ପୁଅର ହକ୍ ପାଇଁ ଦେହରେ ନିଆଁ ଲଗେଇଥିବା ଗଞ୍ଜାମର ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ର ଆଖି ବୁଜିଲେ

ମୀନାକ୍ଷୀଙ୍କ ପୁଅ ରାଜା ଉପରେ ମରଣାନ୍ତକ ଆକ୍ରମଣର ସିସିଟିଭି ଭିଡିଓ ଫେବୃଆରୀ ୭ରେ ଭାଇରାଲ୍ ହୋଇଥିଲା । ଏ ଘଟଣାକୁ ନେଇ ଅଭିଯୋଗ ହେବା ପରେ ପୋଲିସ ଚ଼ାରି ଜଣ ଅଭିଯୁକ୍ତଙ୍କ ସହ ରାଜାଙ୍କୁ ମଧ୍ୟ ଗିରଫ କରିଥିଲା ।

ପୁଅର ହକ୍ ପାଇଁ ଦେହରେ ନିଆଁ ଲଗେଇଥିବା ଗଞ୍ଜାମର ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ର ଆଖି ବୁଜିଲେ
ମୀନାକ୍ଷୀ ମିଶ୍ର
  • News18 Odia
  • Last Updated: February 20, 2020, 5:11 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଗଞ୍ଜାମର ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ର ଆଜି ସକାଳେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଆଖି ବୁଜିଛନ୍ତି । ସେ ନିଜ ପୁଅର ଗିରଫଦାରି ପ୍ରତିବାଦରେ ଗତ ୧୨ ତାରିଖରେ ବ୍ରହ୍ମପୁର ଏସ୍‌.ପି.ଙ୍କ ଅଫିସ୍‌ ସାମନାରେ ଆତ୍ମାହୁତି ଉଦ୍ୟମ କରିଥିଲେ ।

ମୀନାକ୍ଷୀ ଗତ ଜାନୁଆରୀ ୨୮ରେ ବ୍ରହ୍ମପୁରରେ ନିଜ ପୁଅ ରାଜା ମିଶ୍ରଙ୍କ ଉପରେ ମରଣାନ୍ତକ ଆକ୍ରମଣ ଓ ତା’ ପରେ ଅଭିଯୁକ୍ତଙ୍କ ସହ ରାଜାର ଗିରଫଦାରୀର ପ୍ରତିବାଦ କରି ନିଜ ଦେହରେ ନିଆ ଲଗେଇ ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବ୍ରହ୍ମପୁର ଏମ୍‌.କେ.ସି.ଜି. ମେଡିକାଲ କଲେଜ ହସ୍‌ପିଟାଲକୁ ଆଣିଥିଲା ପୋଲିସ । ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

ଜାନୁଆରୀ ୨୮ରେ ବ୍ରହ୍ମପୁରର ପଣ୍ଡା କଲୋନୀକୁ ଭୋଜିରେ ଯୋଗଦେବାକୁ ଆସିଥିବା ସୁନୀଲ ମହାରଣା ନାମକ ଯୁବକ ରାଜା ମିଶ୍ରଙ୍କ ଘର ଆଗରେ ଗାଡ଼ି ପାର୍କିଂ କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ  ଯୁକ୍ତିତର୍କ ହୋଇଥିଲା । ଏହାପରେ ସୁନୀଲ ନିଜର ସାଙ୍ଗମାନଙ୍କ ସହ ଆସି ମୀନାକ୍ଷୀ ଓ ରାଜାଙ୍କୁ କ୍ରିକେଟ ବ୍ୟାଟ୍‌ରେ ମରଣାନ୍ତକ ଆକ୍ରମଣ କରିଥିଲେ ।

ଏ ଆକ୍ରମଣର ସିସିଟିଭି ଭିଡିଓ ଫେବୃଆରୀ ୭ରେ ବାହାରକୁ ଆସିଥିଲା ଓ ଭାଇରାଲ୍‌ ହୋଇଥିଲା । ଏ ଘଟଣାକୁ ନେଇ ଲିଖିତ ଅଭିଯୋଗ ହେବା ପରେ ବୈଦ୍ୟନାଥପୁର ଥାନା ପୋଲିସ ଚ଼ାରି ଜଣ ଅଭିଯୁକ୍ତଙ୍କ ସହ ଅଭିଯୋଗକାରୀ ରାଜାଙ୍କୁ ମଧ୍ୟ ଗିରଫ କରିଥିଲା । ଏ ବିଷୟରେ ଜଣାଇବାକୁ ମୀନାକ୍ଷୀ ବ୍ରହ୍ମପୁର ଏସ୍‌ପିଙ୍କ କାର୍ଯ୍ୟାଳୟଙ୍କୁ ଯାଇଥିଲେ । ତେବେ ଏସ୍‌.ପି. ନ ଥିବାରୁ ଅତିରିକ୍ତ ଏସ୍‌.ପି.ଙ୍କୁ ଭେଟି ନିଜର ଅଭିଯୋଗ ଜଣାଇ ବାହାରିବା ପରେ ଏସ୍‌.ପି.ଙ୍କ ଅଫିସ ପରିସରରେ ହିଁ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇଥିଲେ ।

‘‘ନିଜ ପୁଅ ପାଇଁ ସେ ଲଢ଼େଇ କରୁଥିଲେ । ହେଲେ ଭଗବାନ ତାଙ୍କୁ ରଖିଲେ ନାହିଁ । ତାଙ୍କ ପିଲାଦୁଇଟିଙ୍କ ଅବସ୍ଥା ଏବେ ଭାରି ଚ଼ିନ୍ତାଜନକ,’’ କାନ୍ଦି କାନ୍ଦି କହିଛନ୍ତି ମୀନାକ୍ଷୀଙ୍କର ଜଣେ ସମ୍ପର୍କୀୟା ।
First published: February 20, 2020, 5:11 PM IST
corona virus btn
corona virus btn
Loading