‘ପ୍ରଦୀପ ଫ୍ୟାକ୍ଟର୍’ ଦକ୍ଷିଣ ଓଡ଼ିଶାରେ BJDକୁ ଦୁର୍ବଳ କରିଦେବ କି? ଅନେକ କହିଲେ, ‘‘ନା!’’

ଗଞ୍ଜାମ ତଥା ଦକ୍ଷିଣ ଓଡ଼ିଶାରେ ବିଜେଡି ସଙ୍ଗଠନ ସମ୍ଭାଳୁଥିବା ପ୍ରଦୀପ ଦଳରୁ ତଡ଼ା ଖାଇବା ସହ ଜେଲ୍ ଯିବା ପରେ ତାଙ୍କ ବିନା ସେଠାରେ ଦଳକୁ ଆହୁରି ମଜବୁତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ବିଜେଡି ନେତା ଓ କର୍ମୀମାନେ ।

‘ପ୍ରଦୀପ ଫ୍ୟାକ୍ଟର୍’ ଦକ୍ଷିଣ ଓଡ଼ିଶାରେ BJDକୁ ଦୁର୍ବଳ କରିଦେବ କି? ଅନେକ କହିଲେ, ‘‘ନା!’’
ପ୍ରଦୀପ ପାଣିଗ୍ରାହୀ (ଫାଇଲ୍ ଫଟୋ)
  • News18 Odia
  • Last Updated: December 11, 2020, 10:03 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର/ବ୍ରହ୍ମପୁର: ଦିନେ ଗଞ୍ଜାମ ଓ ଦକ୍ଷିଣ ଓଡ଼ିଶାରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିନିଧି ଥିବା ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଆର୍ଥିକ କେଳେଙ୍କାରୀ ମାମଲାରେ ଧରା ପଡ଼ି ଏବେ ଜେଲରେ ଅଛନ୍ତି । ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଛି । ଏହି ସମୟରେ ଏକ ବଡ଼ ପ୍ରଶ୍ନ ଠିଆ ହୋଇଛି ଯେ ତାଙ୍କ ବିନା ଗଞ୍ଜାମ ଓ ପଶ୍ଚିମ ଓଡ଼ିଶାରେ ବିଜେଡି ପୂର୍ବ ପରି ଶକ୍ତ ହୋଇ ଠିଆ ହୋଇରହିବ ନା ଦୋହଲିବ?

ଗଞ୍ଜାମ ତଥା ଦକ୍ଷିଣ ଓଡ଼ିଶାରେ ବିଜେଡି ସଙ୍ଗଠନ ସମ୍ଭାଳୁଥିବା ପ୍ରଦୀପ ଦଳରୁ ତଡ଼ା ଖାଇବା ସହ ଜେଲ୍‌ ଯିବା ପରେ ତାଙ୍କ ବିନା ସେଠାରେ ଦଳକୁ ଆହୁରି ମଜବୁତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ବିଜେଡି ନେତା ଓ କର୍ମୀମାନେ । ପ୍ରଦୀପଙ୍କ ଉପରେ ବିଶ୍ବାସ କରି ବିଜେଡି ସୁପ୍ରିମୋ ତଥା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ୧୫ଟି ନିର୍ବାଚନ ମଣ୍ଡଳୀର ଦାୟିତ୍ବ ଦେଇଥିଲେ । ନିର୍ବାଚନ ମଣ୍ଡଳୀରେ ବିକାଶ ମୂଳକ କାର୍ଯ୍ୟ କେମିତି ଜାରି ରହିବ ଓ ଦଳ କେମିତି ଲୋକଙ୍କ ଆସ୍ଥାଭାଜନ ହେବ ସେ କାମ ତୁଲାଉଥିଲେ ପ୍ରଦୀପ ।

ଏହା ବି ପଢ଼ନ୍ତୁ | ମୁକେଶ ଅମ୍ବାନୀ ଜେଜେବାପା ହେଲେ; ପୁଅ ଆକାଶ ବୋହୂ ଶ୍ଳୋକା ଏକ ଶିଶୁ ପୁତ୍ର ଜନ୍ମ ଦେଲେ

ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବିଦା ହେବା ପରେ ଦଳ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଦଳର ଅନେକ ନେତା ଓ କର୍ମୀମାନେ କହିଛନ୍ତି । ବାସ୍ତବରେ ପ୍ରଦୀପ ପାଣିଗ୍ରାହୀ ଦଳରୁ ବିଦା ହେବା ପରେ ଗଞ୍ଜାମ ବିଜେଡିରେ ନୂଆ ସମୀକରଣ ସୃଷ୍ଟି ହେବାକୁ ଯାଉଛି । ମାଇନସ୍‌ ପ୍ରଦୀପରେ ଆଗକୁ ବଢ଼ିବାକୁ ପ୍ରସ୍ତୁତ ହେଉଛି ଦଳ ।

ଏକ ସଭାରେ ନବୀନ ପଟ୍ଟନାୟକଙ୍କ ସହ ପ୍ରଦୀପ ପାଣିଗ୍ରାହୀ (ଫାଇଲ୍ ଫଟୋ)


‘‘ନବୀନ ପଟ୍ଟନାୟକ ଯାହାକୁ ଚାହିଁବେ ସେ ଆସିବେ । ନବୀନ ପଟ୍ଟନାୟକଙ୍କ ନାଁରେ ସମସ୍ତେ ଜିତିଛନ୍ତି । ତେଣୁ କେବଳ କିଛି ଲୋକ ପ୍ରଦୀପଙ୍କୁ ଟାଣୁଆ ନେତା ବୋଲି କହିଲେ କିଛି ହେବ ନାହିଁ,’’ କହିଛନ୍ତି ବ୍ରହ୍ମପୁର ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁ। ଲୋକେ ପ୍ରଦୀପଙ୍କ ସହ ନୁହେଁ ବରଂ ନବୀନ ପଟ୍ଟନାୟକଙ୍କ ସହ ଅଛନ୍ତି ବୋଲି ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ଝିଅକୁ ଅନଲାଇନ୍ କ୍ଲାସ୍ ପାଇଁ ବାପା ନିଜ ଫୋନ୍ ଦେଇଥିଲେ; ସେଥିରୁ ଅନ୍ୟ ଜଣେ ମହିଳାଙ୍କ ସହ ତାଙ୍କ ସମ୍ପର୍କ ଧରାପଡ଼ିଗଲା

ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ କହିଛନ୍ତି, ‘‘ପ୍ରଦୀପ ଗତ ଦୁଇ ବର୍ଷ ମଧ୍ୟରେ କୌଣସି କାମ କରିନାହାନ୍ତି । ଲୋକଙ୍କୁ ସାକ୍ଷାତ କରିନାହାନ୍ତି । ଲୋକଙ୍କ ସହ ଖରାପ ବ୍ୟବହାର କରିଛନ୍ତି । ତେଣୁ ସେ ଗଲା ପରେ ବିଜେଡି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ।’’

ପ୍ରଦୀପ ଯିବା ପରେ ଗଞ୍ଜାମ ତଥା ଦକ୍ଷିଣ ଓଡ଼ିଶାରେ ବିଜେଡିର ସାଙ୍ଗଠନିକ ଦାୟିତ୍ବ କିଏ ତୁଲାଇବ ତାକୁ ନେଇ ଏବେ କଳ୍ପନା ଜଳ୍ପନା ଚାଲିଛି । ଶୁଣାଯାଉଛି ଯେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପରେ କିଛି ପୁରୁଖା ନେତାଙ୍କୁ ମିଳିପାରେ ସାଙ୍ଗଠନିକ ଦାୟିତ୍ବ । ସେମାନଙ୍କ ମଧ୍ୟରେ ଅଛନ୍ତି  ବରିଷ୍ଠ ନେତା ତଥା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏବଂ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ।



ଜଣେ ଭଲ ସଙ୍ଗଠକ ହିସାବରେ ସୂର୍ଯ୍ୟନାରାୟଣ ବେଶ୍ ଜଣାଶୁଣା । ବିକ୍ରମ କେଶରୀଙ୍କର ବି ସାଙ୍ଗଠନିକ ଦକ୍ଷତା ରହିଛି । ଚନ୍ଦ୍ରଶେଖର ସାହୁ ତୃଣମୂଳସ୍ତରରେ ଲୋକଙ୍କ ସହ ରହିଛନ୍ତି। ପ୍ରଦୀପ ଫ୍ୟାକ୍ଟର ଜିଲ୍ଲାରେ ଦଳକୁ ଦୋହଲାଇ ପାରିବନି ଓ ପୂର୍ବରୁ ଯେଉଁ ଭଳି ବିକାଶ କାମ ଚାଲୁଥିଲା ପ୍ରଦୀପଙ୍କ ବିନା ତାହା ଠାରୁ ଅଧିକ ବିକାଶ କାମ ହେବ ବୋଲି କହିଛନ୍ତି ବିଜେଡିର ଅନେକ ନେତା ।
Published by: Anand Shankar Thankur Das
First published: December 11, 2020, 10:03 PM IST
corona virus btn
corona virus btn
Loading