ବ୍ରଜରାଜନଗର MLA କିଶୋର ମହାନ୍ତିଙ୍କ ପରଲୋକ ହେଲା; ହୃଦଘାତ ପରେ ଚିକିତ୍ସାଧିନ ଥିଲେ

BJD Brajarajnagar MLA Kishore Mohanty dies of heart attack, was former Assembly Speaker | ପଶ୍ଚିମ ଓଡ଼ିଶାରେ ଜଣେ ଟାଣୁଆ ଓ ସ୍ପଷ୍ଟବାଦୀ ରାଜନେତା ଭାବେ ପରିଚିତ କିଶୋର ମହାନ୍ତି ଝାରସୁଗୁଡ଼ାରୁ ତିନି ଥର ଓ ବ୍ରଜରାଜନଗର ଆସନରୁ ଥରେ ବିଧାୟକ ନିର୍ବାଚିତ ହୋଇଥିଲେ । ୨୦୦୮ରୁ ୨୦୦୯ ଯାଏଁ ସେ ବିଧାନସଭାର ବାଚସ୍ପତି ଥିଲେ ।

ବିଜେଡି ବିଧାୟକ କିଶୋର ମହାନ୍ତି (ଫାଇଲ୍‌ ଫଟୋ)

ବିଜେଡି ବିଧାୟକ କିଶୋର ମହାନ୍ତି (ଫାଇଲ୍‌ ଫଟୋ)

  • Share this:
News18 Odia Digital

ଭୁବନେଶ୍ୱର: ବ୍ରଜରାଜନଗରର ବିଜେଡି ବିଧାୟକ ତଥା ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ପରଲୋକ ହୋଇଯାଇଛି । ହୃଦଘାତରେ ଗୁରୁବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଛି । ହୃଦଘାତ ପରେ ସେ ଚିକିତ୍ସାଧିନ ଥିଲେ । ଝାରସୁଗୁଡ଼ାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି ।

ମୃତ୍ୟୁ ବେଳକୁ କିଶୋର ମହାନ୍ତିଙ୍କୁ ୬୩ ବର୍ଷ ହୋଇଥିଲା । ସେ ଗୁରୁବାର ସକାଳେ ନିଜ ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ‌ ଦେଇଥିଲେ । ସନ୍ଧ୍ୟାରେ ତାଙ୍କର ହୃଦଘାତ ହେବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ମହାନ୍ତିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଏହା ବି ପଢ଼ନ୍ତୁ | New Labour Code: ଆସନ୍ତା ବର୍ଷରୁ ଦେଶର ସବୁ କର୍ମଚାରୀମାନେ ସପ୍ତାହରେ ଦିନ କାମ କରିବେ

ବିଧାୟକ କିଶୋର ମହାନ୍ତିଙ୍କ ପରଲୋକରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ କରିଛନ୍ତି । ପଟ୍ଟନାୟକ ଏକ ଟ୍ବିଟ୍‌ କରି କହିଛନ୍ତି, ‘‘ପୂର୍ବତନ ବାଚସ୍ପତି ତଥା ଓଡ଼ିଶାର ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ଆମ ଦଳର ଜଣେ ଦକ୍ଷ ନେତା ତଥା ଜନପ୍ରତିନିଧି ଭାବେ ତାଙ୍କ କାର୍ଯ୍ୟ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି ।’’

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ କିଶୋର ମହାନ୍ତି (ଡାହାଣ) (ଫାଇଲ୍‌ ଫଟୋ)


ଏହା ବି ପଢ଼ନ୍ତୁ | ଏବେ Aadhaar ନମ୍ବର୍ଯୋଡ଼ାଯିବ Voter Id ସହିତ; Election Laws Amendment Bill ପାସ୍ ହେଲା

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏକ ଟ୍ୱିଟ୍‌ କରି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ‘‘ଓଡ଼ିଶାର ପୂର୍ବତନ ବାଚସ୍ପତି, ରାଜ୍ୟସଭା ସାଂସଦ ତଥା ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗ ଖବର ଶୁଣି ମୁଁ ବ୍ୟକ୍ତିଗତ ଭାବେ ଦୁଃଖିତ ଓ ମର୍ମାହତ । ୨୦୦୦ ମସିହାରେ କିଶୋର ଭାଇ ଓ ମୁଁ ଏକା ସାଙ୍ଗରେ ବିଧାନସଭାକୁ ନିର୍ବାଚିତ ହୋଇଥିଲୁ । ୨୦୦୪ରେ ଦେବଗଡ଼ ଲୋକସଭା କ୍ଷେତ୍ରର ମୁଁ ସାଂସଦ ଥିବା ବେଳେ ସେ ଝାରସୁଗୁଡ଼ାର ବିଧାୟକ ଥିଲେ,’’ କହିଛନ୍ତି ପ୍ରଧାନ ।

ଏହା ବି ପଢ଼ନ୍ତୁ | Women marriage legal age: ଝିଅମାନେ ଆଉ ୧୮ ବର୍ଷ ବୟସରେ ବିବାହ କରିପାରିବେନି; ବଦଳିବ ଆଇନ

‘‘ନିକଟରେ ଶ୍ରୀମନ୍ଦିର ଦର୍ଶନ କରି ଫେରିବା ସମୟରେ କିଶୋର ଭାଇ ଏବଂ ସପରିବାର ସହ ସାକ୍ଷାତ୍ ହୋଇଥିଲା । ମୁଁ ବିଶ୍ୱାସ କରିପାରୁ ନାହିଁ ଆଜି ସେ ଆମ ଗହଣରେ ନାହାନ୍ତି । ପଶ୍ଚିମ ଓଡ଼ିଶାରେ ସେ ଜଣେ ଟାଣୁଆ ଓ ସ୍ପଷ୍ଟବାଦୀ ରାଜନେତା ଭାବେ ପରିଚିତ ଥିଲେ । ତାଙ୍କ ବିୟୋଗରେ ଓଡ଼ିଶା ରାଜନୀତିରେ ଏକ ଅପୂରଣୀୟ ଶୂନ୍ୟ ସ୍ଥାନ ତିଆରି ହୋଇଛି,’’ କହିଛନ୍ତି ପ୍ରଧାନ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | Bipin Rawatଙ୍କ ହେଲିକପ୍ଟର୍ ‘‘ଆକାଶରେ ହଠାତ ଗାୟବ୍ ହୋଇଯାଇଥିଲା…’’; ଦେଖନ୍ତୁ ଶେଷ ମୁହୂର୍ତ୍ତର VIDEO

ସେ ଆହୁରି କହିଛନ୍ତି, ‘‘ଲମ୍ବା ସମୟର ରାଜନୀତିରେ ସେ ଜନ ପ୍ରତିନିଧି ଭାବେ କରିଥିବା କାର୍ଯ୍ୟ ସର୍ବଦା ସ୍ମରଣୀୟ ହୋଇ ରହିବ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ଏହି ଦୁଃଖଦ ସମୟରେ ମହାପ୍ରଭୁ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହାସ ଦିଅନ୍ତୁ । ଓଁ ଶାନ୍ତି ।’’

ଏହା ବି ପଢ଼ନ୍ତୁ | ଭଉଣୀ ପ୍ରେମ ବିବାହ କଲା ବୋଲି ସାନ ଭାଇ ତାମୁଣ୍ଡ କାଟିଦେଲା, କଟା ମୁଣ୍ଡ ସହ ସେଲ୍ଫି ନେଲା

କିଶୋର ମହାନ୍ତି ଝାରସୁଗୁଡ଼ାରୁ ତିନି ଥର ଓ ବ୍ରଜରାଜନଗର ଆସନରୁ ଥରେ ବିଧାୟକ ନିର୍ବାଚିତ ହୋଇଥିଲେ । ୨୦୦୪ରୁ ୨୦୦୮ ଯାଏଁ ସେ ସରକାରୀ ଦଳ ମୁଖ୍ୟ ସଚେତକ ଥିଲେ । ୨୦୦୮ରୁ ୨୦୦୯ ଯାଏଁ ସେ ବିଧାନସଭାର ବାଚସ୍ପତି ଥିଲେ । ୨୦୦୯ରୁ ୨୦୧୨ ଯାଏଁ ସେ ବିଜେଡିର ରାଜ୍ୟସଭା ସାଂସଦ ଥିଲେ । ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମଧ୍ୟ ଅଧ୍ୟକ୍ଷ ଥିଲେ କିଶୋର ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଯୌତୁକ ମୃତ୍ୟୁଅଭିଯୋଗ ପରେ ଆସିଲା ଏହି VIDEO; ପତ୍ନୀ ସ୍ୱାମୀଙ୍କୁ ପିଟୁଥିବା ଦେଖାଗଲା

୧୯୮୪ରେ ଜଣେ କାଉନସିଲର ଭାବେ ନିଜ ରାଜନୈତିକ କରିଅର ଆରମ୍ଭ କରିଥିଲେ କିଶୋର ମହାନ୍ତି । ସେ ୧୯୯୨ରେ ଝାରସୁଗୁଡ଼ା ମ୍ୟୁନିସିପାଲିଟିର ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ । ୧୯୭୭ରେ ଜନତା ପାର୍ଟିରେ ଯୋଗ ଦେଇ ରାଜନୀତି ଆରମ୍ଭ କରିଥିଲେ କିଶୋର ମହାନ୍ତି ।
Published by:Anand S.T. Das
First published:
)}