍ଠ ତଥା ଶେଷ ମାମଲାରେ ହାଇ କୋର୍ଟରୁ ଜାମିନ ପାଇବାର ଦିନକ ପରେ ସେ ଜେଲରୁ ବାହାରକୁ ଆସିଥିଲେ ।

ପାଣିଗ୍ରାହୀ ଜେଲରୁ ବାହାରିବା ସମୟର ବହୁ ପୂର୍ବରୁ ଜେଲ୍‌ ବାହାରେ ଆସି ଅପେକ୍ଷା କରିଥିଲେ ତାଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ । ବିଧାୟକ ଜେଲରୁ ବାହାରି ପତ୍ନୀଙ୍କ ସହ କଥା ହୋଇ ଚାଲି ଚାଲି କାର୍‌ ପାଖକୁ ଆସିଥିଲେ । ସେଠାରେ ଉପସ୍ଥିତ ସାମ୍ବାଦିକମାନେ ତାଙ୍କୁ କିଛି କହିବା ପାଇଁ ଅନେକ ଅନୁରୋଧ କରିଥିଲେ ବି ସେ ମୁହଁ ଖୋଲି ନ ଥିଲେ । ଏକ ନୀଳ ଟି-ସର୍ଟ ଓ ଗ୍ରେ ରଙ୍ଗର ଟ୍ରାଉସର୍ସ ପିନ୍ଧିଥିବା ଏହି ବରିଷ୍ଠ ବିଧାୟକଙ୍କ ମୁହଁରେ ହସ ନ ଥିଲା ।

ଏହା ବି ପଢ଼ନ୍ତୁ | ଛୋଟ ପିଲାଙ୍କୁ କରୋନାର ତୃତୀୟ ଲହରରେ ବେଶୀ ବିପଦ; ତାଙ୍କ ପାଇଁ ଭ୍ୟାକ୍ସିନ୍ ଆଶା ଉଜ୍ଜ୍ୱଳ ହେଲା

ଗଲା ବର୍ଷ ଡିସେମ୍ବର ୩ ତାରିଖରେ ରାଜ୍ୟ ପୋଲିସ୍‌ କ୍ରାଇମ୍‌ ବ୍ରାଞ୍ଚର ଆର୍ଥିକ ଅପରାଧ ଶାଖା (EOW) ଦ୍ୱାରା ଗିରଫ ହୋଇ ଜେଲ୍‌ ଯିବା ବେଳେ ପ୍ରଦୀପ ପାଣିଗ୍ରାହୀ ଲଗାତର ହସୁଥିବା ଦେଖାଯାଇଥିଲା । ତିନି ଥର ବିଧାୟକ ସହ ଥରେ ମନ୍ତ୍ରୀ ଥିବା ପ୍ରଦୀପ ପାଣିଗ୍ରାହୀ ଆଦୌ ବିଚଳିତ ହେଉଥିବା ଦେଖାଯାଇ ନ ଥିଲା । ହେଲେ ଜାମିନ୍‌ ପାଇ ବାହାରକୁ ଆସୁଥିବା ବେଳେ ତାଙ୍କ ମୁହଁରେ ହସର ଖିଅ ନ ଥିବା ଦେଖାଯାଇଥିଲା । ଛଅ ମାସ ଜେଲରେ କାଟିବା ପରେ ସେ ପୂର୍ବଠାରୁ ଟିକିଏ ପତଳା ହୋଇଯାଇଥିବା ପରି ବି ଲାଗୁଥିଲା ।

ଜେଲରୁ ବାହାରିବା ପରେ ପ୍ରଦୀପ ପାଣିଗ୍ରାହୀ


ଏହା ବି ପଢ଼ନ୍ତୁ | ତ୍ରିପୁରାରେ CPI(M) ବିଧାୟକ ଲୋକଙ୍କୁ ବାଡ଼ି ଲୁହା ପାଇପ୍ ରଖିବାକୁ କହିଲେ; BJP କହିଲାଦଣ୍ଡ ମିଳୁ

ବରିଷ୍ଠ IFS ଅଫିସର୍‌ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ଠକେଇରେ ସଂପୃକ୍ତି ଅଭିଯୋଗରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରାଯାଇଥିଲା । ତାଙ୍କୁ ଗିରଫ କରିବାର କେଇ ଘଣ୍ଟା ପୂର୍ବରୁ ତାଙ୍କ ଭୁବନେଶ୍ବର ସରକାରୀ ବାସଭବନରୁ ଉଠାଇ ନେଇ ପଚରାଉଚରା କରିଥିଲା କ୍ରାଇମ୍‌ ବ୍ରାଞ୍ଚର ଆର୍ଥିକ ଅପରାଧ ଶାଖା (EOW) । ପରେ ପରେ ତାଙ୍କ ବିରୋଧରେ ବେଆଇନ ଅର୍ଥ କାରବାର ଓ ଟାଟା ମୋଟର୍ସ କମ୍ପାନୀରେ ଚାକିରି ପ୍ରତିଶୃତି ଦେଇ କେତେକ ଲୋକଙ୍କ ଠାରୁ ଟଙ୍କା ନେଇଥିବା ଅଭିଯୋଗରେ ଅନ୍ୟ ମାମଲା ରୁଜୁ କରାଯାଇଥିଲା ।

ଏହା ବି ପଢ଼ନ୍ତୁ | ‘‘ଅଙ୍କଲ୍ ପୂରା ପରିବାର ଗାଁ ରାଜ ଭବନକୁ ନେଇଆସିଛନ୍ତି,’’ ବେଙ୍ଗଲ୍ ରାଜ୍ୟପାଳଙ୍କୁ ପ୍ରମାଣ ସହ କହିଲେ TMC MP ମହୁଆ ମୋଇତ୍ରା

ସେହି ମାମଲାରେ ଗିରଫ ହୋଇଥିବା IFS ଅଫିସର୍‌ ଅଭୟକାନ୍ତ ପାଠକ ଓ ତାଙ୍କ ଆକାଶ ପାଠକ ଏବେ ବି ଜେଲରେ ଅଛନ୍ତି । ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶୃତି ପାଣିଗ୍ରାହୀଙ୍କ ବିବାହ ଆକାଶ ପାଠକଙ୍କ ସହ ଠିକ୍‌ ହୋଇଥିଲା । ବିବାହ ପାଇଁ ରାଜସ୍ଥାନର ଏକ ଷ୍ଟାର୍‌ ହୋଟେଲରେ ବିଶାଳ ଆୟୋଜନ ପାଇଁ ଆଡଭାନ୍ସ ବି ଦିଆ ସରିଥିଲା । ହେଲେ ବିବାହର ଅଳ୍ପ କିଛି ଦିନ ପୂର୍ବରୁ ପାଣିଗ୍ରାହୀ ଓ ପାଠକ ପିତାପୁତ୍ରଙ୍କୁ ଗିରଫ କରି ଜେଲ୍‌ ପଠାଯାଇଥିଲା ।



ଏବେ କୋର୍ଟରେ ବିଚାରାଧୀନ ଥିବା ମାମଲା ଅନୁସାରେ ନିଜକୁ ଟାଟା ମୋଟର୍ସ କମ୍ପାନୀର ଏମ୍‌.ଡି. ରୂପେ ମିଛରେ ଦେଖାଇ ହେଉଥିବା ଆକାଶ ପାଠକଙ୍କ ତରଫରୁ ଲୋକଙ୍କ ଠାରୁ ଚାକିରି ପ୍ରତିଶୃତି ଦେଇ ପ୍ରଦୀପ ପାଣିଗ୍ରାହୀ ଟଙ୍କା ସଂଗ୍ରହ କରୁଥିଲେ । ଏହା ବିଷୟରେ ପ୍ରାଥମିକ ପ୍ରମାଣ ମିଳିଥିଲା ବୋଲି ପୋଲିସ କହିଥିଲା । ଆକାଶ ପାଠକଙ୍କ ବ୍ୟାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଜମା ହୋଇଥିବାର ପ୍ରମାଣ ମିଳିଥିଲା ବୋଲି ବି ପୋଲିସ କହିଥିଲା ।
Published by: Anand ST Das
First published: June 12, 2021, 7:26 PM IST