- News18 Odia
- Last Updated :
- Other, India
News18 Odia Digital
Naba Das shot: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ହୋଇଛି । ଝାରସୁଗୁଡା ଗାନ୍ଧି ଛକରେ ତାଙ୍କୁ ଗୁଳି ମାଡ ହୋଇଛି । ଏକ କାର୍ଯ୍ଯକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଏଭଳି ଗୁଳିକାଣ୍ଡ ହୋଇଥିବାର ସୂଚନା ମିିଳିଛି ।
ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଉପରକୁ ୨ରାଉଣ୍ଡ ଗୁଳି ଚାଳନା ହୋଇଛି। ଗୁଳି ସିଧା ଯାଇ ତାଙ୍କ ଛାତିରେ ବାଜିଛି।ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରୀ ଏକ ଏସକଟ ଗାଡିରୁ ସେ ଓହ୍ଲାଉଥିଲେ । ତାଙ୍କୁ କର୍ମୀମାନେ ଫୁଲତୋଡା ଦେଇ ସମ୍ବନ୍ଧନା ଦେଉଥିଲେ । ସେହି ସମୟରେ ତାଙ୍କ ଉପରେ ଗୁଳିମାଡ ହୋଇଥିଲା । ବର୍ତ୍ତମାନ ଯାଏଁ ପୋଲିସ ପାଖରୁ କୌଣସି ସୂଚନା ମିଳିପାରି ନାହିଁ । କିଏ ତାଙ୍କ ଉପରେ ଗୁଳିମାଡ କରିଛି ଓ କାହିଁକି ହୋଇଛି ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରି ନାହିଁ ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।